who ବିଶେଷଜ୍ଞମାନଙ୍କର ଆଶ୍ଚର୍ଯ୍ୟଜନକ ଦାବି, ରେ-ଭ୍ ପାର୍ଟୀରେ ଏପରି କାର୍ଯ୍ୟ ପାଇଁ ମଙ୍କିପକ୍ସ ଜୀବାଣୁର ବିସ୍ତାର ହେଇଛି…

ବିଶ୍ ସ୍ୱାସ୍ଥ୍ୟ ସଂଗଠନର (who) ଜଣେ ପ୍ରମୁଖ ପରାମର୍ଶଦାତା ବିକଶିତ ଦେଶମାନଙ୍କରେ ମାରାତ୍ମକ ରୋଗ ମଙ୍କିପକ୍ସର ବିଷୟରେ ବର୍ଣ୍ଣନା କରିଛନ୍ତି। ଏଥି ସହିତ, ୟୁରୋପରେ ଦୁଇଟି ରେ-ଭ୍ ପାର୍ଟୀରେ ସେ ବିପ-ଦପୂର୍ଣ୍ଣ ଯୌ-ନ କାର୍ଯ୍ୟକଳାପ ପାଇଁ ଏହି ରୋଗର ବିସ୍ତାର ହେଇଛି ବୋଲି କୁହାଯାଉଛି। ଡବ୍ଲୁଏଚଓ ର ଜରୁରୀକାଳୀନ ବିଭାଗର ମୁଖ୍ୟ ଡେଭିଡ ହେମାନ କହିଛନ୍ତି ଯେ ଯୌ-ନ ସମ୍ପର୍କ ପାଇଁ ଏହି ରୋଗ ବ୍ୟାପିଛି।

ସେ କହିଛନ୍ତି ଯେ ସବୁଠାରୁ ବଡ଼ କାରଣ ହେଉଛି ସ୍ପେନ୍ ଏବଂ ବେଲଜିୟମରେ ଅନୁଷ୍ଠିତ ଦୁଇଟି ରେଭ ପାର୍ଟିରେ ସମଲିଙ୍ଗୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଯୌ-ନ ସମ୍ପର୍କ ଯୋଗୁଁ ଏହି ରୋଗ ବ୍ୟାପି ଚାଲିଛି। ମଙ୍କିପକ୍ସ ପୂର୍ବରୁ ଆଫ୍ରିକାର ବାହାରେ ବିସ୍ତାର ହୋଇନଥିଲା, ଆଫ୍ରିକାରେ ଏହା ଏକ ସ୍ଥାନୀୟ ରୋଗ ଥିଲା। ହେମାନ କହିଛନ୍ତି, ‘ଆମେ ଜାଣୁ ଯେ ଯେତେବେଳେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଘନିଷ୍ଠ ସମ୍ପର୍କ ହୁଏ ଏବଂ ଯୌ-ନ ସମ୍ପର୍କ ହୁଏ ସେତେବେଳେ ରୋଗର ବିସ୍ତାର ବଢିଯାଏ। ସେଥିପାଇଁ ଆଫ୍ରିକା ବାହାରେ ମଙ୍କିପକ୍ସର ବିସ୍ତାର ହେଇଛି।

ଭବିଷ୍ୟତରେ ମଙ୍କିପକ୍ସର ଅଧିକ ମାମଲା ଦେଖା ଦେଇପାରେ ବୋଲି ଜର୍ମାନୀ ସରକାର ଏକ ରିପୋର୍ଟରେ କହିଛନ୍ତି। ଜର୍ମାନୀର କାନାରିଆରେ ପା-ର୍ଟି ଇଭେଣ୍ଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଯେଉଁଠାରେ ଲୋକଙ୍କ ମଧ୍ୟରେ ଯୌ-ନ କାର୍ଯ୍ୟକଳାପ ହୋଇଥିଲା ସେଠାରୁ ଚାରୋଟି ମାମଲା ସାମ୍ନାକୁ ଆସିଛି। ବ୍ରିଟେନ, ସ୍ପେନ୍, ଇସ୍ରାଏଲ୍, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ୧୦ ରୁ ଅଧିକ ଦେଶରେ ଡବ୍ଲୁଏଚଓ ୯୦ ରୁ ଅଧିକ ମଙ୍କିପକ୍ସରୋଗର ପଞ୍ଜିକରଣ କରିଛି।

ସୋମବାର ଦିନ ଡେନମାର୍କରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ତା’ପରେ ପର୍ତ୍ତୁଗାଲରୁ ୩୭ ଟି ମାମଲା ଆସିଛି। ଇଟାଲୀରେ ଆଉ ଏକ ନୂଆ ମାମଲା ମଧ୍ୟ ଆସିଛି। ମାଡ୍ରିଡ୍ ର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏନ୍ରିକ୍ ରୁଜ୍ ଏସ୍କୁଡେରୋ କହିଛନ୍ତି ଯେ ସ୍ପେନର ରାଜଧାନୀରେ ଏପର୍ଯ୍ୟନ୍ତ ୩୦ଟି ମାମଲା ନିଶ୍ଚିତ ହୋଇଛି। ସେ କହିଛନ୍ତି ଯେ କାନାରି ଦ୍ୱୀପପୁଞ୍ଜରେ ଏହି ରୋଗ ଏବଂ ‘ସମଲିଙ୍ଗୀ ଗର୍ବ ଘଟଣା’ ବିଷୟରେ ସେମାନେ ଅନୁସନ୍ଧାନ କରୁଛନ୍ତି, ଯେଉଁଠାକୁ ପ୍ରାୟ ୮୦ ଜଣ ଲୋକ ପରିଦର୍ଶନ ପାଇଁ ଆସିଥିଲେ।

ସାଂପ୍ରତିକ ମହାମାରୀର ଆକଳନ ପାଇଁ ହେମାନ ଶୁକ୍ରବାର ଦିନ ସଂକ୍ରାମକ ରୋଗ ଉପରେ ଡବ୍ଲୁଏଚଓର ପରାମର୍ଶଦାତା ଗୋଷ୍ଠୀରେ ଏକ ବୈଠକ ଡାକିଥିଲେ। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ଯେ ମଙ୍କିପକ୍ସ ଅଧିକ ସଂକ୍ରାମକ ରୂପରେ ପରିଣତ ହୋଇପାରେ।

ମଙ୍କିପକ୍ସ ରୋଗରେ ସାଧାରଣତଃ ଜ୍ୱର, ଥଣ୍ଡା ହୁଏ ଏବଂ ମୁହଁ କିମ୍ବା ଯୌ-ନାଙ୍ଗରେ ଘା ସୃଷ୍ଟି ହୁଏ। ଏହା ସଂକ୍ରମିତ ବ୍ୟକ୍ତି ଠାରୁ ସେମାନଙ୍କ ପୋଷାକ କିମ୍ବା ଜିନିଷ ସହିତ ଯୋଗାଯୋଗ ମାଧ୍ୟମରେ ବିସ୍ତାର ହୋଇପାରେ, କିନ୍ତୁ ଯୌ-ନ ସଂକ୍ର-ମଣ ସମ୍ବନ୍ଧୀୟ ତଥ୍ୟ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇ ନାହିଁ। କିଛି ଲୋକଙ୍କୁ ଡାକ୍ତରଖାନା ଯିବା ଦରକାର ନାହିଁ କାରଣ କିଛି ସପ୍ତାହ ମଧ୍ୟରେ ଏହି ରୋଗ ଅପେ ଆପେ ଭଲ ହେଇ ଯାଉଛି। ମଙ୍କିପକ୍ସକୁ ରୋକିବା ପାଇଁ କିଛି ଆଣ୍ଟିଭାଓଟିକ୍ ଔଷଧ ବିକାଶ କରାଯାଉଛି।

କେତେକ ବୈଜ୍ଞାନିକ କହିଛନ୍ତି ଯେ ୟୁରୋପରେ ମଙ୍କିପକ୍ସର ବିସ୍ତାର ଯୌ-ନ ସମ୍ପ-ର୍କ ପାଇଁ ବ୍ୟାପିଛି ବୋଲି କହିବା କଷ୍ଟକର। ଲଣ୍ଡନର ଇମ୍ପେରିଆଲ୍ କଲେଜର ବାଇଓରୋଲୋଜିଷ୍ଟ୍ ମାଇକ୍ ସ୍କିନର୍ କହିଛନ୍ତି, ‘ଅନ୍ତ-ରଙ୍ଗ ସମ୍ପର୍କ ସହିତ ଯୌ-ନ କାର୍ଯ୍ୟକଳାପ ଦ୍ଵାରା ଏହି ରୋଗ ବିସ୍ତାର ହେବାର ସମ୍ଭାବନା ଅଛି।

ଡବ୍ଲୁଏଚଓ କହିଛି ଯେ ନିଶ୍ଚିତ ହୋଇଥିବା ମାମଲା ପଶ୍ଚିମ ଆଫ୍ରିକୀୟ ମଙ୍କିପକ୍ସ ଜୀବାଣୁର ଅଟେ ଏବଂ ଏହା ଏକ ଜୀବାଣୁ ସହିତ ଜଡିତ ଥିବା ପରି ଦେଖାଯାଏ ଯାହା ପ୍ରଥମେ ୨୦୧୮-୨୦୧୯ ମସିହାରେ ନାଇଜେରିଆରୁ ବ୍ରିଟେନ, ଇସ୍ରାଏଲ୍ ଏବଂ ସିଙ୍ଗାପୁରର ଲୋକଙ୍କଠାରେ ଚିହ୍ନଟ ହେଇଥିଲା। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ. ସୁଜନ ହପକିନ୍ସ କହିଛନ୍ତି ଯେ ଦେଶରେ ଦିନକୁ ଦିନ ମଙ୍କିପକ୍ସ ରୋଗ ବଢିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *