ଦେଖନ୍ତୁ ଭିଡ଼ିଓ:- ମାଟି ତଳୁ ଯୁବତୀଙ୍କ ଲମ୍ବା ଲାଇନ, କଣ କରୁଥିଲେ ଏହି ଗୁପ୍ତ କୋଠରୀରେ ? ଜାଣିଲେ ହୋସ ଉଡିଯିବ….

ତେବେ ଆପଣମାନେ ଜାଣିଛନ୍ତି ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଦେଶର ସମସ୍ତ ଡ୍ୟାନ୍ସ ବାର ଉପରେ କଟକଣା ଲଗା ଯାଇଥିଲା। ଅନ୍ୟ ରାଜ୍ୟରୁ ଆସୁଥିବା ଯୁବତୀ ଡ୍ୟାନ୍ସର ମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ସେମାନଙ୍କ ଘରକୁ ପଠେଇ ଦିଆଯାଉଥିଲା। ବେଆଇନ ଭାବରେ ଯେଉଁ ଡ୍ୟାନ୍ସ ବାର ଖୋଲା ହେଉଥିଲା ତାହା ଉପରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିଲା। କାରଣ ଦୀର୍ଘ ଦୁଇ ବର୍ଷ ମଣିଷ ବଞ୍ଚିବା ପାଇଁ ଅନେକ କଷ୍ଟ କରୁଥିଲା। କରୋନା କବଳରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ବାହାରକୁ ନ ଆସିବ ପାଇଁ ପରାମର୍ଶ ମଧ୍ୟ ଦିଆଯାଉଥିଲା।

ସ୍କୁଲ କଲେଜ ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଧର୍ମପୀଠ ପର୍ଯ୍ୟନ୍ତ ସବୁରି ଉପରେ ସରକାର କଟକଣା ଲଗାଇଥିଲେ। ବହୁତ ଲୋକେ ଏହି ମହାମାରୀ ସମୟରେ ରୋଜଗାର ହରାଇଛନ୍ତି। ତେବେ ଧୀରେ ଧୀରେ ମହାମାରୀର ପ୍ରକୋପ କମ୍ ହେବାରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି। ସରକାର କଟକଣାକୁ କୋହଳ କରିଛନ୍ତି। ପୂର୍ବଭଳି ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। ସ୍ଥିତି ସ୍ୱାଭାବିକ ହେବାରୁ ସ୍କୁଲ, କଲେଜ, ଧର୍ମପୀଠ ଖୋଲା ହେଲାଣି। ଲୋକମାନେ ଜୀବିକା ପାଇଁ ବାହାରକୁ ମଧ୍ୟ ଯାଉଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ତେବେ ଭାଇରାଲ ଭିଡ଼ିଓରେ ଆପଣ ଯେଉଁ ଦୃଶ୍ୟ ଦେଖିବାକୁ ପାଇବେ ତାହା ଆପଣଙ୍କୁ ସ୍ତବ୍ଧ କରିଦେବ। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ଏହି ଭାଇରାଲ ଭିଡ଼ିଓ ଭାରତର ମାୟାନଗରୀ ଅର୍ଥାତ ମୁମ୍ବାଇର ଅଟେ। ତେବେ ଏହି ଭିଡ଼ିଓରେ ଆପଣ ଯୁବତୀ ମାନଙ୍କୁ ମାଟି ତଳୁ ବାହାରୁ ଥିବା ଦେଖିବାକୁ ପାଇବେ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓଟି ମୁମ୍ବାଇର ଏକ ଡ୍ୟାନ୍ସ ବାରର ଦୃଶ୍ୟ ଅଟେ। ତେବେ ପୋଲିସ ଏହି ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଥିଲା। ପୋଲିସ ଏଠାରେ ଦେହ ବ୍ୟବସାୟ ହେଉଥିବା ଖବର ପାଇଥିଲା। ଏହାପରେ ପୋଲିସ ନିଜର ଦମଦାର ଆକ୍ସନ ଦେଖାଇଥିଲା। ବାର ଭିତରେ ଥିବା ଗୁପ୍ତ କୋଠରୀ ମଧ୍ୟରେ ଯୁବତୀଙ୍କୁ ଲୁଚେଇ ରଖା ଯାଇଥିଲା। ତେବେ ଗୁପ୍ତ କୋଠରୀ ଉପରେ ଥିବା ଟାଇଲ ଭାଙ୍ଗି ଯୁବତୀ ମାନଙ୍କୁ ପୋଲିସ ଉଦ୍ଧାର କରିଥିଲା।

ଏହାପରେ ପୋଲିସ ସେହି ଯୁବତୀଙ୍କୁ ପୋଲିସ ଷ୍ଟେସନ ନେଇ ଯାଇଥିଲା। ଡ୍ୟାନ୍ସ ବାର ମାଲିକ ନାମରେ ଏଫେଆଇଆର ଦାଖଲ କରିଥିଲା। ବେଆଇନ ଭାବରେ ଯୁବତୀଙ୍କୁ ଦେହ ବ୍ୟବସାୟ ରେ ବ୍ୟବହାର କରିବା ମହଙ୍ଗା ପଡିଲା। ସେହିଭଳି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଡ୍ୟାନ୍ସ ବାର ଗୁଡିକୁ ରାତି ୧୨ ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅନୁମତି ମିଳିଛି।

Leave a Reply

Your email address will not be published. Required fields are marked *