ରାଜଧାନୀରେ ବିଭତ୍ସ କାଣ୍ଡ:- ସ୍ତ୍ରୀ ମୁଣ୍ଡକୁ ଛେଚି ଛେଚି ହ-ତ୍ୟା କଲା ପାଗଳ ସ୍ୱାମୀ, ଶବକୁ ଜଗି ରହିଲା ରାତି ସାରା….

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମାନ୍ତର ସମ୍ପର୍କ ହୋଇଥାଏ। ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବୈବାହିକ ଜୀବନ ଓ ସଂସାରରେ ଏମିତି ଏକ ମୋଡ଼ ଆସେ ଯାହାକି ପରସ୍ପରକୁ ଶତ୍ରୁ କରି ଦେଇଥାଏ ଏବଂ ଜୀବନ ନେବା ପାଇଁ ପଛେଇ ନଥାନ୍ତି। ବର୍ତ୍ତମାନ ଯେଉଁ ଖବର ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପରିବାର ଭିତରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ କଳି ଝଗଡା ହୋଇଥାଏ। କିନ୍ତୁ କଳି ଝ-ଗ-ଡା, ରାଗ ରୁଷା ଆଦିକୁ ଛାଡି ଆମକୁ ଜୀବନ ପଥରେ ଆଗକୁ ବଢ଼ିବାରେ ଅଛି। କିନ୍ତୁ ଯଦି ଆମେ କ୍ରୋଧରେ ରହୁ ତେବେ ଏଥିରେ ଆମର କ୍ଷତି ହିଁ ହୋଇଥାଏ। ବର୍ତ୍ତମାନ ସମୟରେ ସ୍ତ୍ରୀକୁ ସ୍ୱାମୀ ଅତି ନିର୍ମମ ଭାବେ ହ-ତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ରାଜଧାନୀ ଭୁବନେଶ୍ବରର ସହିଦ ନଗର ଥାନା ବସୁବାଘାଇ ଅଞ୍ଚଳରେ ଘଟିଛି।

ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାସ ଗତ କାଲି ନିଜ ସ୍ତ୍ରୀ ଲିଲା ଦାସକୁ ଅତି ନିର୍ମମ ଭାବେ ମୁଣ୍ଡକୁ ଛେଚି ଛେଚି ହ-ତ୍ୟା କରିଛି। ମିଳିଥିବା ସୂଚନାନୁଯାୟୀ, ସୌଭାଗ୍ୟ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ତେବେ ବିବାଦ ଏହି ବିବାଦ ବର୍ବରତା କାଣ୍ଡରେ ପରିଣତ ହୋଇଥିଲା। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା ଏହାପରେ ସ୍ୱାମୀ କ୍ରୋଧରେ ଜର୍ଜରିତ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲା। ଘରେ କେହି ନଥିଲା ବେଳେ ସ୍ୱାମୀ ନିଜ ସ୍ତ୍ରୀକୁ ହ-ତ୍ୟା କରିଛି।

ରାତି ପ୍ରାୟ ୧୧ ଟା ବାପା ଓ ବୋଉ ନାତୁଣୀ କୁ ସାଙ୍ଗରେ ନେଇ ଶୋଇବାକୁ ଚାଲି ଗଲେ। ଅନ୍ୟପଟେ ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ରୁମକୁ ଶୋଇବାକୁ ଗଲେ। ସୌଭାଗ୍ୟର କ୍ରୋଧ ଶାନ୍ତ ହୋଇ ନଥିଲା। ରୁମର କବାଟ ଦେଇ ସ୍ତ୍ରୀର ମୁଣ୍ଡକୁ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ପାଗଳ ସ୍ୱାମୀ। ବିଶେଷ କଥା ହେଉଛି ହତ୍ୟା କରିବା ପରେ ଫେରାର ହୋଇ ଯାଇ ନଥିଲା। ରାତି ସାରା ସ୍ତ୍ରୀର ଶବ ପାଖରେ ଜଗି ବସିଥିଲା।

ଘଟଣାସ୍ଥଳରେ ସହିଦ ନଗର ପୋଲିସ ପହଞ୍ଚି ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନଙ୍କୁ ଗିରଫ କରିଛି। ତେବେ ଏହି ହ-ତ୍ୟା କାଣ୍ଡ ସାରା ଅଞ୍ଚଳର ଲୋକମାନଙ୍କୁ ସ୍ତବ୍ଧ କରି ଦେଇଛି। କେବଳ ସେତିକି ନୁହେଁ ପୁଅର ଏଭଳି କାଣ୍ଡରେ ବାପା ମଧ୍ୟ ନିଜକୁ ଲଜ୍ଜିତ ଅନୁଭବ କରୁଥିବାର ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ବୋହୂ ମରି ଯିବା ଦୁଃଖରେ ଶଶୁର ଭାଙ୍ଗି ପଡିଛି।

Leave a Reply

Your email address will not be published. Required fields are marked *