ଶାଶୁ ଓ ନଣନ୍ଦ କ୍ରୁରତାର ସବୁ ସୀମା ଅତିକ୍ରମ କରି ବୋହୂକୁ ଗରମ ତାୱାରେ ପୋଡ଼ିଦେଲେ, କୁନି ଛୁଆକୁ ମଧ୍ୟ ଛାଡିଲେ ନାହିଁ

ଉତ୍ତରାଖଣ୍ଡର ତେହେରୀ ଜିଲ୍ଲାରେ ଜଣେ ନବ ବିବାହିତା ବୋହୂ ସହ ତାଙ୍କ ଶାଶୁ ଓ ନଣନ୍ଦ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାଶୁ ଓ ନଣନ୍ଦ ଏକାଠି ହେଇ ଗୋଟେ ଗରମ ତାୱାରେ ବୋହୁର ଦେହକୁ ଜାଳି ଦେଇଛନ୍ତି। ଯେତେବେଳେ ପିଲାମାନେ ମାଆକୁ ବଞ୍ଚାଇବାକୁ ଚେଷ୍ଟା କଲେ ସେତେବେଳେ ଶାଶୁ ଓ ନଣନ୍ଦ ପିଲାମାନଙ୍କୁ ମଧ୍ୟ ବାଡେଇଲେ। ଅଭିଯୁକ୍ତ ମହିଳା ଜଣଙ୍କ ଶାଶୁ ଓ ନଣନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ଡେରାଡୁନ ବିକାଶ ନାଗର ଜିଭଙ୍ଗର। ଶନିବାର ଦିନ ପୀଡିତାଙ୍କ ମା ଝିଅକୁ ଦେଖା କରିବା ପାଇଁ ଝିଅର ଶାଶୁ ଘରକୁ ଯାଇଥିଲେ କିନ୍ତୁ ଝିଅର ଶାଶୁ ପୀଡିତାଙ୍କ ମାଙ୍କୁ ପୀଡିତାଙ୍କ ସହ ଦେଖା କରିବାକୁ ଦେଇ ନଥିଲେ। ଏବଂ ଅନେକ ଗାଳି ଗୁଲଜ୍ କଲେ ସେଥିପାଇଁ ପୀଡିତାଙ୍କ ମା ଜବରଦସ୍ତ ଘର ଭିତରକୁ ପଶିଗଲେ। ଏବଂ ନିଜ ଝିଅଙ୍କୁ ଗୁରୁତର ଅବସ୍ଥାରେ ଦେଖିଲେ। ତା’ପରେ ମହିଳାଙ୍କ ମାଆ ମହିଳାଙ୍କୁ ଘରକୁ ନେଇଗଲେ।

ସୋମବାର ଦିନ ଗାଆଁର ମୁଖିଆ ଏବଂ ଅନ୍ୟ ଗ୍ରାମବାସୀ ଯେତେବେଳେ ଏହି ଘଟଣା ବିଷୟରେ ଜାଣିଲେ ସେତେବେଳେ ସେମାନେ ପୋଲିସକୁ ସୂଚନା ଦେଲେ। ଏହା ପରେ ଗୁରୁବାର ଦିନ ପୀଡିତା ଏବଂ ଗ୍ରାମବାସୀ ଏସିପି କାର୍ଯ୍ୟାଳୟରେ ପହଞ୍ଚି ଶାଶୁଙ୍କ ବିରୋଧରେ ମାମଲା ରୁଜୁ କଲେ।

Leave a Reply

Your email address will not be published. Required fields are marked *