ଦୀପିକାଙ୍କ ଖୁସି ଦିଅର ସହି ପାରିଲେନି, ଶେଷରେ ଚିରିକି ନ-ଷ୍ଟ କରିଦେଲେ।

ଆଉ କେତେ କଷ୍ଟ ଦେବ। ତୁମ ମାନଙ୍କ ଆଖିକୁ ମୁଁ କଣ ମଣିଷ ପରି ଦେଖା ଯାଉନି ନା ମତେ ପଥର ଭାବୁଛ। ବୁଝିଲ ଦିନେଶ ତୁମ ପରିବାର ଲୋକଙ୍କୁ ଟିକିଏ ବୁଝେଇ ଦିଅ ମୁଁ ବି ତୁମ ମାନଙ୍କ ପରି ଗୋଟେ ମଣିଷ। ମୋର ବି ହୃଦୟ ଅଛି ମୋ ଶରୀର ବି ର-କ୍ତ ମାଂସରେ ଗଢ଼ା ତେଣୁ ମତେ ବି କ-ଷ୍ଟ ଲାଗେ। ମତେ ଏତେ ନିର୍ଯା-ତନା ଦେଲ ତୁମ ମନ ବୁଝିଲାନି ଯେ ମୋ ଖୁସିକୁ ବି ତୁମେ ଦେଖି ସହି ପାରୁନ।

ଆଛା କହିଲ ମୁଁ କଣ ଏକା ସବୁ ଭୁଲ କରିଛି ତୁମର କିଛି ଭୁଲ ନାହିଁ ? ତାହେଲେ ତୁମ ପରିବାର ଲୋକେ କାହିଁକି ମତେ ଏତେ କ-ଷ୍ଟ ଦେଉଛନ୍ତି। ମୁଁ ଗୋଟେ ଝିଅଟିଏ ମୋର ବି ଇଛା ଅଛି ସ୍ୱପ୍ନ ଅଛି। ମୁଁ କାହିଁକି ଆଜି ବ୍ରତ ରଖିଥିଲି ତୁମ ପାଇଁ ତୁମ ପୁଅ ପାଇଁ ଭାବିଥିଲି ଗଣେଶ ପ୍ରଭୁ ସବୁ ଠିକ କରିଦେବେ ହେଲେ ତୁମ ଭାଇ ଆସି ସବୁକିଛି ଏପଟ ସେପଟ କରିଦେଲେ।

କଣ ଭାବୁଛନ୍ତି ତୁମ ପରିବାର ଲୋକେ ମତେ ଏମିତି ନିର୍ଯା-ତନା ଦେଲେ ମୁଁ ଏ ଘର ଆଗରୁ ଚାଲିଯିବି। ନାଇଁ ମୁଁ ଆଗରୁ କହିଛି ଆଉ ଏବେ ବି କହୁଛି ଦୀପିକା ଏଠାରୁ କେବେ ହେଲେ ନ୍ୟା-ୟ ନପାଇ ଚାଲିଜିବ ନାହିଁ। ତୁମ ଘର ଲୋକଙ୍କୁ ଟିକେ ବୁଝାଇ ଦିଅ ମତେ ଆଉ କ-ଷ୍ଟ ନ ଦିଅନ୍ତୁ ମୁ ଦୀର୍ଘ ୩୦ ଦିନ ହେଲାଣି ତୁମ ପାଇଁ ଅନେକ କଷ୍ଟ ଦେହକୁ ପଥର କରି ସହିଲିଣି।

ଆଜି ମୁଁ ଟିକେ ଖୁସି ଥିଲି ଭାବିଥିଲି ତୁମେ ଆସିବ ଏଇ ଘର ଦୁଆର ଦେଇ ତୁମେ ତୁମ ଘରକୁ ଯିବ ଆଉ ମୁଁ ତୁମକୁ ଟିକେ ଦେଖି ଖୁସି ହେବି ହେଲେ ସବୁକିଛି ତୁମ ପରିବାର ଲୋକେ ଧୂଳିସାତ କରିଦେଲେ। ଯେମିତି ଆମ ସମ୍ପ-ର୍କକୁ ତୁମେ ତୁମ ନିଜ ହାତରେ ଧୂଳିସାତ କରିଦେଇଥିଲ ଠିକ ସେମିତି ତୁମ ଘର ଲୋକେ ମୋ ସାମାନ୍ୟ ଖୁସି କୁ ଧୂଳି ସାତ କରିଦେଲେ।

କୁହାଯାଏ ପ୍ରଭୁ ଗଣେଶ ହେଉଛନ୍ତି ଜ୍ଞାନ ଦାତା ବୁଦ୍ଧିଦାତା। ଦିନେଶ ତୁମ ମୁଣ୍ଡରେ ପ୍ରଭୁ ଶ୍ରୀ ଗଣେଶ ଟିକେ ସଦବୁଦ୍ଧି ଦେବା ପାଇଁ ଅନେକ କିଛି ଭାବି ଆମ ସମ୍ପ-ର୍କ କୁ ସଜାଡ଼ିବା ପାଇଁ ନିଜ ହାତରେ ତୁମ ଘର ଆଗରେ ସୃଷ୍ଟି ଭକ୍ତିମୟ ପରିବେଶ। ହେଲେ ବୋଧେ ହୁଏ ଭକ୍ତିମୟ ପରିବେଶ ତୁମ ପରିବାର ଲୋକଙ୍କୁ ଭାରି ବିର-କ୍ତ ଲାଗିଲା।

ଦେଖିବ ଆସ ଦିନେଶ କିପରି ସବୁକିଛି ଛାରଖାର କରିଦେଇ ଚାଲିଗଲେ ତୁମ ସାନ ଭାଇ। ମୁଁ ପ୍ରଭୁ ଗଣେଶଙ୍କ ପାଖରେ ମାନ-ସିକ ରଖିଥିଲି ଆମ ସମ୍ପ-ର୍କ ପୂର୍ବ ପରି ପୁଣି ଥରେ ଗଢି ଉଠୁ। ଆଉ ସେଥିପାଇଁ ମୁଁ ତୁମ ଘର ଆଗକୁ ପବିତ୍ର ପାଣିରେ ଲିପି ଘର ଆଗରେ ଗଣେଶଙ୍କ ପୂଜା କରିଥିଲି ତୁମ ଭାଇ ଆସି ତାକୁ ଚିରି ଫାଡ଼ି ସବୁ ନ-ଷ୍ଟ କରିଦେଲେ।

ହେଲେ ତଥାପି ମୁଁ ଏଠାରୁ ଉଠିଯିବି ନାହିଁ। ମୋର ବିଶ୍ୱାସ ଅଛି ଦିନେ ନା ଦିନେ ତୁମ ପରିବାର ଲୋକେ ଆଉ ତୁମ ମୁଣ୍ଡରେ ଗଣେଶ ପ୍ରଭୁ ବୁଦ୍ଧି ଦେବେ ମତେ ନ୍ୟା-ୟ ମିଳିବ ଆଉ ମୋ ପୁଅକୁ ବାପାର ପରିଚୟ। ମୁଁ ଯେଉଁ ଏତେ ଦିନ ହେଲାଣି ନିର୍ଯା-ତନା ସହୁଛି ନା ଯେଉଁ କଷ୍ଟ ଛାତିକୁ ପଥର କରି ପାଉଛି ତାହା ସେଇ ଦିନ ଦୁରେଇ ଯିବ। ଯେଉଁ ଦିନ ତୁମେ ମତେ ଓ ମୋ ପୁଅକୁ ଗ୍ରହଣ କରିବ ବୋଲି ଦୀପିକା ମନେ ମନେ କହୁଛନ୍ତି।

Leave a Reply

Your email address will not be published. Required fields are marked *