ମଣିଷ ମା’ର ପ୍ରେମରେ ବନ୍ଧା ମାଙ୍କଡ଼ ଛୁଆ , ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ :-

ଆଜିର ଏହି ସ୍ୱାର୍ଥପର ଦୁନିଆରେ କଣ ଆପଣ ଏପରି ଭାବି ପାରୁଛନ୍ତି କି , ମଣିଷ ମଣିଷ ଭିତରେ ସ୍ନେହ ଭଲପାଇବା ପୂର୍ବ ଭଳି ରହିଛି ବୋଲି ? ଉତ୍ତର ନାଁ ହିଁ ଆସିବ । କାରଣ ଆଜିକାର ଦୁନିଆରେ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ କିଛିବି କରିପାରେ । ପୁଣି କିଛି ଲୋକତ ନିଜର ସମ୍ମାନ ହାନୀ ନାଁ ନେଇ ଅନେକ ପା-ପ କାର୍ଯ୍ୟବି କରୁଛନ୍ତି । ଅନୁଶାସନର ନାଁ ନେଇ ଅନ୍ୟା-ୟ ବି ହେଉଛି । ତେବେ ଦୁନିଆର ଏଭଳି ଲୋକଙ୍କ ଠାରୁ କି ପ୍ରକାରର ଆଶା ଆଉ କରାଯାଇ ପାରେ ? ହଁ ହୁଏତ ସବୁ ମଣିଷ ସେପରି ହୋଇ ନଥାନ୍ତି । ମାତ୍ର ଆଜିକା ସମୟରେ ଅଧିକାଂଶ ଲୋକଙ୍କ ମଧ୍ୟରେ ମାନବିକତା ଲୀନ ହୋଇ ଯାଇଛି ।

ତାହାର ଉଦାହରଣ ଆପଣ ମାନେ ଟିଭି , ନ୍ୟୁଜ ପେପର , ସୋସିଆଲ ମିଡ଼ିଆ , ରେଡ଼ିଓ କିମ୍ବା ନିଜ ଚତୁଃପାର୍ଶ୍ଵର ପରିବେଶରୁ ଜାଣି ପାରୁଥିବେ । ଯେଉଁଠି ମଣିଷ ପର ତ ଦୂରର କଥା ନିଜ ର-କ୍ତର ପରିଜନକୁ ବି ସମୟ ପଡ଼ିଲେ ଚିହ୍ନିବାକୁ ମନା କରି ଦେଉଛି ସେଠାରେ ସେହି ମଣିଷ ପଶୁକୁ କେଉଁଭଳି ଭାବରେ ବ୍ୟବହାର କରୁଥିବ ତାହା ଆପଣ ମାନେ ବୁଝି ପାରୁଥିବେ । କିନ୍ତୁ ସବୁ ମନୁଷ୍ୟ ଯେ ପଶୁ ଠାରୁ ସାହାଯ୍ୟ ପାଇ ସେହି ପଶୁ ଉପରେ ଅ-ତ୍ୟାଚା-ର କରିବେ ତାହା ବି ନୁହେଁ । କାରଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ପ୍ରଥମତଃ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭଲପାଇବାକୁ ମନେ ପକାଇବେ , ତାପରେ ଯାଇ ପଶୁ ପ୍ରତି ମନୁଷ୍ୟର ବ୍ୟବହାର ବୁଝିବେ ।

ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ମାଙ୍କଡ଼ ଛୁଆଙ୍କୁ ଖୁବ ସ୍ନେହ ଶ୍ରଦ୍ଧା କରୁଛନ୍ତି । ଠିକ ନିଜ ସନ୍ତାନ ଭଳି । ଖାଲି ସେ ନୁହଁନ୍ତି । ମାଙ୍କଡ଼ ମାନେ ମଧ୍ୟ ତାଙ୍କୁ ନିଜ ମା ଭାବରେ ମାନି ନେଇଛନ୍ତି । ଭିଡ଼ିଓରେ ଦେଖାଯାଇଛି ଯେପରି ଜଣେ ମା’ ନିଜ ସନ୍ତାନ ଉପରେ ଅଭିମାନ କରିବା ପରେ ସନ୍ତାନ ତାଙ୍କୁ ମନେଇଥାଏ । ଠିକ ସେହିପରି ମାଙ୍କଡ଼ଟି ମଧ୍ୟ ତାଙ୍କୁ ମନେଇବାରେ ଲାଗି ପଡ଼ିଛି । ସ୍ନେହରେ କେତେବେଳେ ତାଙ୍କ କାନ୍ଧରେ ଚଢ଼ି ଯାଉଛି ତ କେତେବେଳେ ହାତକୁ ମୁହଁରୁ କା-ଢ଼ିବାରେ ଲାଗିଛି । ଆଉ ସେ ଦୃ-ଶ୍ୟ ଦେଖିଲେ ଯେ କେହିବି ଖୁସି ହେବେ ।

ତେବେ ମହିଳା ଜଣକ କେବଳ ଗୋଟିଏ ମାଙ୍କଡ଼ ଛୁଆ ରଖି ନାହାଁନ୍ତି । ବରଂ ଶହ ଶହ ମାଙ୍କଡ଼ ତାଙ୍କ ପାଖକୁ ଆସୁଛନ୍ତି । ସେ ଶ୍ରଦ୍ଧାରେ ସେମାନଙ୍କୁ ବାଦାମ ଖାଇବାକୁ ଦେଉଛନ୍ତି । ଯେପରି ଗୋଟିଏ ପରିବାର ଭଳି ହୋଇ ଯାଇଛି । ମା’ ହେବତ ଏହିଭଳି । ଯାହାର ମମତାରେ ପର ଆପଣ , ଉଚ୍ଚ ନିଚ୍ଚ ଏବଂ ସ୍ୱାର୍ଥ ନଥାଏ । ତେବେ ଏଭଳି ଏକ ଦୃ-ଶ୍ୟ ସବୁଠି ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଦେଖି ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *