ଦିନ ଥିଲା ଦିନେ ଯାତ୍ରା ପେଣ୍ଡାଲରେ ସମସ୍ତଙ୍କୁ ହସାଉଥିଲେ କିନ୍ତୁ ଆଜି ଏପରି ଦିନ ଆସିଯାଇଛି କେବଳ ଆଖିରୁ ଝରୁଛି ଲୁ-ହ । ଲୁ-ହ ଝରିବା ଛଡ଼ା ଆଉ କିଛି ଉପାୟ ନାହିଁ । ଦିନେ ହସୁଥିଲେ ଆଉ ହସି ହସି ସମସ୍ତଙ୍କୁ ବେଦମ୍ କରାଉଥିଲେ କିନ୍ତୁ ଆଜି ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ସେଦିନର ଯାତ୍ରା କଳାକାର ତଥା କମେଡ଼ିଆନ ରସରାଜମଣି ଭଦ୍ର । ଯାତ୍ରା ଜଗତର ଜଣେ ପ୍ରସିଦ୍ଧ କମେଡିଆନ ଭାବରେ ତାଙ୍କୁ ସମସ୍ତେ ଜାଣିଛନ୍ତି ।
ରାତି ରାତି ଅନିଦ୍ରା ରହି ମୁଁହରେ ପାଉଡର ବୋଳି ଲୋକଙ୍କୁ ହସାଉଥିଲେ । ଆଉ ଯାହା ଟଙ୍କା ପାଉଥିଲେ ସେଥିରେ ନିଜ ପିଲା ମାନଙ୍କର ପାଠ ପଢା ଭାର ଉଠାଉଥିଲେ । ପିଲା ମାନଙ୍କୁ ବଡ ମଣିଷ କରିବା ପାଇଁ ମନରେ ବାନ୍ଧିଥିଲେ ଇଚ୍ଛା । ପିଲା ମାନଙ୍କୁ କୂଳରେ ଲଗାଇବା ତାଙ୍କର ଥିଲା ଲକ୍ଷ । ଦୁଇ ପୁଅ ହିଁ ତାଙ୍କର ସବୁକିଛି ଥିଲେ । ନିଜ ସ୍ତ୍ରୀକୁ ହରାଇବା ପରେ କେବଳ ଗୋଟିଏ ଇଚ୍ଛା ମନରେ ଧରିଥିଲେ ସେ ପୁଅକୁ ବଡ ମଣିଷ କରିବେ ।
ଆଉ ତାହା ହିଁ ହେଲା । ଦୁଇ ପୁଅ ଭଲ ଚାକିରି କଲେ ଆଉ ବଡ ମଣିଷ ହେଲେ । କିନ୍ତୁ ମଣିଷ ପଣିଆ ଭୁଲିଗଲେ ଆଉ ବାପାକୁ ଏକୁଟିଆ କରିଦେଲେ । ତେବେ ମଣି ଭଦ୍ରଙ୍କ କହିବା ଅନୁଯାୟୀ , ତାଙ୍କ ବଡ ପୁଅ ପାଖରେ ସେ କିଛି ବର୍ଷ ହେବ ରହିଥିଲେ ଆଉ ଖୁସିରେ ମଧ୍ୟ ରହୁଥିଲେ । ପୁଅ ତାଙ୍କର ସବୁ ଦୁଃ-ଖ ସୁଖ ବୁଝୁଥିଲେ । ପୁଅ ତାଙ୍କର ସେବା ମଧ୍ୟ କରୁଥିଲେ। କିନ୍ତୁ ବି-ବାଦ ଦେଖା ଦେଇଥିଲା ତାଙ୍କ ଏଟିଏମ୍ କୁ ନେଇ । କାରଣ ଦୁଇ ପୁଅ ବାପାଙ୍କ ଏଟିଏମ୍ କୁ ଅନାଇ ବସିଥିଲେ ।
ତେବେ କିଛି ବର୍ଷ ପରେ ସେ ଆସି ସାନ ପୁଅ ପାଖରେ ରହିଥିଲେ । କିନ୍ତୁ ତାଙ୍କୁ ଭଲ ଲାଗୁନଥିଲା । କାରଣ ଟଙ୍କା ପାଇଁ ପୁଅ ମାନେ ବାପାଙ୍କୁ ଭୁଲି ଯାଇଥିଲେ । ତେଣୁ ନିଜ ଜୀବନର ଆଉ ବାକି କିଛି ଦିନ ମଣି ଭଦ୍ର ଏକୁଟିଆ ରହି ଶାନ୍ତିରେ ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ପାରାଦ୍ବୀପରେ ରହିଥିବା ଏକ ବୃଦ୍ଧାଶ୍ରମକୁ ନିଜ ଘର ଭାବରେ ବାଛି ନେଇଥିଲେ । ଆଉ ଆସି ସେଠାରେ ରହିଥିଲେ । ତେବେ ଏତେ ପରେ ବି ସେ କେବେ ନିଜ ପୁଅ ମାନଙ୍କୁ ଦୋ-ଷୀ କରି ନାହାଁନ୍ତି । ପୁଅ ମାନେ ତାଙ୍କର ସୁନା ବୋଲି ସେ କହିଛନ୍ତି ।