କରୋନା ମହାମାରୀ ପୃଥିବୀକୁ ଆସିବା ସହିତ ଯେମିତି କଳାକାରଙ୍କ ଜୀବନ ଉପରକୁ ବିପଦ ଘାରିଛି । ଅନେକ ପ୍ରିୟ କଳାକାର ଆମ ଗହଣରୁ ଛାଡ଼ି ଚାଲି ଯାଇଛନ୍ତି । ଆଉ ଏହାରି ମଧ୍ୟରେ ସାଉଥ ଫିଲ୍ମ ଜଗତର ଜଣେ କଳାକାର ମଧ୍ୟ ପ୍ରାଣତ୍ୟାଗ କରିଛନ୍ତି । ଯିଏକି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରଶଂସନୀୟ ହୋଇଥିଲେ ।
ଖବର ଶୁଣିବାକୁ ମିଳିଛି ଯେ କେଜିଏଫ ଚଳଚ୍ଚିତ୍ରର ଜଣେ କଳାକାରଙ୍କ ନିଧନ ହେଉଛି । ଏମିତିରେ ଚଳିତ ବର୍ଷ କେଜିଏଫ ୨ ରିଲିଜ ହେବାକୁ ଯେମିତି ଲୋକେ ଅନେକ ଦିନ ହେବ ଅପେକ୍ଷା କରି ରହିଥିଲେ । ବକ୍ସ ଅଫିସରେ ଫିଲ୍ମ ମଧ୍ୟ ବେଶ ଧମାଲ ସୃଷ୍ଟି କରିଛି । କିନ୍ତୁ ଫିଲ୍ମ ହିଟ ହେବାର ସଫଳତା ସହିତ ଇଣ୍ଡଷ୍ଟ୍ରି ଏହି ଫିଲ୍ମ ପ୍ରତି ଯେଉଁ ବ୍ୟକ୍ତିଙ୍କର ମଧ୍ୟ ଅବଦାନ ରହିଥିଲା , ତାଙ୍କୁ ହରାଇଛି ।
ଆମେ ଆପଣଙ୍କୁ ଜଣାଇ ଦେବୁ ଯେ ସାଉଥ କଳାକାର ମୋହନ ଜୁନେଦଙ୍କର ଆଜି ଦେହାନ୍ତ ଘଟିଛି । ବେଙ୍ଗାଲୁରୁର ଏକ ବେସରକାରୀ ଡାକ୍ତରଖାନାରେ ଜୁନେଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ଦିନ ହେବ ସେ ଅସୁସ୍ଥ ଥିବା ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ପ୍ରକାଶ ପାଇଛି । ଜୁନେଦ କେଜିଏଫ ପାର୍ଟ ୨ ରେ ସାମ୍ବାଦିକ ଆନନ୍ଦୀଙ୍କ ସୂଚନାଦାତା ଭୂମିକାରେ ଅଭିନୟ କରିଥିଲେ ।
ତେବେ ଜୁନେଦ କେଜିଏଫ ପାର୍ଟ ୨ ବ୍ୟତୀତ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି । ପ୍ରାୟ ୧୦୦ ରୁ ଉର୍ଦ୍ଧ ଫିଲ୍ମରେ କାମ କରିଥିବା ଜୁନେଦଙ୍କ ନିଧନରେ ବର୍ତ୍ତମାନ ସମଗ୍ର ଦେଶ ଶୋକରେ ଛାଇ ଯାଇଛି । ତେବେ ଆଜି ପରିବାରର ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ତେବେ ତାଙ୍କ ଭଳି କଳାକାର ଆଉ ଇଣ୍ଡଷ୍ଟ୍ରିକୁ ଆସିବା ନେଇ ସନ୍ଦେହ ରହିଛି ।