ମୁଁ ବଞ୍ଚିବାକୁ ଚାହୁଁଛନ୍ତି , ଆମ ପ୍ରେମ କେହି ଗ୍ରହଣ କରିବେନି : ଖୋଲିଲା ହତ୍ୟାର ସବୁ ଗୁମର , ନିଜ ବାପା ହିଁ …….:-

ବର୍ତ୍ତମାନ ସମୟରେ ଯେଉଁମାନେ ସଚ୍ଚା ପ୍ରେମ କରୁଛନ୍ତି । ସେମାନଙ୍କ ଭଲ ପାଇବା ସଫଳ ହେଉନାହିଁ । ଅଧିକାଂଶ ସମ୍ପର୍କ ଯୋଡ଼ିବା ଆଗରୁ ଭାଙ୍ଗି ଯାଉଛି । ତାହାର ଗୋଟିଏ କାରଣ ହେଉଛି ଜାତି । ବର୍ତ୍ତମାନ ବି ଏହି ଜାତି ପ୍ରଥା ଚିନ୍ତାଧାରା ଲୋକଙ୍କ ମନରେ ରହିଛି । ଯେଉଁ କାରଣରୁ ଜଣେ ବାପା ନିଜ ଝିଅର ଜୀବନ ନେଇ ଯାଇଛି । ଆଉ ଏ ସମ୍ବନ୍ଧରେ ଝିଅ ନିଜେ ମୃତ୍ୟୁ ପୂର୍ବରୁ ରେକର୍ଡ଼ କରି ଦେଇ ଯାଇଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ କର୍ଣ୍ଣାଟକ ମହେଶ୍ୱର ଜିଲ୍ଲା ପେରୀଆପାଟଣାରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କାରଣ ସେ ଜଣେ ଅନ୍ୟ ଜାତିର ଯୁବକଙ୍କୁ ଭଲ ପାଉଥିଲେ । ଯାହାକି ତାଙ୍କ ପରିବାର ଲୋକଙ୍କୁ ଆଦୋୖ ପସନ୍ଦ ନଥିଲା । ପୁଣି ଖବର ଏହାବି ରହିଛି ଯେ ଯୁବତୀ ଜଣକ ସେହି ଯୁବକଙ୍କୁ ବିବାହ ମଧ୍ୟ କରି ସାରିଥିଲେ । ତାପରେ କୁଆଡ଼େ ପରିବାର ଲୋକେ ଝିଅକୁ ଯେତେ ବୁଝାଇବା ସତ୍ତ୍ୱେ ଝିଅ ବୁଝି ନଥିଲା । ଏହା ସତ୍ତ୍ୱେବି କଣ ଝିଅ ଉପରେ ପରିବାର ଲୋକ ଏତେ ଉତ୍ତେଜିତ ହୋଇଗଲେ ଯେ ତାକୁ ହତ୍ୟା ମଧ୍ୟ କରିଦେଲେ ?

ଏମିତିକି ଝିଅର ଜିଦ ମଧ୍ୟ ଥିଲା ଯେ ସେ ଯାହାକୁ ଭଲ ପାଇଛନ୍ତି ତାକୁ ହିଁ ବିବାହ କରିବେ । ନିଜର ହତ୍ୟା ବିଷୟରେ ଯୁବତୀଙ୍କୁ ଜଣା ଥିଲା । ତଥାପି ସେ ନିଜ ଜିଦରେ ଅଟଳ ଥିଲେ । ଏଭଳି କିଛି କଥାରେ ପରିବାର ଲୋକେ ଯୁବତୀଙ୍କୁ ହ-ତ୍ୟା କରିବାକୁ ମଧ୍ୟ ଷଡଯନ୍ତ୍ର କରିଥିଲେ । ତାହା ଯୁବତୀଙ୍କୁ ବେଶ ଭଲ ଭାବରେ ଜଣା ଥିଲା । ତେଣୁ ସେ ଯୁବକଙ୍କୁ କଲ କରି କଲ ରେକର୍ଡ଼ କରିବାକୁ କହିଥିଲେ ଏବଂ ନିଜ ହତ୍ୟାକୁ ନେଇ ହେଉଥିବା ଷଡ଼-ଯନ୍ତ୍ର ବିଷୟରେ ବଖାଣି ଥିଲେ ।

ବର୍ତ୍ତମାନ ସେହି କଲ ରେକର୍ଡ଼ିଂ ପୋଲିସ ହାତରେ ଲାଗିଛି । ସେଥିରେ ଯୁବତୀ ନିଜର ହତ୍ୟା ପାଇଁ ପରିବାର ଲୋକେ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ଏମିତିକି ତାଙ୍କ ବାପା ହିଁ ତାଙ୍କ ହ-ତ୍ୟାକାରୀ ବୋଲି ଯୁବତୀ କହିଛନ୍ତି । ବର୍ତ୍ତମାନ କଲ ରେକର୍ଡ଼ିଂ ଆଧାରରେ ପୋଲିସ ତଦନ୍ତ ଚଳାଇଛି । ଏଥିରେ ଯୁବତୀଙ୍କ ମାଙ୍କୁ ମଧ୍ୟ ପୋଲିସ କଷ୍ଟଡିକୁ ନିଆଯାଇଛି । ତେବେ ଆପଣ ମାନେ ଗୋଟିଏ କଥା ଭାବନ୍ତୁ ଯଦି ସାମାନ୍ୟ ଜାତି ପାଇଁ ଜଣେ ବାପ ନିଜ ଝିଅର ହତ୍ୟା କରି ପାରୁଛି ତେବେ ଦୁନିଆରେ ପ୍ରେମ ହିଁ ଭୁଲ ଏବଂ ମଣିଷତ୍ୱ ହିଁ ନାହିଁ ।

Leave a Reply

Your email address will not be published. Required fields are marked *