ମାଡାମ ସାବିତ୍ରୀ ବହି ପଢତାପରେ ବୁଝିଅ ସିନ୍ଦୁର ଓ ସ୍ୱାମୀର ମାନେ କଣ…‘ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ’

ସାବିତ୍ରୀ ବ୍ରତରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ସାବିତ୍ରୀ ବ୍ରତ ଥିବା ବେଳେ ଅନୁଭବ ମହାନ୍ତି ପୁଣି ତାଙ୍କୁ ଟାର୍ଗେଟ କରି ମାରିଛନ୍ତି ତୀର । ଫେସବୁକରେ ନିଜର ମନର କଥା ଲେଖିଥିବା ବେଳେ ଅନେକ ଗୁଡ଼ିଏ ନ କହିବା କଥା କହିଛନ୍ତି । ଆଉ ଏହି କଥାକୁ ନେଇ ଓଡ଼ିଶାରେ ପୁଣି ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ତ ସମସ୍ତେ ବେଶ୍ ଭଲ ଭାବରେ ଜାଣିଛନ୍ତି । ହେଲେ ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟ ପରେ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ମାନେ ଚିନ୍ତାରେ ପଡି ଯାଇଛନ୍ତି କି କାହିଁକି ଅନୁଭବ ମହାନ୍ତି ଏଭଳି ପୋଷ୍ଟ କରିଛନ୍ତି ଆଉ ଏହି ପୋଷ୍ଟରେ ଅନୁଭବ ମହାନ୍ତି କାହାକୁ ତୀର ମାରିଛନ୍ତି । ତେବେ ଅନୁଭବ ମହାନ୍ତି ଲେଖିଛନ୍ତି ରିୟଲ ସାବିତ୍ରୀ ଭର୍ସେସ ଫେକ୍ ସାବିତ୍ରୀ । ମାନେ ସାବିତ୍ରୀ ବନାମ ମିଛ ସାବିତ୍ରୀ ।

ଅନୁଭବଙ୍କ କହିବା କଥା ବର୍ଷରେ ଥରେ ମଥାରେ ସିନ୍ଦୂର ନ ପିନ୍ଧି ହାତରେ ଚୁଡ଼ି ନ ଲଗାଇ ବୁଲୁଥିବା ମହିଳା ମାନେ । ଆଜି ସାବିତ୍ରୀ ବ୍ରତରେ ମଥାରେ ମେଞ୍ଚେ ସିନ୍ଦୂର ଆଉ ହାତରେ ଚୁଡ଼ି ପିନ୍ଧି ଲୋକ ଦେଖଣିଆ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଦିନେ ନାହିଁ କାଳେ ନାହିଁ ଗମ୍ହା ପୂର୍ଣ୍ଣିମାରେ ମାଇଁ ମାଇଁ ଅର୍ଥାତ୍ । ତେବେ ସମସ୍ତ ସାବିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିବା ବେଳେ ମିଛ ସାବିତ୍ରୀ ମାନଙ୍କୁ ଅନୁଭବ ମହାନ୍ତି ଏହି ପୋଷ୍ଟରେ ତୀର ମାରିଛନ୍ତି । ତେବେ କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି କି ମ୍ୟାଡମ ଯଦି ଆପଣ ସାବିତ୍ରୀ ବ୍ରତ କରିବାକୁ ଚାହାନ୍ତି ତେବେ ସାବିତ୍ରୀ ବ୍ରତ ବହିଟା ମଧ୍ୟ ପଢନ୍ତୁ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଯେତେ ସାରା ଫେକ୍ ଆଇଡି କରାଯାଉଛି । ସେହିଭଳି କିଛି ଫେକ୍ ସାବିତ୍ରୀ ସାମନାକୁ ଆସିଛନ୍ତି ବୋଲି ଏହି ପୋଷ୍ଟରେ ଲେଖିଛନ୍ତି ଅନୁଭବ ମହାନ୍ତି । ତେବେ ଏହା ଲେଖି ସାରିବା ପରେ ପୋଷ୍ଟର ସବା ଶେଷରେ ଲେଖିଛନ୍ତି ଦେହକୁ ନେବେ ନାହିଁ । ତେବେ ଗୋଟେ ପଟେ ଅନୁଭବ ମହାନ୍ତି ଏପରି ଲେଖିଥିବା ବେଳେ ସେପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସୋସିଆଲ ମିଡିଆରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *