ଭଲ ପାଇ ସବୁ କଲା ଏବେ ମୋ ଧନ ମତେ ଭୁଲି ଗଲା।

ମୋ ଧନ ମୋ ହାତ ଅଧା ରାସ୍ତାରୁ ଛାଡିଦେଲା। ମୋ ଧନ ମୋ ସହ ବିଶ୍ୱାସ ଘା-ତକ କଲା। ମୋ ଧନ ମତେ ଭାରି ଭଲ ପାଉଥିଲା। ହେଲେ କାହିଁକି ସେ ମତେ ଭୁଲି ଗଲା ? ମୋ ଧନ ମତେ କହିଥିଲା ସେ ମତେ ବିବାହ କରିବ ବୋଲି। ମୋ ଧନ ମତେ କହିଥିଲା ମୋ ହାତ ଧରି ଜୀବନ ସାରା ଚାଲିବ ବୋଲି। ହେଲେ ଅଧା ବାଟରୁ ମୋ ଧନ କହିଲା ତୁ ତୋ ରାସ୍ତା ଦେଖେ ମୁଁ ମୋ ରାସ୍ତା ଦେଖିବି।

ପୁଣି ଗଞ୍ଜାମରୁ ସାମ୍ନାକୁ ଆସିଲା ସେହି ସମାନ ଘ-ଟଣା। ବିବାହର ପ୍ରଲୋଭନ ଦେଖାଇ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଏକାଠି ଛ ମାସ ରହିବା ପରେ ଏବେ ଯୁବକ ଜଣଙ୍କ ଯୁବତୀଙ୍କ ସହ ପ୍ରତା-ରଣା କରିଛନ୍ତି ଆଉ ଯୁବତୀ ନିରୁପାୟ ହୋଇ ଧାଇଁ ଯାଇଛନ୍ତି ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ନ୍ୟା-ୟ ନ ମିଳିବା ଯାଏ ସେ ସେହି ଠାରେ ବସି ରହିବେ କହୁଛନ୍ତି। ମତେ ମୋ ଧନ ଦରକାର ବୋଲି କଇଁ କଇଁ କା-ନ୍ଦୁଛନ୍ତି। ଏଥର କିନ୍ତୁ ସୁମିତ ତପସ୍ୱିନୀଙ୍କ ନୁହଁନ୍ତି କି ଦିନେଶ ଦୀପିକା ନୁହଁନ୍ତି ଏଥର କାହାଣୀର ମୁଖ୍ୟ ନାୟକ ନାୟିକା ହେଉଛନ୍ତି ଗଞ୍ଜାମ ଆସିକା ଅଞ୍ଚଳର ନରସିଂହ ଓ ଗୀତା।

ଗୋଟେ ପଟେ ତପସ୍ୱିନୀ ଓ ସୁମିତଙ୍କ ଘ-ଟଣା ଲୋକଙ୍କ ମନରେ ଆଜିବି ସତେଜ ହୋଇ ରହିଛି। ଗୋଟେ ପଟେ ଦୀପିକା ଆଉ ଦିନେଶ ଘଟ-ଣାରେ ଏବେ ବି ଚର୍ଚ୍ଚାରେ ରହିଛି ଆଉ ବର୍ତ୍ତମାନ ଆଉ ଏକ ପ୍ରେମ କାହାଣୀକୁ ନେଇ ଧାରଣାରେ ବସିଛନ୍ତି ଗୀତା। ତାମିଲନାଡୁରେ ଯୁବତୀ ଜଣଙ୍କ କାର୍ଯ୍ୟ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସ-ମ୍ପର୍କ।

ବିବାହର ପ୍ରଲୋ-ଭନ ଦେଖାଇ ଯୁବତୀଙ୍କ ସହ ଏକାଠି ରହୁଥିଲେ ନରସିଂହ ଯାହା ଯୁବତୀ ଜଣଙ୍କ ଅଭି-ଯୋଗ ଆଣିଛନ୍ତି। ହେଲେ ଦୀର୍ଘ ଛ ମାସ କାଳ ଏକାଠି ରହିବା ପରେ ବୋଧେ ହୁଏ ନରସିଂହଙ୍କର ମନ ପୂରି ଯାଇଥିଲା ଗୀତାଙ୍କ ନିକଟରୁ ଆଉ ସେ ଗୀତାଙ୍କ ସହ ଛ-ଳନା କରି ଚାଲିଯାଇଥିଲେ କେଉଁ ଆଡେ। ଗୀତା କଲ କଲେ ଯୁବକ ଫୋନ ରିସିଭି କରୁନଥିଲେ ଆଉ କୁଆଡେ କହୁଥିଲେ ତୁ ତୋ ରାସ୍ତା ଦେଖେ ମୁଁ ମୋ ରାସ୍ତା ଦେଖିବି।

ଏବେ ଯୁବତୀ ଜଣଙ୍କ ଗଞ୍ଜାମ ଫେରି ଉକ୍ତ ଯୁବକଙ୍କ ଦୁଆରେ ନ୍ୟାୟ ପାଇଁ ନିଜ ସଙ୍ଖା ସିନ୍ଦୁର ପାଇଁ ଧାରଣାରେ ବସିଥିବା ବେଳେ ଘରେ ତାଲା ପକାଇ ଯୁବକଙ୍କ ପରିବାର ହୋଇଯାଇଛନ୍ତି ଫେ-ରାର। ଏପଟେ ଯୁବତୀ କା-ନ୍ଦି କା-ନ୍ଦି କହୁଛନ୍ତି ମତେ ମୋ ଧନକୁ ଫେରାଇ ଦିଅ ମତେ ନ୍ୟା-ୟ ଦିଅ। ମୋ ଧନ ମତେ ଭଲ ପାଉଥିଲେ କାହିଁକି ଅଧା ରାସ୍ତାରୁ ପ୍ରତା-ରଣା କରି ମୋ ହାତ ଛାଡି ମୋ ପାଖରୁ ଦୁରେଇ ଗଲେ ? ମୋ ଧନ ନଫେରିବା ଯାଏଁ ମୁଁ ଏଠାରୁ ଉଠିବି ନାହିଁ। ତେବେ ସମୟ କହିବ ଯୁବତୀଙ୍କୁ କେବେ ନ୍ୟା-ୟ ମିଳୁଛି।

Leave a Reply

Your email address will not be published. Required fields are marked *