ଭାଇରଲ ହେଲା ଅନୁଭବଙ୍କର ଆଉ ଏକ ଭିଡ଼ିଓ ” ମୋତେ ସ୍ୱାମୀ ବୋଲି ଡାକିବା ବନ୍ଦ କର ବର୍ଷା ” :-

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ତ୍ତମାନ ସମୟରେ ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ସୋସିଆଲ ମିଡ଼ିଆ ଜରିଆରେ ଗତ କିଛିଦିନ ହେବ ଅନୁଭବ ନିଜର ବ୍ୟକ୍ତିଗତ ଜୀବନ ଏବଂ ବର୍ଷାଙ୍କ ସହିତ ବିବାଦକୁ ନେଇ ଅନେକ କିଛି ରହସ୍ୟର ଉପସ୍ଥାପନ କରିଛନ୍ତି । ପୁଣି ଆଉ ଏକ ଭିଡ଼ିଓରେ ଆଉ କିଛି ଖୁଲାସା କରିଛନ୍ତି ଅନୁଭବ । ଆଉ ବର୍ଷାଙ୍କୁ ସାମ୍ନାରୁ ଚ୍ୟାଲେଞ୍ଜ କରୁଥିବା ମଧ୍ୟ କହିଛନ୍ତି ବର୍ଷା ।

ତେବେ ଭାଇରଲ ହୋଇଥିବା ଭିଡ଼ିଓରେ ଅନୁଭବ ଖୋଲାଖୋଲି ବର୍ଷାଙ୍କ ଉପରେ ଶବ୍ଦ ପ୍ରହାର କରିଛନ୍ତ । ସେ ବର୍ଷାଙ୍କୁ ସିଧାସଳଖ କହିଛନ୍ତି ଯେ ଶାଢ଼ୀ ପିନ୍ଧି , ସିନ୍ଦୁର ଲଗାଇ ବାହାରେ ଦେବତାଙ୍କୁ ପୂଜା କରିବା ଅପେକ୍ଷା ଆଗ ଘରେ ଥିବା ଦେବତାଙ୍କୁ ସମ୍ମାନ କରିବା ଉଚିତ । ଏପରି କଲେ ଭଗବାନବି ଶୁଣିବେ ନାହିଁ ବୋଲି କହିଛନ୍ତି ଅନୁଭବ । ଅନୁଭବ ସିଧାସଳଖ ବର୍ଷାଙ୍କ ଉପରେ ନିଜ ଜୀବନକୁ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି । ବର୍ଷାଙ୍କ କାରଣରୁ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବଙ୍କ ଜୀବନ ନଷ୍ଟ ହେଉଥିବା , ନିଜେ ଅନୁଭବ କହିଛନ୍ତି । ଅନୁଭବ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦିନ ପୋଲିସ ଷ୍ଟେସନ ଯାଇ ଗୋଟିଏ ଗୋଟିଏ ମିଛ ଅଭିଯୋଗ ଲଗାଇବା ବର୍ଷାଙ୍କର ଏକ ଖରାପ ଅଭ୍ୟାସ ପାଲଟି ଗଲାଣି ।

ପୁଣି ପୂର୍ବରୁ ଆପଣ ମାନେ ଶୁଣିଥିବେ ଅନୁଭବ ଏବଂ ବର୍ଷାଙ୍କର ଏକ କଲ ରେକର୍ଡ଼ିଂ ଭାଇରଲ ହୋଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବରେ ବର୍ଷାଙ୍କୁ ଅନୁଭବଙ୍କ ବାପା ମା ଙ୍କୁ ଅ-ଶ୍ଳୀ-ଳ ଭାଷାରେ ଗାଳି ଗୁଲଜ କରୁଥିବାର ଶୁଣା ଯାଇଥିଲା । କିନ୍ତୁ ଖୁବ ସହଜରେ ବର୍ଷା ତାହା ନିଜ ସ୍ୱର ନୁହେଁ ବୋଲି କହି ଦେଇଥିଲେ । ଏହାକୁ ନେଇ ବର୍ତ୍ତମାନ ଅନୁଭବ ମଧ୍ୟ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ ଯଦି ଫରେନ୍ସିକ ଲ୍ୟାବରେ ଟେଷ୍ଟ କରାଯାଏ ତେବେ ତାହାର ସତ୍ୟତା ନିଶ୍ଚିତ ପଦାକୁ ଆସିବ ।

ଏସବୁ ବ୍ୟତୀତ ଅନୁଭବ କଡ଼ାକଡ଼ି ଭାବରେ ବର୍ଷାଙ୍କୁ ସ୍ୱାମୀ ବୋଲି ସମ୍ବୋଧନ କରିବାକୁ ମନା କରିଛନ୍ତି । ଅନୁଭବ ଭିଡ଼ିଓରେ କହିଛନ୍ତି ଯେ କେବଳ ସିନ୍ଦୁର ତାଙ୍କ ନାମରେ ପିନ୍ଧିଲେ କେହି କାହା ସ୍ୱାମୀ ନୁହେଁ କିମ୍ବା କେହି ଯାହା ସ୍ତ୍ରୀ ନୁହେଁ । ତେଣୁ ସେ ସ୍ପଷ୍ଟ ଭାବରେ ତାଙ୍କୁ ସ୍ୱାମୀ ଡାକିବାକୁ ମନା କରିଛନ୍ତି । ପୁରା ଗଣମାଧ୍ୟମରେ ବର୍ତ୍ତମାନ ଅନୁଭବ ବର୍ଷାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ” ମହିଳା କାର୍ଡ଼ ଖେଳି ନାରୀ ଜାତିକୁ ଆଉ କଳଙ୍କିତ କର ନାହିଁ ” ଏହାସହିତ ବର୍ଷାଙ୍କ କାରଣରୁ ଯେଉଁ ବିବାଦ ସୃଷ୍ଟି ହୋଇଛି ସେଥିପାଇଁ ସେ ନିଶ୍ଚୟ ଲଢ଼ିବେ ଏବଂ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯିବେ ।

Leave a Reply

Your email address will not be published. Required fields are marked *