ମୋତେ ଜିତୁ ଦରକାର ; କାରଣ ବାପାର ପରିଚୟ ଖୋ-ଜୁଛି ମୋର ଦୁଇ ମାସର ଛୁଆ………..

ପ୍ରେମ , ବିବାହ ଆଉ ତାପରେ ଶାରୀ-ରିକ ସ-ମ୍ପର୍କ । ଆଉ ତାପରେ ଦୁଇ ମାସର ଗର୍ଭ-ବତୀ ହେବା ପରେ ମହିଳାଙ୍କୁ ଦେଇ ଧୋ-କା । ବର୍ତ୍ତମାନ ମହିଳା ହୋଇ ଯାଇଛନ୍ତି ସମ୍ପୂର୍ଣ୍ଣ ଏକୁଟିଆ । ବେସାହାରା ହୋଇ ଘୁରି ବୁଲୁଛନ୍ତି ଥା-ନାକୁ ଥା-ନା । ସାହା ଭରସା ବୋଲି ତାଙ୍କର ଆଉ କେହି ନାହିଁ । ବାପା ମାଆ ଆଉ ଗ୍ରହଣ କରିବାକୁ ନାହାଁନ୍ତି ରାଜି ଆଉ ଏପଟେ ସ୍ୱାମୀ ଦେଇଛି ଧୋ-କା । ବର୍ତ୍ତମାନ ଝିଅ ପାଖରେ ମରିବା ଛଡା ଆଉ କୌଣସି ମାର୍ଗ ନାହିଁ ।

ତେବେ ଏଭଳି ଘ-ଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲାର ବଢିଗାଁର ଝୁମି ବେହେରା ବର୍ଷକ ତଳେ ସୁବର୍ଣ୍ଣପୁରର ଉମିଣ୍ଡା ବ୍ଲକ ଖୁମରକିଲି ଗାଁର ଜିତୁ ଖୁରାଙ୍କୁ ଫେସବୁକରେ ପ୍ରେମ କରିଥିଲେ । ଆଉ ପ୍ରେମ କରିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେମାନେ ବୌଦ୍ଧ ଜିଲ୍ଲାର ଗୋଟିଏ ମନ୍ଦିରରେ ବିବାହ କରି ନେଇଥିଲେ ଆଉ ସାତ ଜନମର ସାଥି ହେବା ପାଇଁ କଥା ଦେଇଥିଲେ । ତେବେ ଏସବୁ ମଧ୍ୟରେ ଦୁହେଁ ଯାଇ ଭୁବନେଶ୍ବରରେ ଘର ଭଡା ନେଇ ରହିଥିଲେ ।

ସେଠାରେ ରହିବା ଭିତରେ ଝୁମି ଗର୍ଭ-ବତୀ ମଧ୍ୟ ହୋଇ ଯାଇଥିଲେ ଆଉ ଜିତୁ ନିଜ ଘର ଲୋକଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ବହୁତ ବୁଝାମଣା ପରେ ଜିତୁଙ୍କର ଘର ଲୋକ ବୋହୂକୁ ସ୍ୱୀ-କାର କରିଥିଲେ ଆଉ ଘରକୁ ନେବା ପାଇଁ ମଧ୍ୟ କହିଥିଲେ । ଭୁବନେଶ୍ବରରେ କିଛି ଦିନ ରହିବା ପରେ ସେମାନେ ଜିତୁଙ୍କର ଗାଁକୁ ଯାଇଥିଲେ । କିନ୍ତୁ ସେଠାରେ ପରିସ୍ଥିତି ସବୁ ଓଲଟା ହୋଇ ଯାଇଥିଲା । ଜିତୁ ଏବଂ ତାଙ୍କ ପରିବାର ଲୋକ ମିଶି ଝୁମିଙ୍କର ଗ-ର୍ଭ ନ-ଷ୍ଟ କରି ଦେଇଥିଲେ ।

ଏହାପରେ ଝୁମିଙ୍କୁ ଘରକୁ ପଠାଇ ଦେଇଥିଲେ । ଝୁମି ଆସି ପୋ-ଲି-ସର ସାହାରା ନେଇଥିଲେ ଆଉ ତାପରେ ବିରମହାରାଜାପୁର ଥା-ନାରେ ଅଭି-ଯୋଗ ଦେଇଥିଲେ । ଅଭି-ଯୋଗ ପରେ ପୋ-ଲିସ ଜିତୁଙ୍କୁ ଡକାଇ ଏକାଠି ରହିବାକୁ କହିଥିଲେ ଆଉ ସେମାନେ ମଧ୍ୟ ଏକାଠି ରହିଥିଲେ ଭୁବନେଶ୍ବରରେ । ଭୁବନେଶ୍ବରରେ ଦୁଇ ମାସ ରହିବା ପରେ ଝୁମି ପୁଣିଥରେ ଗର୍ଭ-ବତୀ ହୋଇଥିଲେ । ଆଉ ଏକଦା ଜିତୁ ମାଆଙ୍କର ଦେହ ଖରାପ ବାହାନା କରି ଝୁମିଙ୍କୁ ଛାଡି ଦେଇ ପଳାଇଥିଲେ । ବର୍ତ୍ତମାନ ଝୁମି ବିରମହାରାଜାପୁର ଆଉ ତାପରେ ସୋନପୁର ଥା-ନା ବୁଲି ନ୍ୟା-ୟ ପାଇଁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *