ବାପା ରାଜ୍ୟ କ୍ୟାବିନେଟ ପୂର୍ବତନ ମନ୍ତ୍ରୀ, ଚୋରି ଏବଂ ଲୁଟ ମାମଲାରେ ପୁଅ ଗିରଫ :-

ବର୍ତ୍ତମାନ ସମୟରେ ଚୋ-ରି, ଡ-କାୟ-ତି, ଲୁ-ଟ ଏବଂ ହ-ତ୍ୟାକା-ଣ୍ଡ ଭଳି ଭଳି ମାମଲା ଖୁବ ବଢ଼ିବାରେ ଲାଗିଛି । ପୁଣି ଯେତେ ସବୁ ବଡ଼ ବଡ଼ ଲୁଟ ମାମଲାରେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ପୁଅ ଜଡ଼ିତ ହେବା ମଧ୍ୟ କୌଣସି ନୂଆ କଥା ନୁହେଁ । ପାୱାରର ଫାଇଦା ଉଠାଇ ସେମାନେ ବଡ଼ ବଡ଼ ଲୁଟ ଖୁବ ସହଜରେ କରି ଯାଆନ୍ତି । ଅନେକ ନେତା ମନ୍ତ୍ରୀଙ୍କ ଏପରି କଳା କାର୍ତ୍ତୃତ୍ୱ ପରଦା ପଛରେ ହିଁ ରହିଯାଏ ଯାହାର ପର୍ଦାଫାସ ହୋଇ ପାରେ ନାହିଁ । ଆଉ କିଛି ଘଟଣା ଲୋକଲୋଚନକୁ ମଧ୍ୟ ଆସିଯାଏ ।

ବର୍ତ୍ତମାନ ସମୟରେ ବି ଏହିପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁ ମାମଲାରେ ଚୋରି ଏବଂ ଲୁଟରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଏହି ଘଟଣା ବିହାରର ଅଟେ । ବିହାର ରାଜ୍ୟ କ୍ୟାବିନେଟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ମୁକେଶ ସହନୀଙ୍କୁ ବିହାରର ଏସଏଫଟି ଟିମ ଗିରଫ କରିଛି ଏବଂ ତଦନ୍ତ ପରେ ଏହା ଜଣା ପଡ଼ିଛି ଯେ ଅଭିଯୁକ୍ତଙ୍କ ପିତା ବିହାରର ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଥିଲେ ।

ଗତ ୨୪ ତାରିଖ ଦିନ ବିହାରର ଏସଟିଏଫର ଡିଏସପି ପାହ୍ୟାର ଜଣେ ଅଧିକାରୀଙ୍କର ଏକ ଟାଟା ଗୋଲଡ଼ ସୁମୋ ଗାଡ଼ି ଚୋରି ହୋଇଥିଲା ଯାହାକୁ ଏସଏଫଟିର ଏକ ସ୍ୱତନ୍ତ୍ର ଟିମ କିଛି ଦିନ ପରେ ପଶ୍ଚିମବଙ୍ଗରୁ ଜବତ କରିଥିଲା । ତେବେ ଏହି ମାମଲାରେ ଜଡ଼ିତ ଥିବା ମାଷ୍ଟରମାଇଣ୍ଡ ଏସଟିଏଫ ସମସ୍ତିପୁର ଜିଲ୍ଲାର ମୁକେଶ ସହୀନ ଓ ଭୋଜପୁର ଜିଲ୍ଲାର ସୁନୀଲ କୁମାରଙ୍କୁ ପୋଲିସ ଗିରଫ କରିଛି । ତଦନ୍ତ ପରେ ଏହା ମଧ୍ୟ ଜଣା ପଡ଼ିଛି ଯେ ସମସ୍ତିପୁର , ମଧୁବନୀ , ନବାଦା ପାଟଣା ଏବଂ ପଶ୍ଚିମବଙ୍ଗ ସିଲିଗୁଡ଼ିର ବିଭିନ୍ନ ଥାନାରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ହିଁ ଅନେକ ଅଭିଯୋଗ ରହିଛି ।

ପୂର୍ବରୁ ଗାଡ଼ି ଚୋରି ଏବଂ ଲୁଟ ମାମଲାରେ ଅନେକ ଥର ତଦନ୍ତକୁ ଆସିଥିବା ମୁକେଶଙ୍କ ପିତା ବିହାରର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ । ତେବେ କେବଳ ଲୁଟ କିମ୍ବା ଚୋ-ରୀ ନୁହେଁ ବରଂ ପୂର୍ବରୁ ଏକାଧିକ ଅନ୍ୟାନ୍ୟ ବଡ଼ ବଡ଼ ଅପ-ରା-ଧୀକ ମାମଲାରେ ମଧ୍ୟ ମୁକେଶ ଜଡ଼ିତ ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *