ମିଛରେ SBIର ବଡ଼ ଅଧିକାରୀ କହି ଗାଁ ଲୋକଙ୍କ ପାଖରୁ ଠକି ନେଲେ ୩୦ ଲକ୍ଷ ଟଙ୍କାର ସୁନା

ଆଜିର ଯୁବ ପିଢ଼ି ଆଉ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁ ନାହାନ୍ତି। ଏବେ ସେମାନେ ଚେଷ୍ଟା କରୁଛନ୍ତି କେମିତି ଟିକେ ପରିଶ୍ରମ କରି ଘରେ ବସି ଆରାମରେ ରହିବେ। ସେଥିପାଇଁ ସେମାନେ ଚୋରି, ଡକାୟତି ଏବଂ ଅନ୍ୟକୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଛନ୍ତି। ଯାହାଦ୍ବାରା ଲୋକମାନେ ନିଜ ରାଜ୍ୟରେ କଣ ଅନ୍ୟ କୋଉ ରାଜ୍ୟକୁ ବୁଲିବାକୁ ଗଲେ ମଧ୍ୟ ଆଉ ଭଲ ଲୋକଙ୍କୁ ବିଶ୍ଵାସ କରୁନାହାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଲୋକଙ୍କୁ ଭଲସେ ନ ଜାଣି ଟଙ୍କା, ସୁନା ଗହଣା ଦେଇ ଦେଉଛନ୍ତି।

ଆପଣ ମାନେ ଜାଣିଥିବେ ଆମ ଓଡ଼ିଶାର ଅନେକ ଫାଇନାନ୍ସ ଫଣ୍ଡ ଅଛି ଯେଉଁମାନେ ଗାଆଁରେ ବୁଲି ବୁଲି ସ୍ତ୍ରୀ ଲୋକ ମାନଙ୍କୁ ଏକାଠି କରି ତାଙ୍କ ସୁବିଧା ସୁଯୋଗ ଅନୁସାରେ ଋଣ ଦେଉଛନ୍ତି। ଗାଆଁ ର ମହିଳା ମାନେ ମଧ୍ୟ ସେମାନଙ୍କୁ ବିଶ୍ଵାସ କରୁଛନ୍ତି। ଏଇ ବିଶ୍ଵାସର ସୁଯୋଗ ନେଇ ଯାଜପୁର ଥାନା ଅନ୍ତର୍ଗତ ଅକରପଡ଼ା ଗାଆଁର ଦିପାରାଣୀ ଲୋକଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଠକିଛନ୍ତି।

ପୋଲିସଙ୍କ କହିବା ଅନୁସାରେ ଦିପାରାଣୀ ଗ୍ରାଜୁଏସନ କରିଛନ୍ତି ସେଥିପାଇଁ ସେ ନିଜକୁ ଏସବିଆଇର ବଡ଼ ଅଧିକାରୀ କହି ଅକରପଡ଼ା ଏବଂ ପାଖ ଗାଆଁର କିଛି ମହିଳାଙ୍କ ପାଖକୁ ଯାଇ କହିଥିଲେ ମତେ ତମେ ସୁନା ଗହଣା ଦିଅ ମୁଁ ତମକୁ ମାସକୁ ମାସ ସୁଧ ଦେବି। ଦିପାରାଣୀଙ୍କ କଥାକୁ ବିଶ୍ଵାସ କରି ଗାଆଁର ମହିଳା ମାନେ ତାଙ୍କୁ ୩୦ ଲକ୍ଷ ଟଙ୍କାର ସୁନା ଦେଇଥିଲେ ଏବଂ ନଗଦ ୨-୩ ଲକ୍ଷ ଟଙ୍କା ଦେଇଥିଲେ।

ପ୍ରଥମେ କିଛି ମାସ ପର୍ଯ୍ୟନ୍ତ ଦୀପା ମହିଳା ମାନଙ୍କୁ କିଛି ଟଙ୍କା ଦେଲେ କିନ୍ତୁ ତାପରେ ହଠାତ୍ କୁଆଡେ ପଳେଇଲେ ସେଥିପାଇଁ ଗାଆଁ ଲୋକ ଏବଂ ମହିଳାମାନେ ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ଏବେ ଦୀପା ପୋଲିସଙ୍କ ଆଗରେ ସବୁ ସତ କଥା ମାନିଛନ୍ତି। କିନ୍ତୁ ସେ ଟଙ୍କା ଫେରେଇବେ କି ସୁନା ଏ ପର୍ଯ୍ୟନ୍ତ ପୋଲିସ କିଛି ନିଷ୍ପତି ନେଇନି।

Leave a Reply

Your email address will not be published. Required fields are marked *