ଶନିବାର ଦିନ ଏହି ୮ଟି କାମ ଭୁଲରେ ବି କରନ୍ତୁ ନାହିଁ। ନହେଲେ ହୋଇଯିବେ ଭିକାରୀ ଓ ମାଡ଼ି ଆସିବ ରୋଗ କଷ୍ଟ।

ବନ୍ଧୁମାନେ ସପ୍ତାହର ୭ବାର ମଧ୍ୟରୁ ସବୁ ବାର ଅନୁଯାୟୀ ପ୍ରତ୍ୟେକ ବରର ନିଜ ନିଜର ଅଧିଷ୍ଠାତ୍ରୀ ଦେବି ଓ ଦେବତା ରହିଥାନ୍ତି ଯାହା ଶାସ୍ତ୍ରରେ ମଧ୍ୟ ଲିପିବଦ୍ଧ। ସେହିପରି ଶନିବାରର ଦେବତା ହେଉଛନ୍ତି ଶନିଦେବ। ଯିଏ କି ନ୍ୟାୟର ପ୍ରତୀକ। କେଉଁଠି ଯଦି ଟିକେ ଅନ୍ୟାୟ ହୁଏ ତେବେ ଶନିଦେବ ତାକୁ ଉଚିତ୍ ଦଣ୍ଡ ଦେଇଥାନ୍ତି। ତେଣୁ କୁହ ଯାଏ କି ଶନିଦେବଙ୍କ କୋପ ପଡ଼ିଛି। ଯେଉଁଥିରୁ ରକ୍ଷା ପାଇବା ପାଇଁ ଆମକୁ କିଛି ଏପରି କାମରେ ଭୁଲ କରିବା ଅନୁଚିତ୍ ନଚେତ୍ ଖୁବ୍ ଶୀଘ୍ର ଭିକାରୀ ହୋଇଯିବେ। ତେଣୁ ଆଜି ଆମେ ଜାଣିବା ଶନିଦେବଙ୍କ କୃପା ପାଇବା ପାଇଁ ଆମକୁ କେଉଁ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଶନିବାର ଦିନ କିଛି ଏପରି ଜିନିଷ ଘରକୁ ଆଣିଲେ ଶନିଦେବଙ୍କ କୋପ ପଡ଼ିଥାଏ। ଏହା ବ୍ୟତୀତ ବ୍ୟକ୍ତିକୁ ରୋଗ,ଶୋକ,କଳଙ୍କ ଓ ଦରିଦ୍ର ମଧ୍ୟ ଆସିଥାଏ। ଶନିବାର ଦିନ ଲୁହା କିମ୍ବା ଲୁହା ଜନିତ କୌଣସି ଜିନିଷ ଘରକୁ ଆଣିବା ଅନୁଚିତ୍। ଏହା ଦ୍ଵାରା ଆପଣଙ୍କ ଉପରେ ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ। ଯଦି ଶନିବାର ଦିନ ଲୁହରେ ତିଆରି ଜିନିଷ ଯଦି ଆପଣ ଦାନ କରନ୍ତି ତେବେ ଶନିଦେବ ବହୁତ୍ ପ୍ରସନ୍ନ ହୋଇଥାନ୍ତି ଓ ଶନି ଦଶାରୁ ମୁକ୍ତ କରି ପାରନ୍ତି।

ଶନିବାର ଦିନ ଚମଡା ତିଆରି ଜିନିଷ ଯେପରି ଜୋତା, ବେଲ୍ଟ ଓ ପର୍ସ ଆଦି କେବେବି କିଣନ୍ତୁ ନାହିଁ। ଏହା ଦ୍ଵାରା ଘରକୁ ସର୍ବଦା ଦାରିଦ୍ର୍ୟତା ଆସିଥାଏ। ଶନିବାର ଦିନ ଘରକୁ କେବେ ହେଲେ କୌଣସି ପ୍ରକାର ତେଲ ଆଣନ୍ତୁ ନାହିଁ। ଏହା ଦ୍ଵାରା ଘରକୁ ରୋଗ ଏବଂ କଷ୍ଟ ଆସିଥାଏ। ଯଦି ଆପଣଙ୍କର ଶନି ଦଶା ଚାଲିଛି ତେବେ ଆପଣ କେବଳ ରାଶି ତେଲ ଶନିଙ୍କୁ ଦେଇ ପାରିବେ। ଏହା ଦ୍ୱାରା ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇ ଧନ ଧାନ୍ୟରେ ପୂର୍ଣ୍ଣ କରାନ୍ତି। ଏହିବାରରେ ଘରକୁ କୋଇଲା ମଧ୍ୟ ଆଣନ୍ତୁ ନାହିଁ। କାରଣ ଏହା ଶନିଙ୍କ ରଙ୍ଗ ଓ ଏକ ଜଳନ ପଦାର୍ଥ ଅଟେ।

ଶନିବାର ଦିନ ଘରକୁ ଝାଡୁ କିଣନ୍ତୁ ନାହିଁ। ଏହା ହେଲେ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିପାରେ ବା ଧନ ହାନି ହୋଇଥାଏ। ଶନିବାର ଦିନ କେବେବି ରାଶି କିଣନ୍ତୁ ନାହିଁ। ଏହା ଦ୍ଵାରା ବିପଦ ମାଡ଼ିଥାଏ। ଶନିଦଶା ଚାଲିଥିଲେ ଏହି ଦିନ ରାଶି ଦାନ କରନ୍ତୁ। ଶନିବାର ଦିନ ଲୁଣ ବି କିଣନ୍ତୁ ନାହିଁ। ଏହା ଦ୍ଵାରା ଘରକୁ ଧୀରେ ଧୀରେ ରୋଗ ଆସିବ ଓ ଖର୍ଚ୍ଚ ବଢିବ। ତେଣୁ ମାନେ ରଖନ୍ତୁ ଶନିବାର ଦିନ ଘରକୁ କୌଣସି କଳା ବସ୍ତୁ ଆଣନ୍ତୁ ନାହିଁ କାରଣ ଏହା ଅଶୁଭ ହୋଇଥାଏ।
ଏହା ଥିଲା ଶନିବାର ଦିନର କିଛି ମହତ୍ତ୍ଵ ପୂର୍ଣ୍ଣ କଥା ମାନ।

Leave a Reply

Your email address will not be published. Required fields are marked *