ମୁଁ ଦିବ୍ୟାଙ୍ଗ ଜାଣି ମତେ ଭଲ ପାଇ ଶାରୀ-ରିକ ସମ୍ପର୍କ ରଖି ଧୋକା ଦେଇଦେଲା ।

ପ୍ରେମ ପ୍ରତାରଣାର କରୁଣ କାହାଣୀ ।ପୁଣି ସାମ୍ନାକୁ ଆସିଲା ଲଭ ସେକ୍ସ ଧୋକାର ସାଙ୍ଘାତିକ ବାସ୍ତବ ଚିତ୍ର। ପ୍ରଥମେ ଦିବ୍ୟାଙ୍ଗ ଯୁବତୀଙ୍କୁ ମିଠା ମିଠା କଥା କହି ଯୁବକ ଜଣଙ୍କ ବିଶ୍ୱାସ ଜନ୍ମାଇ ଥିଲେ ଆଉ ତା ପରେ ଯୁବତୀଙ୍କୁ କରିଥିଲେ ପ୍ରେମ ନିବେଦନ । ହେଲେ ପ୍ରଥମେ ଯୁବକଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ ଯୁବତୀ । କିନ୍ତୁ ଯୁବକ ଜଣଙ୍କ ଯୁବତୀଙ୍କୁ ଛାଡି ନଥିଲେ ବାରମ୍ବାର କହିଥିଲେ ମୁଁ ତୁମକୁ ବହୁତ ଭଲ ପାଏ ।

ମୁଁ ତୁମ ବିନା କେବେ ହେଲେ ବଞ୍ଚି ପାରିବି ନାହିଁ । ଯୁବତୀଙ୍କ କହିବା ଅନୁଯାୟୀ ଏମିତି ଅନେକ ମିଠା ମିଠା କଥା କହି ଯୁବତୀଙ୍କ ବିଶ୍ୱାସ ଜନ୍ମଇବା ସହ ଯୁବକ ଜଣଙ୍କ ହୋଇଥିଲେ ଯୁବତୀଙ୍କ ନିକଟତର ଆଉ ଏହା ପରେ ପ୍ରେମିକ ପ୍ରବର ନିଜ ମିଛ ପ୍ରେମର ଜାଲରେ ଯୁବତୀଙ୍କୁ ଫସାଇ ବାରମ୍ବାର ରଖି ଚାଲିଥିଲେ ଶାରୀରିକ ସମ୍ପର୍କ । ଆଉ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ଦେଖାଇ ଥିଲେ ଅନେକ ସ୍ୱପ୍ନ । ସେ ଦିବ୍ୟାଙ୍ଗ ହେଲେ ବି ତାଙ୍କୁ ବିବାହ କରି ସୁଖରେ ରଖିବାକୁ ସେ କଥା ଦେଇଥିଲେ । ଆଉ ଜୀବନର ଶେଷ ନିଶ୍ୱାସ ଯାଏଁ ତାଙ୍କ ସାଥିରେ ରହିବେ ବୋଲି କଥା ଦେଇଥିଲେ ।

ଆଉ ଏପରି ଅନେକ ମିଛ ପ୍ରତିଶ୍ରୁତି ବିବାହର ପ୍ରଲୋଭନ ଦେଖାଇ କେବଳ ଶାରୀରିକ ସୁଖ ପାଇବା ପାଇଁ ମୋ ପ୍ରେମିକ ମତେ ଭଲ ପାଇଥିଲା । ହେଲେ ଏବେ ମୋ ଶରୀର ସହ ଖେଳି ମତେ ଛାଡି ଚାଲିଗଲା । ମୁଁ ପ୍ରଥମରୁ କହିଥିଲି ମୁଁ ଜଣେ ଦିବ୍ୟାଙ୍ଗ ବୋଲି ହେଲେ ସେ କହିଲା ତୁ ଦିବ୍ୟାଙ୍ଗ ହେଲୁ କଣ ହେଲା ତୋର ତ ଶରୀର ଅଛି ମୁଁ ତୋ ଶରୀରକୁ ଭଲ ପାଇବି ।

ତତେ ଖୁସିରେ ରଖିବି ତୁ କେବେ ହେଲେ ତୋ ଜୀବନରେ ମନ ଦୁଖ କରିବୁ ନାହିଁ । ତୁ ଜୀବନରେ କେବେ ହେଲେ ଦୁଃଖୀ ହେବୁନି । ତୁ ମୋ ହାତ ଧରି ବାଟ ଚାଲିବି। ତୋ ପ୍ରତି ରାସ୍ତାରେ ମୁଁ ତୋ ସାଥିରେ ଥିବି । ତୋ ସୁଖରେ ଦୁଃଖରେ ତୋ ସହ ସାଥି ହୋଇ ରହିବି । ଜୀବନରେ ଯେତେ ଝଡ଼ ଝଞ୍ଜା ଆସିଲେ ବି ମୁଁ କେବେ ହେଲେ ତୋ ହାତ ଛାଡ଼ିବି ନାହିଁ। ମୁଁ ଏବେ ଅସହାୟ ହୋଇ ଯାଇଛି । ମୋ ଦୁନିଆ ମତେ ଏବେ ଅନ୍ଧାର ଦେଖା ଯାଉଛି ।

ସୂଚନା ଅନୁଯାୟୀ ଦୁହିଁଙ୍କ ପ୍ରେମ ସମ୍ପର୍କ ରଙ୍ଗ ନମ୍ବରରୁ ଆରମ୍ଭ ହୋଇଥିଲା ଆଉ ତା ପରେ ପ୍ରେମିକ ପ୍ରେମିକାକୁ କହିଥିଲା ତା ନାଁ ଗୋଟିଏ ଆଉ ତା ଗାଁ ଗୋଟିଏ । ଆଉ ପ୍ରେମ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଥିଲା । ଯୁବତୀ ଜଣଙ୍କ ଦିବ୍ୟାଙ୍ଗ ହୋଇଥିବାରୁ ସେ ଯୁବକଙ୍କୁ ବାରମ୍ବାର ମନା କରିଥିଲେ ହେଲେ ଯୁବକ ନିଜର କଲବଳ କୌଶଳ ଅବଲମ୍ବନ କରି ଯୁବତୀଙ୍କୁ ପଟେଇ ଦେଇଥିଲେ ଏହା ପରେ ଗୋଟି ଗୋଟି କରି ନିଜର ସ୍ୱାର୍ଥ ହାସଲ କରିଚାଲିଥିଲେ ।

ଆଉ ସେତେବେଳେ ଯୁବକଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା ଯେତେବେଳେ ଯୁବତୀ କହିଥିଲେ ଯୁବକଙ୍କୁ ବିବାହ କରିବା ପାଇଁ ସେତେବେଳେ ଯୁବକ ଜଣଙ୍କ ସିଧା ସଳଖ ମନା କରିଦେଲେ । ଆଉ ପ୍ରେମିକଙ୍କ ମୁହଁରୁ ଏହି କଥା ଶୁଣି ସାରିବା ପରେ ଯୁବତୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଶେଷରେ ଅସହାୟ ହୋଇ ପଡ଼ିଥିଲେ ଯୁବତୀ । ତାଙ୍କ ଶରୀରକୁ ଝୁଣି ଝୁଣି ଖାଇବା ପରେ ପ୍ରେମକଙ୍କ ଏଭଳି ପ୍ରତାରଣାକୁ ସହି ପାରିନଥିଲେ ପ୍ରେମିକା । ଆଉ ଶେଷରେ ନିଜର ପ୍ରେମକୁ ପାଇବା ପାଇଁ ଆଉ ଶେଷରେ ନିଜକୁ ନ୍ୟାୟ ଦେବା ପାଇଁ ଯୁବତୀ ଜଣଙ୍କ ହୋଇଛନ୍ତି ଥାନାର ଦ୍ଵାରାସ୍ଥ । ତେବେ ବର୍ତମାନ ସମୟରେ ପ୍ରେମର ମାନେ କିଛି ଯୁବ ପିଢିଙ୍କ ପାଇଁ କେବଳ ଶାରୀରିକ ସମ୍ପର୍କ ହୋଇଥିବା ବେଳେ ।

ଏବେ ଏହି ଅସହାୟ ଯୁବତୀ କରିବେ କଣ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ତେବେ ଦେଖିବାକୁ ବାକି ରହିଲା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବାରେ କେତେ ସଫଳ ହେଉଛନ୍ତି । ଆଉ ଯୁବତୀ କେଉଁ ପ୍ରକାର ନ୍ୟାୟ ପାଉଛନ୍ତି ।

Leave a Reply

Your email address will not be published. Required fields are marked *