ସାହେବ୍ ମୋ ସ୍ତ୍ରୀ ଅଭିମାନ କରି ବାପ ଘର ଚାଲି ଯାଇଛି, ମନେଇବା ପାଇଁ ଯିବାକୁ ହେବ ଛୁଟି ଦେଇ ଦିଅ। ସରକାରୀ ବାବୁ ଛୁଟି ପାଇଁ ଲେଖିଲେ ଦରଖାସ୍ତ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ।

ଘର ସଂସାର ଅଛି ତ ରାଗ ରୁଷା ମାନ ଅଭିମାନ ମଧ୍ୟ ରହିଛି। ତେବେ ସଂପର୍କ ଦୃଢ଼ ଥିଲେ ତାହା ଭାଙ୍ଗିବା ସହଜ ହୋଇ ନଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଦରଖାସ୍ତ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବ ନାହିଁ।

ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନେ ଯେତେବେଳେ କୌଣସି ସୁବିଧା ଓ ଅସୁବିଧା ସମୟରେ ଛୁଟି ନିଅନ୍ତି ସେତେବେଳେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଛୁଟି ନେବା ସରକାରୀ ଅଫିସର ମାନଙ୍କ ପାଇଁ ସହଜ ହୋଇ ନଥାଏ। ବିଶେଷ କରି ତଳିଆ କର୍ମଚାରୀ ମାନେ ବିଭିନ୍ନ ବାହାନା ଦେଇ ଛୁଟି ନିଅନ୍ତି।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହିଭଳି ଏକ ଖବର ଭାଇରାଲ ହେଉଛି। ଜଣେ ସରକାରୀ ବାବୁ ଛୁଟି ନେବା ପାଇଁ ଏକ ଦରଖାସ୍ତ ଲେଖିଛନ୍ତି। ତେବେ ଏଥିରେ ସେ ବାହାନା କରିବା ପରିବର୍ତ୍ତେ ସତ ଲେଖିଛନ୍ତି।

ସ୍ତ୍ରୀକୁ ବୁଝେଇବା ପାଇଁ ଛୁଟି ନିମନ୍ତେ ଦରଖାସ୍ତ

ବାସ୍ତବରେ ଜଣେ ସରକାରୀ କର୍ମଚାରୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଉପରେ ରାଗି କରି ବାପ ଘରକୁ ଛାଡି ଚାଲି ଯାଇଛି। ଯାହାକି ଉକ୍ତ କର୍ମଚାରୀ ପାଇଁ ଦୁଃଖର ବିଷୟ ଅଟେ। ସେ ଏଥିପାଇଁ ଲଜ୍ଜିତ ଅନୁଭବ ମଧ୍ୟ କରୁଛନ୍ତି। ତେବେ ଉକ୍ତ କର୍ମଚାରୀ ଜଣକ ନିଜ ସ୍ତ୍ରୀକୁ ମନେଇବା ପାଇଁ ଶଶୁର ଘର ଯିବାକୁ ହେବ। ସେଥିପାଇଁ ତାଙ୍କୁ ତାଙ୍କ କାର୍ଯ୍ୟରୁ ଛୁଟିର ଆଵଶ୍ୟକ। ତେଣୁ ସେ ଏକ ଛୁଟି ଦରଖାସ୍ତ ନିଜ ଉପର ଅଫିସରଙ୍କୁ ଲେଖିଲେ। ତେବେ ସେହି ଦରଖାସ୍ତ ରେ କର୍ମଚାରୀ ଜଣକ ଅନ୍ୟ କୌଣସି ବାହାନା ନ ଦେଇ ସେ ସମ୍ପୂର୍ଣ୍ଣ ସତ୍ୟ ଅର୍ଥାତ ସ୍ତ୍ରୀକୁ ବୁଝେଇବା ପାଇଁ ଛୁଟି ଦରକାର ବୋଲି ଲେଖିଛନ୍ତି।

ତେବେ ଏହି ଘଟଣା ଉତ୍ତରପ୍ରଦେଶର ଖେଡା ଅଞ୍ଚଳରେ ଦେଖିବାକୁ ମିଳିଛି। କିରାଣୀ କାମ କରୁଥିବା ଶ୍ୟାମ ସଦ ଅହମଦଙ୍କ ସ୍ତ୍ରୀ ତାଙ୍କ ଉପରେ ଅଭିମାନ କରି ବାପ ଘରକୁ ଚାଲି ଯାଇଛି। ସାଙ୍ଗରେ ପିଲା ମାନଙ୍କୁ ନେଇ ମଧ୍ୟ ସ୍ତ୍ରୀ ଚାଲି ଯାଇଛି। ଶ୍ୟାମ ସଦ ଏଥିପାଇଁ ମାନସିକ ଦୁଃଖୀ ଅଟନ୍ତି। ତେଣୁ ସେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଫେରେଇ ଆଣିବା ପାଇଁ ଚାହାନ୍ତି। ସେଥିପାଇଁ ତାଙ୍କୁ ଶଶୁର ଘରକୁ ଯିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ଛୁଟିର ଆବଶ୍ୟକ ଅଟେ। ଯାହାଫଳରେ ସେ ଛୁଟି ଦରଖାସ୍ତ ମଧ୍ୟ ଲେଖିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଶ୍ୟାମ ସଦଙ୍କ ଏହି ଛୁଟି ଦରଖାସ୍ତକୁ ନେଇ ତାଙ୍କର ସହ କର୍ମଚାରୀ ଅନେକ ମଜାକ ଉଡେଇଛନ୍ତି। କିନ୍ତୁ ଶ୍ୟାମ ସଦଙ୍କ କହିବାନୁଯାୟୀ ଲକ୍ଷ ମିଛ କହିବା ଅପେକ୍ଷା ସତ କହିବା ବେଶ ଭଲ। ତେବେ ଛୁଟି ନେବା ପାଇଁ ଦେଇଥିବା ଛୁଟି ଦରଖାସ୍ତ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *