ଶ୍ୱଶୁରଙ୍କ ନାମରେ ଥା-ନାରେ ଅଭି-ଯୋଗ ଆଣିଲେ ବୋହୂ , ମାଗିଲେ ଝିଅ ପାଇଁ ନ୍ୟା-ୟ :-

ପୂର୍ବତନ ମୁଖ୍ୟମନ୍ତ୍ରୀ ସୁର-କ୍ଷା ଦାୟିତ୍ବରେ ଥିବା ଗୋପୀନାଥ ପଟନାୟକଙ୍କ ବିରୋ-ଧରେ ତାଙ୍କ ବୋହୂ ଅଭି-ଯୋଗ ଆଣିଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ ତାଙ୍କ ନାମ ସନ୍ତୋସିନୀ ଦାସ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଜଗତ ରଞ୍ଜନ ପଟନୟକ । ଉଭୟଙ୍କ ବିବାହ ଗତ ୨୦୨୦ ଫେବୃଆରୀ ୨୮ ରେ ହୋଇଥିଲା । ମାତ୍ର ବିବାହର ଏକ ବର୍ଷ ପରେ ଅର୍ଥାତ ୨୦୨୧ ମାର୍ଚ୍ଚ ୨୩ ରେ କୌଣସି କାରଣ ବଶତଃ ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇ ଯାଇଥିଲା । ତାଙ୍କ ସ୍ୱାମୀ ଥିଲେ ଜଣେ ଲୋକପ୍ରିୟ ବଂଶୀ ବାଦକ ।

ତେବେ ତାଙ୍କ ସ୍ୱାମୀଙ୍କ ମୃ-ତ୍ୟୁ ସମୟ ବେଳକୁ ସେ ୩ ମାସର ଗର୍ଭ-ବତୀ ଥିଲେ । ସେହି ସମୟରେ ହିଁ ତାଙ୍କର କେବଳ ଗୋଟିଏ ଆଶ୍ରା ଥିଲା ଯାହାକି ତାଙ୍କ ସ୍ୱାମୀ ଏସବିଆଇରେ ଏକ ଲାଇଫ ଇନ୍ସୁରାନ୍ସ କରିଥିଲେ । ମାତ୍ର ତାଙ୍କ ଶାଶୁ ଘର ଲୋକଙ୍କର ନଜର ସେହି ଇନ୍ସୁରାନ୍ସ ଟଙ୍କା ଉପରେ ଥିଲା । ଏମିତିକି ସେ ଗର୍ଭ-ବତୀ ଥିବା ସମୟରେ ତାଙ୍କ ଯତ୍ନ ତ ଦୂରର କଥା ତାଙ୍କୁ ଖାଇବାକୁ ମଧ୍ୟ ଦେଉ ନଥିଲେ । ତାଙ୍କ ଶ୍ୱଶୁର ତାଙ୍କୁ ଇନ୍ସୁରାନ୍ସ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ମଧ୍ୟ ନେଇ ଯାଇଥିଲେ ।

ଚକ୍ରାନ୍ତ କରି ମହିଳାଙ୍କ ଠାରୁ ଦସ୍ତଖତ ନେଇ ତାଙ୍କ ଘରୁ ମଧ୍ୟ ବାହାର କରି ଦେଇଥିଲେ । ଏମିତିକି ତାଙ୍କୁ ଗର୍ଭ-ପାତ କରି ଅନ୍ୟତ୍ର ବିବାହ କରିବାକୁ ମଧ୍ୟ କହିଥିଲେ । ମାତ୍ର ମହିଳା ଜଣକ ମାନିନଥିଲେ । ତେବେ ମହିଳା ଜଣକୁ ବାହାର କରିବା ପରେ ସେ ବାଧ୍ୟ ହୋଇ ନିଜ ବାପ ଘରେ ରହିଲେ । କିଛି ମାସ ପରେ ସେ ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ଦେଇଥିଲେ । ପ୍ରସବ ସମୟରେ ଖର୍ଚ୍ଚ ଟଙ୍କା ମଧ୍ୟ ତାଙ୍କ ଶ୍ୱଶୁର ଘର ଲୋକେ ଦେବାତ ଦୂରର କଥା ତାଙ୍କୁ ଦେଖିବାକୁ ମଧ୍ୟ ଆସି ନଥିଲେ ।

ଆଉ ବର୍ତ୍ତମାନ ସେମାନେ ତାଙ୍କ ଝିଅକୁ ବାପା ପରିଚୟ ଏବଂ ଅଧିକାରରୁ ବଞ୍ଚିତ କରୁଛନ୍ତି । ଯାହାକୁ ନେଇ ମହିଳା ଜଣକ ଅନେକ ଦିନ ହେବ ଅଭି-ଯୋଗ ଆଣିଛନ୍ତି । ଅଭି-ଯୋଗ ଅନୁଯାୟୀ ସେ କହିଛନ୍ତି ଯେ ତାଙ୍କ ଶାଶୁ ଶ୍ୱଶୁର ଏମିତିକି ନଣଦ ମଧ୍ୟ ତାଙ୍କୁ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଦେବା ସହିତ , ତାଙ୍କ ଝିଅକୁ ବାପା ପରିଚୟରୁ ଏବଂ ନିଜକୁ ସ୍ୱାମୀ ପରିଚୟରୁ ବଞ୍ଚିତ କରୁଛନ୍ତି । ତେଣୁ ସେ ପ୍ରଥମେ ଧଉଳି ଥା-ନାରେ ଅଭି-ଯୋଗ କରିଥିଲେ ମାତ୍ର ଏବେ ସୁଦ୍ଧା ତାଙ୍କୁ ରିସିଭ କପି ସୁଦ୍ଧା ମିଳିନାହିଁ । ତେଣୁ ବର୍ତ୍ତମାନ ମହିଳା ଜଣକ ନିଜ ନ୍ୟା-ୟ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *