ଋଷ ସେନାକୁ ଭୟ ନ କରି କୁନି ଝିଅଟି ପଚାରିଲା ଏମିତି ପ୍ରଶ୍ନ , ଭାଇରାଲ ହେଉଛି ଭିଡ଼ିଓ : ଦେଖନ୍ତୁ ଭିଡିଓ

ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଜୋରସୋରରେ ଯୁଦ୍ଧ ଚାଲିଥିବା ଘଟଣା ଆପଣ ମାନେ ସମସ୍ତେ ଜାଣିଥିବେ । ଆଉ ସେହି ଦୁଇ ଦେଶ ହେଉଛନ୍ତି ଋଷ ଏବଂ ୟୁକ୍ରେନ । ୟୁକ୍ରେନ ଉପରେ ଋଷ ଅତ୍ୟନ୍ତ ନିର୍ଦୟ ଭାବରେ ଆକ୍ରମଣ କରିଚାଲିଛି । ୟୁକ୍ରେନରେ ଶହ ଶହ ଲୋକଙ୍କର ଜୀବନ ପ୍ରତି ମୁହୂର୍ତ୍ତରେ ଚାଲି ଯାଉଛି । ପିଲା ଠାରୁ ମା ବାପା ଅଲଗା ହୋଇ ଯାଉଥିବା ବେଳେ ମା ଆଖି ଆଗରେ ନିଜ ପିଲାର ଜୀବନ ଚାଲି ଯାଉଛି । ତେବେ ବର୍ତ୍ତମାନ ସମୟରେ ସେଠାକାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିନେଇଛି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଋଷ ଏବଂ ୟୁକ୍ରେନର ଯୁଦ୍ଧ ପରିସ୍ଥିତି ବିଷୟରେ ଆଲୋଚନା ହେଉଅଛି । ତେବେ ୟୁକ୍ରେନର ଜନ ସାଧାରଣ ମଧ୍ୟ ଅତ୍ୟନ୍ତ ଭୟଭୀତ ହୋଇ ଯାଇଛନ୍ତି ଏବଂ ଏହି ଭୟ ମଧ୍ୟରେ ଜୀବନଯାପନ କରୁଛନ୍ତି । ଏ ସବୁ ପରିସ୍ଥିତି ମଧ୍ୟରେ କିଛି ଲୋକ ଭୟଭୀତ ହୋଇ ନିଜ ଦେଶ ଛାଡି ଚାଲିଗଲେଣି କିନ୍ତୁ ଆଉ କିଛି ଲୋକ ଦେଶକୁ ଛାଡି ଯାଇନାହାଁନ୍ତି । ଆଉ ନିଜ ମାତୃଭୂମିର ରକ୍ଷା କରିବାପାଇଁ ନିଜ ଦେଶରେ ହିଁ ରହିଛନ୍ତି । ତେବେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ସାଧାରଣ ଜନତା ଏ ସବୁ ପରିସ୍ଥିତିକୁ ନଜରରେ ରଖି ବନ୍ଧୁକ ଉଠାଇବା ଆରମ୍ଭ କରିଦେଲେଣି ।

ୟୁକ୍ରେନ ଉପରେ ଋଷର ପ୍ରତି ମୁହୂର୍ତ୍ତର ଆକ୍ରମଣ ଆମକୁ ଦେଖିବାକୁ ମିଳୁଅଛି । ସେଠାକାର ବୋମା ମାଡ଼ର ଦୃଶ୍ୟ ସମସ୍ତଙ୍କର ଛାତି ଥରାଇ ଦେଉଛି । ୟୁକ୍ରେନର ବଡ଼ ବଡ଼ କୋଠାଘର ଗୁଡିକ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଉଛି । ସେଠାକାର ସାଧାରଣ ଜନତା ମଧ୍ୟ ଅନେକ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । କେତେ କେତେ କଷ୍ଟ ଭୋଗୁଛନ୍ତି । ଖାଇବା ପିଇବାରେ ଅନେକ ଅସୁବିଧା ହେଉଅଛି । କିନ୍ତୁ ଏ ସବୁ ପରେ ମଧ୍ୟ ୟୁକ୍ରେନକୁ ନିଜ ଅଧୀନରେ କରିବାକୁ ଚାହୁଁଛି ଋଷ ।

ଋଷର ଟ୍ୟାଙ୍କ ଗୁଡିକ ଧାଡି ଧାଡି ହୋଇ ୟୁକ୍ରେନ ଭିତରକୁ ପ୍ରବେଶ କରୁଛନ୍ତି । କିନ୍ତୁ ୟୁକ୍ରେନ ସେନା ମାନେ ଏମାନଙ୍କୁ ଅଟକାଇବାକୁ ଅସମର୍ଥ ହେଉଛନ୍ତି । ତେବେ ଏ ସବୁ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ନିଜ ଦେଶବାସୀ ମାନଙ୍କର ମନୋବଳକୁ ଦୃଢ଼ କରିଛନ୍ତି । ଆଉ ନିଜେ ବନ୍ଧୁକ ଧରି ଯୁଦ୍ଧକ୍ଷେତ୍ରକୁ ଓଲ୍ହାଇଛନ୍ତି । ୟୁକ୍ରେନ ମଧ୍ୟ ସହଜରେ ହାର୍ ମାନିବ ନାହିଁ । ତେବେ ଅନ୍ୟପକ୍ଷରେ ଋଷର ସେନା ବାହିନୀ ବହୁ ମାତ୍ରାରେ ମାଡି ଆସୁଛନ୍ତି , ଯାହାଙ୍କୁ ଅଟକାଇବା ବହୁତ କଷ୍ଟକର ଅଟେ ।

ତେବେ ଏ ସବୁ ମଧ୍ୟରେ ଏକ କୁନି ଝିଅର ଭିଡ଼ିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଅଛି । ଯେଉଁଥିରେ ଦେଖିବାକୁ ମିଳିଅଛି କି , ଋଷର ଟ୍ୟାଙ୍କ ଆଉ ଋଷର ଜଣେ ସେନା ରାସ୍ତା ଉପରେ ଛିଡା ହୋଇଛନ୍ତି । ତେବେ ଏହାକୁ ଦେଖି ୟୁକ୍ରେନର ଗୋଟିଏ କୁନି ଝିଅ ତାଙ୍କୁ ଆସି ଧମକ ଦେଉଅଛି । ଆଉ ପଚାରୁଛି ଆପଣ ଆମ ଦେଶରେ କଣ କରୁଛନ୍ତି । ଏଠାରୁ ଚାଲି ଯାଆନ୍ତୁ । ଏହାବ୍ୟତୀତ ସେ ସେହି ସେନା ଉପରକୁ ମାରିବା ପାଇଁ ହାତ ମଧ୍ୟ ଉଠାଉଛି । କିନ୍ତୁ ଋଷ ସେନା ହସି ହସି ଝିଅକୁ ସେଠାରୁ ଚାଲି ଯିବାପାଇଁ କହୁଛନ୍ତି । ଆଉ ନିଜେ ମଧ୍ୟ ହସି ହସି ସେଠାରୁ ଚାଲି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *