ଜଗବନ୍ଧୁଙ୍କ ମାଆ ତାଙ୍କୁ କହିଥିଲେ ଏପରି କିଛି କଥା , ଯାହାପରେ ବି କଥା ନ ମାନି ଅର୍ଚ୍ଚନାଙ୍କୁ କରିଥିଲେ ବିବାହ

ପୁଅ ପାଇଁ ମାଆ ଥିଲେ ସଜାଗ ଆଉ ସେଥିପାଇଁ ସେଦିନ ନିଜ ପୁଅକୁ ଏପରି କିଛି କଥା କାନ୍ଦି କାନ୍ଦି କହିଥିଲେ । କିନ୍ତୁ କିଛି ବି ମାନିବାକୁ ନାରାଜ ଥିଲା ପୁଅ । ମାଆ ଆଖିର ଲୁହକୁ ଆଡେଇ ଦେଇ ସେଦିନ ଚାଲି ଆସିଥିଲେ ଘରୁ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ । ଆଉ ନିଜ ଜିଦିରେ ରହିଥିଲେ ଅଟଳ । ତେବେ ସେଦିନର କଥା ଯଦି ଜଗବନ୍ଧୁ ମାନି ଯାଇଥାନ୍ତେ , ତେବେ ଆଜି ତାଙ୍କୁ ଏ ଦିନ ଦେଖିବାକୁ ପଡି ନଥାନ୍ତା ।

ତେବେ ଆମେ ଆପଣଙ୍କୁ କହୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁଙ୍କ କଥା । ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଏହି ଦୁଇ ଚେହେରାଙ୍କୁ ଆପଣ ସମସ୍ତେ ଜାଣି ସାରିଥିବେ ଆଉ ତାଙ୍କ କଳା କାରନାମା ବିଷୟରେ ମଧ୍ୟ ଜାଣି ସାରିଥିବେ । ତେବେ ଏମାନଙ୍କ ବିବାହ ପୂର୍ବର କାହାଣୀ ଆପଣଙ୍କୁ ଜଣା ନଥିବ । ଏହି କାହାଣୀ ଶୁଣିଲେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିବ ସତ ।

ତେବେ ସୂଚନା ଅନୁଯାୟୀ , ଅର୍ଚ୍ଚନାଙ୍କୁ ବିବାହ କରିବା ପାଇଁ ଜଗବନ୍ଧୁ ଥିଲେ ପାଗଳ ଆଉ ତାଙ୍କୁ ନେଇ ଘରକୁ ଆସିଥିଲେ । ତେବେ ଗାଆଁରେ ରହିଥିବା ବାପା ମାଆ ଏହି ବିବାହକୁ ନେଇ ଆଦୌ ରାଜି ନଥିଲେ । ବୋଧହୁଏ ସେମାନେ ଅର୍ଚ୍ଚନାଙ୍କ ରଙ୍ଗ ଢ଼ଙ୍ଗ ଦେଖି ଜାଣି ପାରିଥିଲେ ଯେ ଏହି ଝିଅ ଠିକ୍ ନୁହେଁ । ତେବେ ଏହାପରେ ଜଗବନ୍ଧୁଙ୍କ ମାଆ ପୁଅକୁ କାନ୍ଦି କାନ୍ଦି କହିଥିଲେ କି ଏହି ଝିଅକୁ ବିବାହ କର ନାହିଁ । କିନ୍ତୁ ମାଆଙ୍କ କଥାକୁ କାନ ନ ଦେଇ ଚାଲି ଆସିଥିଲେ ଜଗବନ୍ଧୁ ।

ଆଉ ଅର୍ଚ୍ଚନା ମଧ୍ୟ ଜଗବନ୍ଧୁଙ୍କୁ କେବେ ଘରକୁ ଯିବା ପାଇଁ ମନା କରି ଦେଇଥିଲେ । ଭୁବନେଶ୍ୱର ଆସି ଅର୍ଚ୍ଚନା ପାର୍ଲରରେ କାମ କରୁଥିବା ବେଳେ ଜଗବନ୍ଧୁ ଏକ ଗ୍ୟାରେଜରେ କାମ କରୁଥିଲେ । ଏତିକିରେ ନିଜ ଗୁଜୁରାଣ ମେଣ୍ଟାଇ ପାରିନଥିଲେ ସ୍ଵାମୀ ସ୍ତ୍ରୀ । ଆଉ ତାପରେ ପାଦ ରଖିଥିଲେ ଅପରାଧ ଦୁନିଆଁରେ । ବଡ ବଡିଆ ଲୋକଙ୍କୁ ଫସାଇ ତାଙ୍କ ସହ ସମ୍ପର୍କ ରଖି ଲୁଟି ଚାଲିଥିଲେ ଟଙ୍କା । ଆଉ ଶେଷରେ ତାଙ୍କ କଳା କାରନାମାର ହୋଇଥିଲା ଅନ୍ତ । ବର୍ତ୍ତମାନ ଜେଲରେ ଦିନ କାଟୁଛନ୍ତି।

Leave a Reply

Your email address will not be published. Required fields are marked *