ତିନି ବର୍ଷ ଧରି ବୁଲେଇ ବୁଲେଇ ଲିଟିନେଲ , ଆଉ ବାହାଘର ଦିନ ଛାଡ଼ିଦେଲା :-

ଲୋଭ ସେ-କ୍ସ ଏବଂ ଧୋ-କା ଏହିଭଳି ମାମ-ଲାରେ ଅନେକ ନାବାଳିକା ଏବଂ ସାବାଳିକା ମଧ୍ୟ ଆଜିକାଲି ପୀ-ଡ଼ିତ ହେଉଛନ୍ତି । ପ୍ରେମରେ ସେମାନେ ଏତେ ବିଶ୍ୱାସ କରି ଯାଉଛନ୍ତି ଯେ ନିଜର ସର୍ବସ୍ବ ଅର୍ପଣ କରି ଦେଉଛନ୍ତି । ଆଉ ଶେଷରେ ବ୍ଲା-କମେ-ଲ କିମ୍ବା ଧୋ-କାର ଶି-କାର ହେଉଛନ୍ତି । ସେଥିମଧ୍ୟରୁ କିଛି ଆ-ତ୍ମହ-ତ୍ୟା କରୁଥିବା ବେଳେ ଆଉ କିଛି ନ୍ୟା-ୟ ପାଇଁ ଲ-ଢ଼େ-ଇ କରୁଛନ୍ତି । ସେହିପରି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଠିକ ଲ-ଗ୍ନ ଧରିବା ଦିନ ହିଁ ଫେ-ରାର ହୋଇ ଯାଇଛନ୍ତି । ଯେଉଁ କାରଣରୁ ଯୁବତୀ ଯୁବକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗାଁରେ ଏପରି କରିବାକୁ ଏକ ସମ୍ବେଦନଶୀଳ ଘ-ଟଣା ଘ-ଟିଛି । ଯେଉଁଠି ଦୀପାଞ୍ଜଳି ଜେନା ନାମକ ଜଣେ ସାବାଳିକା ସେହି ଗ୍ରାମର ଅମୂଲ୍ୟ ମାଝୀଙ୍କ ପୁଅ ଜିତେନ୍ଦ୍ର ମାଝୀଙ୍କୁ ଭଲ ପାଉଥିଲେ । ଉଭୟେ ପରସ୍ପରକୁ ତିନି ବର୍ଷ ଧରି ଏତେ ଭଲ ପାଉଥିଲେ ଯେ ବିବାହର ପ୍ରତି-ଶୃତି ମଧ୍ୟ ଦେଇ ସାରିଥିଲେ । ସେମାନଙ୍କ ମଧ୍ୟରେ ଭଲ ପାଇବା ଏତେ ପ୍ରଗାଢ଼ ଥିଲା ଯେ ଗାଁ ଲୋକେ ବି ସେମାନଙ୍କ ପ୍ରେମ ବିଷୟରେ ଜାଣିଥିଲେ ।

ଯେତେବେଳେ ବିବାହ କଥା ଉଠିଲା ସେତେବେଳେ ଯୁବତୀଙ୍କ ପରିବାର ଲୋକେ ଯାଇ ଜିତେନ୍ଦ୍ରଙ୍କ ପରିବାରରେ ଜଣାଇଲେ । ଆଉ ଜିତେନ୍ଦ୍ରଙ୍କ ପରିବାର ଲୋକେ ମଧ୍ୟ ବିବାହ ପାଇଁ ରାଜି ହେଲେ । ଏମିତିକି ଉଭୟଙ୍କ ବିବାହ ପାଇଁ କଥାବାର୍ତ୍ତା ମଧ୍ୟ ହେଲା । ମାତ୍ର ଲ-ଗ୍ନ ଧରାଯିବା ଦିନ ହିଁ ପ୍ରେମିକ ଛୁ ମା-ରି-ଲା । ଯାହାକୁ ନେଇ ଯେତେବେଳେ ଯୁବତୀଙ୍କ ପରିବାର ଲୋକେ ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଜଣାଇଲେ ସେତେବେଳେ ଯୁବକଙ୍କ ପରିବାର ଲୋକେ ଏଥିରେ କିଛି କରି ପାରିବେ ନାହିଁ ବୋଲି କହିଥିଲେ । ଯୁବତୀଙ୍କୁ ମାଙ୍କୁ ମଧ୍ୟ ଅପ-ମା-ନିତ କରିଥିଲେ ।

ଯେଉଁ କାରଣରୁ ଯୁବତୀ ନିଜ ମା ଏବଂ ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ଯୁବକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ଯେ ଯୁବକ ଜଣକ ଯୁବତୀଙ୍କୁ ବିବାହ ନକରିବା ପର୍ଯ୍ୟନ୍ତ ସେମାନେ ଏହିଭଳି ଭାବରେ ଧାରଣାରେ ବସିବେ । ଆଉ ଯୁବତୀ ଜଣକ କହିଛନ୍ତି ଯଦି ତାଙ୍କୁ ନ୍ୟା-ୟ ନମିଳେ ତେବେ ପ୍ରେମିକଙ୍କ ଘର ସାମ୍ନାରେ ହିଁ ଆ-ତ୍ମହ-ତ୍ୟା କରିବେ । ଏହି ମା-ମ-ଲାକୁ ନେଇ ପୋ-ଲି-ସ ହସ୍ତକ୍ଷେପ କରିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ ।

Leave a Reply

Your email address will not be published. Required fields are marked *