ଦୁଇ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ , ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ :-

ଏମିତିରେ ଦେଖିବାକୁ ଗଲେ ଆମ ଦେଶ କଣ ରାଜ୍ୟ ଭିତରେ ହିଁ ଧ-ର୍ଷ-ଣ ଏବଂ ବଳା-ତ୍କାର ମାମଲା ବଢ଼ି ଚାଲିଛି । ଆଉ ମଣିଷ ଏତେ ନୃଶଂସ ଯେ ସେ ଛୋଟ ପିଲାଙ୍କୁ ମଧ୍ୟ ଏଥିରୁ ବଞ୍ଚିତ ରଖୁନାହିଁ । କୌଣସି ସ୍ଥାନରେ ବି ମହିଳା ବର୍ତ୍ତମାନ ସୁରକ୍ଷିତ ବୋଲି କହିବା ଅସମ୍ଭବ ଅଟେ । ଏହା ଏହାବି ସତ ଯେ ବାହାରେ ତ ବାହାରେ ଆଜିକାଲି ଘର ଭିତରେ , ନିଜ ପରିବାର ମଧ୍ୟରେ , ନିଜ ସମ୍ପର୍କୀୟଙ୍କ ମଧ୍ୟରେ ବି ଝିଅଟିଏ ସୁରକ୍ଷିତ ନାହିଁ । ଆଜିକାର ଲେଖାରେ ଆମେ ଏପରି ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଶୁଣିଲେ ଆପଣ ବିଶ୍ୱାସ ବି କରିବେ ନାହିଁ । ତେଣୁ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଘଟଣା ଅନୁଯାୟୀ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଦୁଇ ମାସର ଗର୍ଭବତୀ ହେବା ଘଟଣା ବର୍ତ୍ତମାନ ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏହି ଘଟଣା ଭାଇରଲ ହେବା ପରେ ଲୋକେ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଏବଂ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ଅଭିଯୁକ୍ତକୁ କଠିନ ଦ-ଣ୍ଡ ଦେବାକୁ ଦାବି ମଧ୍ୟ କରୁଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା କନ୍ଧମାଳ ଜିଲ୍ଲାର ଅଟେ । କନ୍ଧମାଳ ଜିଲ୍ଲାର ଏକ ସେବାଶ୍ରମରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଏପରି ଦୁର୍ଦଶାରେ ପୀଡ଼ିତ ହୋଇଛନ୍ତି । ବାସ୍ତବ କଥା ଏହା ଯେ କରୋନା ପାଇଁ କନ୍ଧମାଳ ଜିଲ୍ଲାର ସବୁ ସେବାଶ୍ରମ ବନ୍ଦ ରହିଥିଲା । ମାତ୍ର ସରକାରଙ୍କ ଷଷ୍ଠ ଏବଂ ସପ୍ତମ ଶ୍ରେଣୀକୁ ନେଇ କରୋନା ସମ୍ବନ୍ଧିତ ଗାଇଡ଼ଲାଇନ ଆସିବା ପରେ ନଭେମ୍ବର ୫ ରେ ସେବାଶ୍ରମ ଖୋଲିଥିଲା । ତେଣୁ ଏହି ନାବାଳିକା ଜଣକ ସେବାଶ୍ରମକୁ ଆସିଥିଲେ ।

ମାତ୍ର ଗତ ୩୦ ତାରିଖରେ ସେବାଶ୍ରମରେ ରୁଟିନ ଚେକଅପରୁ ନାବାଳିକା ଗର୍ଭବତୀ ଥିବା ଜଣା ପଡ଼ିଥିଲା । ତେଣୁ ଏହି ମାମଲାକୁ ଆଧାର କରି ସେବାଶ୍ରମ ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଲିଖିତ ଅଭିଯୋଗର ଆଧାରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ଏହା ଜାଣିବାକୁ ପୋଲିସ ଉଦ୍ୟମ କରିଛି ଯେ ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ଆଉ ତାଙ୍କର ଏପରି ଅବସ୍ଥା ପଛରେ ଦାୟୀ କିଏ ? ବର୍ତ୍ତମାନ ପୋଲିସ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମାମଲା ସମ୍ବନ୍ଧରେ ପଚରା ଉଚୁରା କରୁଛି ।

Leave a Reply

Your email address will not be published. Required fields are marked *