ମୋ ୮ଟା ଛୁଆକୁ ମାରିଲା, କାଠ ଫାଳିଆରେ ମୋ ସ୍ତ୍ରୀ ମତେ ପିଟିଲା….

ନାରୀ ତୋର ଏ କି ରୂପ , ତୁ ଏମିତି ବି ରୂପ ଧାରଣ କରିପାରୁ । ଆଉ ନିଜ ସ୍ଵାମୀ , ଯାହାକୁ ତୁ ଅଗ୍ନିକୁ ସାକ୍ଷୀ ଦେଇ ବାହା ହୋଇଥିଲୁ , ତା ପାଇଁ ସାଜିଲୁ କାଳ । ପତିକୁ ପରମେଶ୍ବର କହି ତା ଉପରକୁ ଏମିତି ହାତ ଉଠାଇ ପାରିଲୁ । ଭଗବାନ ସଦୃଶ ସ୍ୱାମୀକୁ ତୁ ମାଡ଼ ମାରି ପାରିଲୁ । ତେବେ ଆଜ୍ଞା ଏ କଥା ସତ । ଜଣେ ମହିଳା ନିଜ ସ୍ବାମୀଙ୍କୁ କାଠ ଫାଳିଆରେ ମାରିଛନ୍ତି ମାଡ଼ ।

ପୁରୀ ଜିଲ୍ଲାରୁ ଆସିଛି ଏପରି ଏକ ଖବର । ଜଣେ ମହିଳା ନିଜ ସ୍ଵାମୀଙ୍କ ପାଇଁ ନୃଶଂସ ପାଲଟି ଯାଇଛନ୍ତି । ଆପଣ ସମସ୍ତେ ଜାଣିଥିବେ କି , ଶୁଭଲକ୍ଷ୍ମୀ ନାମକ ଜଣେ ମହିଳା ଯିଏକି ନିଜ ପ୍ରଥମ ସ୍ଵାମୀଙ୍କ ଘର ଆଗରେ ଆସି ଧାରଣାରେ ବସିଥିଲେ । ଆଉ ଏ କଥା ତାଙ୍କ ଦ୍ଵିତୀୟ ସ୍ଵାମୀ ପ୍ରତିବାଦ କରିଥିଲେ ଆଉ ଖୋଲି ଦେଇଥିଲେ ତାଙ୍କ ପ୍ରକୃତ ଚେହେରା।

ପ୍ରଥମ ସ୍ଵାମୀ ଥାଉ ଥାଉ ସୁକାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲୁଚି ବାହା ହୋଇଥିଲେ । ଆଉ ଚାରି ବର୍ଷ ହେଲାଣି ତାଙ୍କ ସହ ସମ୍ପର୍କ ରଖି ଚାଲିଥିଲେ ଆଉ ଏପରିକି ସେ ଗର୍ଭ ମଧ୍ୟରେ ୮ଟି ଛୁଆ ନଷ୍ଟ କରି ଦେଇଥିଲେ । ଏହାବ୍ୟତୀତ ସୁକାନ୍ତ ଠାରୁ ସବୁବେଳେ ଟଙ୍କା ପଇସା ନେଇ ଚାଲିଥିଲେ । ନିଜର ଘର ଭଡ଼ା ଆଉ ପାର୍ଲର ଖର୍ଚ୍ଚ ବାବଦକୁ ସେ ପ୍ରାୟତଃ ୧୫ ଲକ୍ଷ ଟଙ୍କା ସେ ସୁକାନ୍ତ ଠାରୁ ନେଇଛନ୍ତି ବୋଲି ସୁକାନ୍ତ ଗଣମାଧ୍ୟମକୁ କହିଥିଲେ ।

ତେବେ କାଲି କିଛି ସମାଜସେବୀ ମହିଳା ମାନେ ଆସି ସୁକାନ୍ତଙ୍କୁ ବୁଝା ବୁଝି କରୁଥିଲେ । ଆଉ ଏହି ସମୟରେ ଅତ୍ୟନ୍ତ ରାଗି ଯାଇଥିଲେ ଶୁଭଲକ୍ଷ୍ମୀ ଆଉ ଏହା ପରେ କାଠ ଫାଳିଆ ଆଣି ସୁକାନ୍ତଙ୍କୁ ମାଡ଼ ମାରି ଚାଲିଥିଲେ । ଯାହା ଫଳରେ ସୁକାନ୍ତ ଆହତ ହୋଇଥିଲେ । ଏହାବ୍ୟତୀତ ପାଖରେ ଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ । ଶୁଭଲକ୍ଷ୍ମୀଙ୍କ ହାତରୁ କାଠ ଫାଳିଆ ଛଡ଼ାଇବାକୁ ଚାହିଁଥିଲେ ମଧ୍ୟ କେହି ପାରି ନଥିଲେ ।

Leave a Reply

Your email address will not be published. Required fields are marked *