ସାମାନ୍ୟ ଗୋଟେ ସାମ୍ପୁ ପାଇଁ ଭାଙ୍ଗିଲା ବାହାଘର।

ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ଆଉ ମାତ୍ର କିଛି ଦିନପରେ ଗୋଟେ ହସଖୁସିର ସଂସାର ଗଢି ଉଠି ଥାଆନ୍ତା। ହେଲେ ହଠାତ୍‌ ହସଖୁସିର ପରିବାରରେ କାହାର ନଜର ଲାଗିଗଲା । ସାମାନ୍ୟ ଗୋଟେ ସାମ୍ପୁ ପାଇଁ ଭାଙ୍ଗିଗଲା ବାହାଘର।

ଘରେ ବାହାଘର ହେଲେ ସବୁ ସଦସ୍ୟା ବହୁତ୍ ଖୁସି ଥାଆନ୍ତି।ବାହାଘରରେ ଝିଅଘରୁ ପୁଅଘରର ଲୋକଙ୍କ ପାଇଁ ଉପହାର ଯାଏ ଏବଂ ପୁଅ ଘରୁ ଝିଅଘରର ଲୋକଙ୍କ ପାଇଁ। କିନ୍ତୁ ଜାନୁଆରୀ ୧୪ ରେ ଆସାମର ବରର୍ବେଟା ଜିଲ୍ଲା ଅନ୍ତର୍ଗତ ହୋଲି ଅଞ୍ଚଳରେ ଗୋଟେ ବାହାଘର ହେବାର ଥିଲା। ବର ଜଣଙ୍କ ଗୌହାଟୀ ରେ ଇଞ୍ଜିନିୟର ଥିଲେ।

ବାହାଘରର କିଛି ଦିନ ପୂର୍ବରୁ ଝିଅ ଘରକୁ ଉପହାର ଆସିଲା। କନ୍ୟା ଜଣ ଉପହାରରେ ଥିବା ଗୋଟେ ଅଳ୍ପଦାମ୍ ର ସାମ୍ପୁ ଡବା ଦେଖି ବରଙ୍କୁ ମେସେଜ କରି କହିଲେ। କନ୍ୟାଙ୍କ ମେସେଜ ରେ ବର ଜଣଙ୍କ ରାଗିଯାଇ ଆଉ ବାହା ହେବେନି ବୋଲି କହିଲେ। ତା’ପରେ ତାଙ୍କ ଘରଲୋକ ଏବଂ କନ୍ୟାଙ୍କ ଘରଲୋକ ତାଙ୍କୁ ବହୁତ୍ ବୁଝାଇଲେ କିନ୍ତୁ ସେ କାହା କଥା ନ ଶୁଣି ବାହାଘର ଭାଙ୍ଗିଦେଲେ।

Leave a Reply

Your email address will not be published. Required fields are marked *