ଖାଦ୍ୟରେ ଚୁଟି ବାହାରିବାରୁ ସ୍ତ୍ରୀକୁ ଲଣ୍ଡା କଲା ସ୍ୱାମୀ…

ଏପରି ଲଜ୍ଜାକର ଘଟଣା ଆପଣ ପ୍ରାୟତଃ ଆଗରୁ କେବେ ଶୁଣି ନଥିବେ । ଜଣେ ସ୍ଵାମୀ ନିଜ ସ୍ତ୍ରୀ ସହିତ ଏପରି ବି କରି ପାରନ୍ତି । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ ଆଉ ସେହି ଝଗଡା ମଧ୍ୟ ସମାଧାନ ହୋଇଯାଏ । କିନ୍ତୁ ବର୍ତ୍ତମାନ ଯାହା ଘଟିଛି , ତାହା ସମାଧାନ ହୋଇପାରିବ ନାହିଁ । କାହିଁକି ନା ସ୍ଵାମୀ ଜଣକ ଏପରି କିଛି କାଣ୍ଡ କରିଛନ୍ତି , ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରି ନେଇଛି । ନିଜ ସ୍ତ୍ରୀ ଉପରେ ଏତେ ନିର୍ଦ୍ଦୟ ହେଲେ ଆଉ ତାଙ୍କ ରାଗ ଏତେ ବଢି ଗଲା ଯେ , ସ୍ଵାମୀ ଜଣକ ଶେଷରେ ଏପରି କିଛି କରିଦେଲେ।

ବର୍ତ୍ତମାନ ସମୟରେ ସ୍ବାମୀଙ୍କୁ ପୋଲିସ ଗିରଫ କରି ନେଇଛି । ତେବେ ଘଟଣାଟି ଏହା ଯେ , ସ୍ଵାମୀଙ୍କ ଖାଦ୍ୟରେ ସ୍ତ୍ରୀର ଚୁଟି ବାହାରି ଥିଲା ଆଉ ଯାହା ପରେ ସ୍ଵାମୀଙ୍କ ମୁଣ୍ଡ ପୁରାପୁରି ଗରମ ହୋଇ ଯାଇଥିଲା । ସେ କଣ କରିବେ ବୋଲି ଭାବି ପାରି ନଥିଲେ । ଶେଷରେ ନିଜ ସ୍ତ୍ରୀଙ୍କୁ ଜୋର୍ ଜବରଦସ୍ତି କରି ଦେଇଥିଲେ ଲଣ୍ଡା । ତେବେ ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ପିଲିଭିତରେ ଏପରି ଦୟନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କେବଳ ସ୍ଵାମୀ ନୁହେଁ ବରଂ ତାଙ୍କ ପୁରା ପରିବାର ସାଥ ଦେଇଥିଲେ ।

ତେବେ ପିଲିଭିତ ଥାନା ଅନ୍ତର୍ଗତ ଗଜରୋଲା ଗାଁରେ ରହୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କ ସହିତ ଏପରି ଘଟଣା ଘଟିଛି । ସବୁଦିନ ପରି କାଲି ମଧ୍ୟ ମହିଳା ଜଣକ ନିଜ ପରିବାର ଲୋକଙ୍କ ପାଇଁ ଖାଦ୍ୟ ତିଆରି କରିଥିଲେ । ଆଉ ସ୍ଵାମୀ କାମରୁ ଫେରିବା ପରେ ସ୍ବାମୀଙ୍କୁ ଖାଦ୍ୟ ପରସି ଦେଇଥିଲେ । କିନ୍ତୁ ଏହାପରେ ସ୍ଵାମୀ ତାଙ୍କ ଅସଲ ରୂପ ଦେଖାଇଥିଲେ । କାହିଁକି ନା ସ୍ତ୍ରୀ ତାଙ୍କୁ ଖାଇବାକୁ ଦେଇଥିବା ଖାଇବାରେ ଚୁଟି ବାହାରି ଥିଲା । ଆଉ ଯାହାକୁ ଦେଖିବା ପରେ ସ୍ଵାମୀଙ୍କ ମୁଣ୍ଡ ପୁରା ଖପ୍ପା ହୋଇ ଯାଇଥିଲା ।

ସେ ପ୍ରଥମେ ସ୍ତ୍ରୀଙ୍କୁ ଗାଳି ଗୁଳଜ କରିଥିଲେ । ଆଉ ଏହାପରେ ହାତ ଗୋଡ ବାନ୍ଧି ମାଡ଼ ମାରିବା ସହିତ ପାଟିରେ କପଡ଼ା ପୁରାଇ ଦେଇଥିଲେ । ଆଉ ଏହା ସହିତ ମହିଳାଙ୍କ ସହିତ ଜୋର ଜବରଦସ୍ତି କରି ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ । ତେବେ ମହିଳା ଜଣକ ଏହାକୁ ପୁରାପୁରି ବିରୋଧ କରିବାରୁ ମହିଳାଙ୍କୁ ଲଣ୍ଡା କରି ଦେଇଥିଲେ ।

ତେବେ ଏଥିରେ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କ ସ୍ବାମୀଙ୍କ ପୁରା ପରିବାର ସାଥ ଦେଇଥିଲେ । ସମସ୍ତେ ଦେଖିଥିଲେ କିନ୍ତୁ କେହି ବାରଣ କରି ନଥିଲେ । ତେବେ ଏହାପରେ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇ ଅଭିଯୋଗ କରିବା ପରେ ପୋଲିସ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କୁ ଗିରଫ କରି ନେଇଛି ।

Leave a Reply

Your email address will not be published. Required fields are marked *