ଏହି ବର୍ଷ ହେବ ତୃତୀୟ ବିଶ୍ୱଯୁଦ୍ଧ ତାହା ପୁଣି ୧୩ ଟି ଦେଶ ମଧ୍ୟରେ , ମାଳିକା ରଚନା ହେବାକୁ ଯାଉଛି ସତ , ଜାଣି ନିଅନ୍ତୁ କଣ ହେବ ପରିସ୍ଥିତି :-

ଆମ ମହାପୁରୁଷ ମାନେ ଅନେକ ବର୍ଷ ପୂର୍ବରୁ ରଚନା କରି ଯାଇଥିବା ମାଳିକା ବର୍ଣ୍ଣିତ ଘଟଣା ଧୀରେ ଧୀରେ ସତ ହେବାରେ ଲାଗିଛି । ଲୋକେ ନିଜେ ଏହାକୁ ହୃଦୟଙ୍ଗମ କରିଛନ୍ତି । ପୂର୍ବରୁ ଅନେକ ଘଟଣା ଏପରି ଘଟି ଯାଇଛି ଯାହାକି ପୂର୍ବରୁ ହିଁ ମାଳିକା ରେ ବର୍ଣ୍ଣିତ ହୋଇ ସାରିଥିଲା । ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ ମାଳିକା ଭବିଷ୍ୟବାଣୀ ରେ ଚଳିତ ବର୍ଷ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ମଧ୍ୟ ବର୍ଣ୍ଣିତ ହୋଇଛି ।

ମାଳିକା କୁ ବର୍ଣ୍ଣନା କରି ଯାଇଥିବା ଅନେକ ମହାପୁରୁଷ ଯେପରିକି ଯୁଗ ଜନ୍ମା ଅଚ୍ୟୁତାନନ୍ଦ ଯାହା ସବୁ ବର୍ଣ୍ଣନା କରିଛନ୍ତି ତାହା ମଧ୍ୟରେ ଗୋଟିଏ ବିଷୟ ହେଉଛି ଆଗାମୀ ସମୟରେ ହେବାକୁ ଯାଉଥିବା ତୃତୀୟ ବିଶ୍ୱଯୁଦ୍ଧ । ଯାହାକି ୧୩ ଟି ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାକୁ ନେଇ ସୂଚନା ଦେଉଛି । ତେବେ ସେହି ଯୁଗଜନ୍ମା ମହାପୁରୁଷ ଙ୍କ ରଚିତ ମାଳିକା ଅନୁଯାୟୀ ଏହି ବିଶ୍ୱଯୁଦ୍ଧ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।

ତେବେ ତାହା କେବଳ ମନକୁ ନୁହେଁ ଏପରି ଅନେକ ଘଟଣା ଆପଣ ଶୁଣିବାକୁ ପାଉଛନ୍ତି ଯେପରିକି ଗତ ୩ ବର୍ଷ ହେବ ପାକିସ୍ତାନ , ଭାରତ ଏବଂ ଚୀନ ବିବାଦ କୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ତେଣୁ ଏହା ବାସ୍ତବରେ ହିଁ ବିଶ୍ୱଯୁଦ୍ଧ ଦିଗରେ ଇଙ୍ଗିତ କରୁଛି । ତେଣୁ ଲୋକଙ୍କୁ ଏନେଇ ସତର୍କ ରହିବା ଉଚିତ । ନିଜ କର୍ମକୁ ଠିକ ଭାବରେ ସମ୍ପାଦନ କରିବା ଉଚିତ ।

ମାଳିକା ଅନୁଯାୟୀ ଏହା କୁହାଯାଇଛି ଯେ ଭାରତ ଭଳି ପୁଣ୍ୟ ଭୂମିରେ ଏପରି କିଛିବି ଘଟିବ ନାହିଁ । ହୁଏତ କିଛି କ୍ଷୟ କ୍ଷତି ହୋଇପାରେ । କାରଣ ଯେଉଁଭଳି ଭାବରେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗି ରହିଛି ତାହାର ଉଚିତ ଉତ୍ତର ଦେଉଛି ଉଭୟ ଭାରତ ଏବଂ ଚୀନ । କେହି କାହାଠାରୁ କମ ନୁହଁନ୍ତି । ତେବେ ଅଚ୍ୟୁତାନନ୍ଦ କହିଛନ୍ତି ଯେ ଭାରତ ରେ ଅନେକ ପୁଣ୍ୟ କରିଥିବା ମୁନି ଋଷିଙ୍କ ଯଶ ରହିଛି । ତେଣୁ ଭାରତ ର ମାଟି ପବିତ୍ର ଅଟେ ।

ତେଣୁ ଭାରତ କୁ କେହିବି ହରାଇ ପାରିବେ ନାହିଁ । ବରଂ ଯେତେବେଳେ ଋଷିଆ ଭାରତ କୁ ସମର୍ଥନ କରିବ ସେତେବେଳେ ଆଉ ଭାରତକୁ କେହିବି ହରାଇ ପାରିବେ ନାହିଁ । ଭାରତକୁ ଏମିତିରେ ବି କେହି କ୍ଷତି କରି ପାରିବେ ନାହିଁ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି ।

Leave a Reply

Your email address will not be published. Required fields are marked *