ସାମ୍ନାକୁ ଆସିଲା ମାହାଙ୍ଗା ଗଣ-ହତ୍ୟା ମାମଲାର ପୁରା ସତ , ମୁଁହ ଖୋଲିଲା ଶିବର ସ୍ତ୍ରୀ :-

ମାହାଙ୍ଗା ଗଣ-ହ-ତ୍ୟା ମାମଲାକୁ ବର୍ତ୍ତମାନ ଅନେକ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଜାରି ରହିଛି । ତେବେ ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମାମଲାକୁ ନେଇ ଆଉ କିଛି ନୂଆ ଗୁମର ଫିଟିଛି । ଆଉ ମାମଲାକୁ ନେଇ ପୂର୍ବରୁ ମୁଁହ ଖୋଲିଥିବା ଶିବ ପ୍ରସାଦର ସ୍ତ୍ରୀ ଏବେ କିଛି ଜାଣି ନଥିବା କହିବା ସତ୍ତ୍ୱେ ବି ତାର ପୂର୍ବ ବୟାନ ସତ୍ୟ ପ୍ରମାଣିତ ହୋଇଛି ।

ଶିବ ପ୍ରସାଦର ସ୍ତ୍ରୀଙ୍କ ବୟାନ ଅନୁଯାୟୀ ଶିବ ହ-ତ୍ୟା ପାଇଁ ଚାରି ଦିନ ପୂର୍ବରୁ ଷଡ-ଯନ୍ତ୍ର ରଚିଥିଲା । ଆଉ ଏହା ତାର ସ୍ତ୍ରୀ ମଧ୍ୟ ଜାଣିଥିଲା । କିନ୍ତୁ ବର୍ତ୍ତମାନ ଶିବର ସ୍ତ୍ରୀ ତାହା ଜାଣି ନଥିବା କହିଛି । ତଥାପି ତାର ବୟାନ ରୁ ଏହା ପ୍ରମାଣିତ ହେଉଛି ଯେ ଏସବୁ ପଛରେ କେଉଁଠି ନା ଯେଉଁଠି ସେ ମଧ୍ୟ ଜଡ଼ିତ ନଚେତ ସେ ସବୁକିଛି ଜାଣିଥିଲା । ବର୍ତ୍ତମାନ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ହତ୍ୟା ପୂର୍ବରୁ ମୃତକଙ୍କୁ କୌଣସି ପ୍ରକାରର ବିଷାକ୍ତ ଖାଦ୍ୟ କିମ୍ବା ଖାଦ୍ୟରେ ବିଷ ଦିଆଯାଇ ନଥିଲା । ଏହା ସହ ଶିବ ନିଜେ ଏକୁଟିଆ ସମସ୍ତଙ୍କର ହତ୍ୟା କରିଥିବା ମଧ୍ୟ ପ୍ରମାଣ ହୋଇଛି ।

ପୁଣି ବ୍ୟବଚ୍ଛେଦରୁ ଏହାବି ଜଣା ପଡ଼ିଛି ଯେ ହତ୍ୟା ପାଇଁ କୌଣସି ପ୍ରକାରର ବିଷ ନୁହେଁ ବରଂ ଧାରୁଆ ଅସ୍ତ୍ରରେ ପ୍ରହାର କାରଣରୁ ସେମାନେ ମୃ-ତ୍ୟୁବରଣ କରିଥିଲେ । ଏହାସହ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଏହା ପ୍ରମାଣିତ ମଧ୍ୟ ହୋଇଛି ଯେ ହ-ତ୍ୟା ସମୟରେ ସମସ୍ତେ ଶିବକୁ ପ୍ରତିରୋଧ କରିଛନ୍ତି । ତେଣୁ ଏହାକୁ ଆଧାର କରି ପୋଲିସ ଶିବର ମୋବାଇଲ କଲ ଡିଟେଲସ ଚେକ କରିବା ସହିତ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି । ଯାହାଦ୍ୱାରା ଏହା ଜଣା ପଡ଼ି ପାରିବ ଯେ ମୃ-ତକଙ୍କ ହାତରେ ଥିବା ଚୁଟି କାହାର ।

ପୁଣି ଶିବ ପ୍ରସାଦର ସ୍ତ୍ରୀ ନିଜ ବୟାନରୁ ଓହରି ଯାଇଛି । ଅର୍ଥାତ ସେ ପୂର୍ବରୁ ଘଟଣା ସମ୍ବନ୍ଧରେ ଜାଣିଥିବା କହିଥିଲେ ହେଁ ବର୍ତ୍ତମାନ ମାନିବାକୁ ନାରାଜ ହୋଇଛି । ତେଣୁ ଶିବ ପ୍ରସାଦର ସ୍ତ୍ରୀ କୁ ମଧ୍ୟ ଗିରଫ କରିବାକୁ ଆଲେଖଙ୍କ ଶ୍ୱଶୁର ଦାବି କରିଛନ୍ତି । ଶିବ ପ୍ରସାଦ ନିଜେ ମାନିଛି ଯେ କିପରି ସେ ସେଦିନ ଶାବଳ ଯୋଗେ ରୋଷେଇ ଘରକୁ ଖୋଲି ଗ୍ୟାସରେ ନିଆଁ ଲଗାଇ ହ-ତ୍ୟା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହାଦ୍ୱାରା ପଡ଼ୋଶୀ ଏବଂ ଅନ୍ୟ ଲୋକଙ୍କର କ୍ଷତି ହେବ ଭାବି ନିଜେ ଧାରୁଆ ଅ-ସ୍ତ୍ରରେ ହ-ତ୍ୟା କରିବାକୁ ଯୋଜନା କରିଥିଲା ।

ତେଣୁ ଏସବୁ ତଥ୍ୟକୁ ଭିତ୍ତି କରି ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିବା ସହିତ ଆଲେଖଙ୍କ ଶ୍ୱଶୁର ଏବଂ ଅନ୍ୟ ମାନେ ଶିବ ପ୍ରସାଦର ସ୍ତ୍ରୀ କୁ ଗିରଫ କରିବାକୁ ଦାବି କରିଛନ୍ତି । କାରଣ ସେମାନଙ୍କ କହିବା କଥା ଯେ ଯଦି ସେ ହ-ତ୍ୟା ପୂର୍ବରୁ ଏସବୁ ବିଷୟରେ ଜାଣିଥିଲେ ତେବେ ଚୁପ କାହିଁକି ରହିଥିଲେ ।

Leave a Reply

Your email address will not be published. Required fields are marked *