‘ ପୁଷ୍ପା ‘ ଫିଲ୍ମ ଷ୍ଟାଇଲ ରେ ହତ୍ୟାକାଣ୍ଡ ଘଟାଇଲେ ଦିଲ୍ଲୀର ତିନି ନାବାଳକ , ରେକର୍ଡ଼ କରିଲେ ହତ୍ୟାର ଭିଡ଼ିଓ :-

ସମାଜରେ ହିଂସା କାଣ୍ଡ ଶେଷ ହୋଇଯାଉ ବୋଲି ଅନେକ ଲୋକ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ କେବିବି ସେଥିପ୍ରତି ଉଦ୍ୟମ କରନ୍ତି ନାହିଁ । କିନ୍ତୁ ଆପଣ ମାନେ ଦେଖନ୍ତୁ ନା କିପରି ଭାବରେ ବର୍ତ୍ତମାନ ହତ୍ୟାକାଣ୍ଡ ବଢ଼ି ଚାଲିଛି । ଲୋକେ ହତ୍ୟା କରିବାକୁ ଅନେକ ଉପାୟ ଆପଣାଉଛନ୍ତି । କେହି ଫିଲ୍ମକୁ ଦେଖି ସେହି ଭଳି ଭଙ୍ଗୀରେ ହିଂସା କରୁଛନ୍ତି । ଯାହାର ଏକ ପ୍ରତ୍ୟକ୍ଷ ଉଦାହରଣ ମଧ୍ୟ ଆଜି ଆମେ ଆପଣଙ୍କୁ ଦେବୁ ।

ବର୍ତ୍ତମାନ ର ଯୁବ ସମାଜ ଜୋସ ରେ ଆସି ହୋସ ହଜାଇ ଦେଇଥିବା ଭଳି ବ୍ୟବହାର କରିଥାନ୍ତି । ତେବେ ଘଟଣା ଅନୁଯାୟୀ ଦିଲ୍ଲୀରେ ତିନି ଜଣ ନାବାଳକ ଜଣେ ବ୍ୟକ୍ତିଙ୍କ ହତ୍ୟା କରିଛନ୍ତି ଏବଂ ତାହା ପୁଣି ପୁଷ୍ପା ଫିଲ୍ମ ହତ୍ୟାକାଣ୍ଡ ଭଳି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଯୁବ ସମାଜ ଫିଲ୍ମ ଦେଖି ସବୁବେଳେ ହତ୍ୟା , ଫାଇଟିଂ ପ୍ରତି ଉତ୍ସାହିତ ରହନ୍ତି । ବର୍ତ୍ତମାନ ସମୟରେ ପୁଷ୍ପା ଫିଲ୍ମ ବେଶ ହିଟ ରହିଛି ।

ତେବେ ସେହି ଫିଲ୍ମ ର ହତ୍ୟାକାଣ୍ଡ ଭଳି ତିନି ନାବାଳକ ଜଣେ ବ୍ୟକ୍ତିଙ୍କ ହତ୍ୟା କରି ଦେଇଛନ୍ତି । ସୂଚନା ଅନୁଯାୟୀ ଏହି ଘଟଣା ଟି ଦିଲ୍ଲୀର ଜାହାଙ୍ଗିରପୁରୀ ର ଅଟେ । ସେଠାରେ ତିନି ନାବାଳକ ଜଣେ ବ୍ୟକ୍ତିଙ୍କୁ ଛୁରୀ ଏବଂ ଅନ୍ୟ ମାରଣାସ୍ତ୍ର ଯୋଗେ ହତ୍ୟା କରିଛନ୍ତି । ଏହି କାମକୁ ଦୁଇ ଜଣ ନାବାଳକ କରିଥିଲେ ଏବଂ ଅନ୍ୟ ଜଣେ ଏହି ଘଟଣାକୁ ରେକର୍ଡ଼ କରୁଥିଲେ । ତେବେ ଖବର ପାଇବା ପରେ ପୋଲିସ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା ।

ଯେତେବେଳେ ପୋଲିସ ସେମାନଙ୍କ ହତ୍ୟା କରିବାର କାରଣ ପଚାରିଥିଲା ସେତେବେଳେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ସେମାନଙ୍କ କହିବା କଥା ଥିଲା ଯେ ସେମାନେ ହତ୍ୟା କରିଥିବା ବ୍ୟକ୍ତି ସହିତ ତାଙ୍କର ପୂର୍ବରୁ ପାଟିତୁଣ୍ଡ ହୋଇଥିଲା । ତେଣୁ ସେମାନେ ତାକୁ ପୁଷ୍ପା ଏବଂ ଭୌକାଲ ଫିଲ୍ମ ଷ୍ଟାଇଲରେ ହତ୍ୟା କରି ଭିଡ଼ିଓ କରି ଲୋକପ୍ରିୟ ହେବାକୁ ଚାହୁଁଥିଲେ । ତେଣୁ ସେଥିପାଇଁ ସେମାନେ ସେହି ବ୍ୟକ୍ତିଙ୍କ ହତ୍ୟା କରିଥିଲେ ।

ତେବେ ଆପଣ ଭାବି ପାରୁଛନ୍ତି ତ ଗୋଟିଏ ଫିଲ୍ମକୁ ସାଧରଣ ଲୋକେ କେଉଁ ଭଳି ଭାବରେ ଗ୍ରହଣ କରୁଛନ୍ତି ଆଉ କିଛି ବ୍ୟକ୍ତି କେଉଁ ଭଳି ଭାବରେ ଗ୍ରହଣ କରିଛନ୍ତି । ତେବେ ଲୋକେ ଏତେ ନୃଶଂସ ହୋଇ ଯାଇଛନ୍ତି ଯେ ହତ୍ୟାର ଭିଡ଼ିଓ ମଧ୍ୟ ବନାଇବାକୁ ପଛାଉ ନାହାଁନ୍ତି । ତେବେ ଜନସାଧାରଣ ସେହି ଅଭିଯୁକ୍ତ ଙ୍କୁ କଠିନ ରୁ କଠିନ ଦଣ୍ଡ ଦେବାକୁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *