ଆଖି ପିଛୁଳାକେ ଚାଲିଗଲା କୁନି ପୁଅର ଜୀବନ, ତଥାପି ବିଶ୍ୱାସ କରିପାରୁନି ମା ର ମନ :- ଦେଖନ୍ତୁ ଏହି ହୃଦୟ ଦୋହଲେଇ ଦେଲା ଭଳି ଭିଡିଓ

ପ୍ରାୟତଃ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଘଟଣା ଦୁର୍ଘଟଣା ର ଭିଡ଼ିଓ ଭାଇରଲ ହୋଇଥାଏ । ଯେଉଁଥିରେ କାହାର କ୍ଷତି ହୋଇଥାଏ ତ ଆଉ କାହାର ଜୀବନ ବି ଚାଲିଯାଏ । ମନୁଷ୍ୟ ଜୀବନରେ କେତେବେଳେ ଯେ କଣ ଘଟିବ ତାହା କାହାକୁ ବି ଜଣା ନଥାଏ । ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଯଦି ଜନ୍ମର ମାତ୍ର ଅଳ୍ପ କେତୋଟି ଦିନ ପରେ ଜଣଙ୍କର ଜୀବନ ଚାଲିଯାଏ ତେବେ ତାର ଜନ୍ମ ନେବାର ଯଥାର୍ଥ କଣ ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଘଟଣା ଭାଇରଲ ହେଉଛି ଯେଉଁଥିରେ ଜଣେ କୁନି ପୁଅର ଜୀବନ ମାତ୍ର ଅଳ୍ପ କିଛି ମୁହୂର୍ତ୍ତରେ ଚାଲି ଯାଇଛି । ଯାହାକୁ ପରିବାର ଲୋକେ ବିଶ୍ୱାସ ବି କରି ପାରି ନାହାଁନ୍ତି । ଅଳ୍ପ କିଛି ସମୟ ପୂର୍ବରୁ ପିଲାଟି ନିଜ ପରିବାର ଲୋକଙ୍କ ଆଖି ସାମ୍ନାରେ ଖୁସିରେ ଖେଳୁଥିଲା । କିନ୍ତୁ ଆଉ କିଛି ମୁହୂର୍ତ୍ତରେ ତାହା ଜୀବନ ଏପରି ଭାବରେ ଚାଲି ଯାଇଛି ଯେ ତାହାକୁ କେହିବି ବିଶ୍ୱାସ କରିବା ସମ୍ଭବ ନୁହେଁ । ତେଣୁ ଏପରି ମୃତ୍ୟୁ ମନୁଷ୍ୟକୁ ଖୁବ କଷ୍ଟ ଦେଇଥାଏ । ଜଣେ ଛୋଟ ପିଲାକୁ ନେଇ ତାର ପରିବାର ଜନ୍ମ ପାଖରୁ କେତେ କଣ ସ୍ୱପ୍ନ ଦେଖିଥାଏ । କିନ୍ତୁ ଏପରି ଭାବରେ ମୃତ୍ୟୁ ହେଲେ ତାହାକୁ ବିଶ୍ୱାସ କରିବା ସମ୍ଭବପର ହୋଇପାରେ ନାହିଁ ।

ଏହିପରି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ଯେଉଁଠି ଜଣେ କୁନି ପିଲାର ଆକସ୍ମିକ ମୃତ୍ୟୁ ଘଟିଛି । ଯାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ବାସ୍ତବରେ ସବୁଦିନ ଭଳି ପିଲାଟି ରାତି ସମୟରେ ଖାଇ ସାରି ଶୋଇବା ପାଇଁ ଯାଇଛି । ସେହି ସମୟରେ ଏପରି ଦୁର୍ଘଟଣା ଘଟି ଯାଇଛି । ପିଲାଟି ଶୋଇବାକୁ ଯାଉଥିବା ସମୟରେ କୌଣସି ଏକ ସ୍ଥାନରେ ବିଦ୍ୟୁତ ତାରରେ ସର୍ଟ ସର୍କିଟ ହୋଇଥିବା କାରଣରୁ ପିଲାଟିର ଗୋଡ଼ ବାଜି ଯାଇଛି ଏବଂ ପିଲାଟି ମାତ୍ର ଅଳ୍ପ କେତୋଟି ମୁହୂର୍ତ୍ତରେ ଗୁରୁତର ହୋଇ ଯାଇଛି ।

ତେବେ ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲେ ହେଁ ଡାକ୍ତର ଅଳ୍ପ କିଛି ସମୟ ଚିକିତ୍ସା ପରେ ପିଲାଟିକୁ ମୃତ ଘୋଷଣା କରିଛନ୍ତି । ଯାହା ଶୁଣିବା ପରେ ତାଙ୍କ ପରିବାର ରେ ଶୋକର ଛାୟା ଖେଳି ଯାଇଛି । ପିଲାଟିର ମା କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଛି । ସମସ୍ତେ ଏହା ଭାବିଛନ୍ତି ଯେ ଗୋଟିଏ ସାମାନ୍ୟ ଭୁଲ ପାଇଁ ଅକାରଣରେ ପିଲାଟିର ଜୀବନ ଯାଇଛି । ଯାହାକୁ କେହିବି ଗ୍ରହଣ କରିପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *