ଚିକିତ୍ସା କରିଥିବା ନର୍ସକୁ ଚୁମା ଦେଇ ହଟହଟା ହେଲେ ଯୁବକ , ବନ୍ଧା ହୋଇ ଗଲେ ଥାନା

ସ୍ବାସ୍ଥ୍ୟ ବିଭାଗର ଏକ ମୁଖ୍ୟ ମୂଳଦୁଆ ଭାବରେ ସେବିକା ବା ନର୍ସ ମାନଙ୍କୁ ବିବେଚନା କରା ଯାଇଥାଏ । ସେମାନଙ୍କ ବିନା ସ୍ବାସ୍ଥ୍ୟ ବିଭାଗର କିଛି ବି ମୂଲ୍ୟ ନାହିଁ । ସେମାନେ ହିଁ ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଆଉ କୁହାଯାଏ ଡାକ୍ତରଙ୍କର ଯେତିକି ଅଂଶ ରହିଛି , ନର୍ସ ମାନଙ୍କର ମଧ୍ୟ ସେହି ସମାନ ଅଂଶ ସ୍ବାସ୍ଥ୍ୟ କ୍ଷେତ୍ରରେ ରହିଛି । ତେବେ ବର୍ତ୍ତମାନ ସମୟର ବଢୁଥିବା ଯୁଗ ସହିତ ଏହି ନର୍ସ ଏବଂ ଡାକ୍ତର ମାନଙ୍କ ସହିତ ଅନେକ ଖରାପ ବ୍ୟବହାର କରାଯାଉଛି । ଆଉ ସେମାନଙ୍କ ଉପରକୁ କେଉଁଠି ଲୋକ ମାନେ ହାତ ଉଠାଇବା ସହିତ କେଉଁଠି ଅସଦାଚରଣ କରୁଛନ୍ତି ।

ବର୍ତ୍ତମାନ ସମୟରେ ଏପରି କିଛି ଖବର ଘଟିଛି , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ଚିକିତ୍ସା କରୁଥିବା ଜଣେ ନର୍ସ ସହିତ ସାଧାରଣ ବ୍ୟକ୍ତି ଜଣକ ଏପରି ବ୍ୟବହାର କରିଛନ୍ତି ଯେ , ଯାହା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ଜଣେ କାର୍ଯ୍ୟରତ ନର୍ସଙ୍କୁ ବ୍ୟକ୍ତି ଜଣକ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କ ଗାଲରେ ଚୁମା ମଧ୍ୟ ଦେଇ ଦେଇଛନ୍ତି । ସୂଚନା ଅନୁଯାୟୀ , ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଏପରି ଘଟିଥିବା ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି ଆଉ ଏହାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି।

ବର୍ତ୍ତମାନ ସମୟରେ କଥା ଯାଇ ଥାନାରେ ପହଞ୍ଚି ଗଲାଣି । ଆଉ ଚୁମା ଦେଇଥିବା ବାବୁ ଜଣକ ମଧ୍ୟ ଥାନାରେ ଯାଇ ପହଞ୍ଚି ଯାଇଛନ୍ତି । ତେବେ କୁହାଯାଉଛି କି , ଜଣେ ଷ୍ଟାଫ୍ ନର୍ସ ଡ୍ୟୁଟିରେ ଥିଲେ । ଆଉ ଏହି ସମୟ ମଧ୍ୟରେ ରୋହିତ ଦାସ ଅରବ୍ ଗୁଡୁ ନାମକ ଜଣେ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ ଚିକିତ୍ସା କରିବା ପାଇଁ ଆସିଥିଲେ । ଆଉ କୌଣସି କଥାକୁ ନେଇ ରୋହିତ ନର୍ସଙ୍କ ସହିତ ଝଗଡା କରିବା ସହିତ ତାଙ୍କ ଅସଦାଚରଣ କରିଥିଲେ । ଆଉ ଖାଲି ସେତିକି ନୁହେଁ , ସେ ନର୍ସଙ୍କ ଗାଲରେ ଚୁମା ମଧ୍ୟ ଦେଇ ଦେଇଥିଲେ ।

ଯେଉଁଥିପାଇଁ ନର୍ସ ଜଣକ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲେ ଆଉ ଯାଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ମଧ୍ୟ କରିଥିଲେ । ଆଉ ତଦନ୍ତ କରି ସାରିବା ପରେ ରୋହିତ ଦାସଙ୍କୁ ଗିରଫ ମଧ୍ୟ କରି ନେଇଛନ୍ତି । ତେବେ କୁହାଯାଉଛି କି , ରୋହିତ ଅବସପ୍ରାପ୍ତ ଆରକ୍ଷୀ ଅଧିକାରୀଙ୍କ ପୁଅ ଅଟନ୍ତି । ଆଉ ଆଗରୁ ମଧ୍ୟ ତାଙ୍କ ନାମରେ ଏପରି ଅନେକ ଅଭିଯୋଗ ହୋଇଛି । ତେଣୁ ବର୍ତ୍ତମାନ ପୋଲିସ ତାକୁ ଗିରଫ କରିନେବା ସହିତ ନର୍ସଙ୍କ ସହିତ କଥାବାର୍ତ୍ତା କରି ଘରକୁ ପଠାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *