ମୁଁ କାହାକୁ ଖାତିର କରେନି, ଲୋକ ମାନେ ମତେ ଏମିତି ମାରିଛନ୍ତି ଯେ … ରାଣୀ ପଣ୍ଡା

ଷ୍ଟେଜକୁ ରାଣୀ ପଣ୍ଡା ଚଢ଼ିବା ପରେ ଷ୍ଟେଜରେ ଲାଗିଲା ଚାରଚାନ୍ଦ। ରାଣୀ ପଣ୍ଡା ଓଡ଼ିଶାର ଘରେ ଘରେ ବେଶ ପରିଚିତ। କେତେବେଳେ ତାଙ୍କର ଦମଦାର କଥାକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି ତ ଆଉ କେତେବେଳେ ଅନ୍ୟକୁ ସାହାଯ୍ୟ କରି ରାଣୀ ପଣ୍ଡା ଖୁବ ଚର୍ଚ୍ଚାକୁ ଆସନ୍ତି। ତେବେ ଗତକାଲି ଷ୍ଟେଜରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ସହ ତାଙ୍କର ସେହି ଦମଦାର କଥା ଦେଖିବାକୁ ମିଳିଥିଲା। ରାଣୀ ପଣ୍ଡା କହିଥିଲେ କି ସାରା ସମାଜ,ଇଣ୍ଡଷ୍ଟ୍ରି,ସମ୍ପର୍କୀୟ ପରିବାର ସମସ୍ତେ ରାଣୀ ପଣ୍ଡାଙ୍କ ସହ ଏପରି କରିଛନ୍ତି ଯେ ରାଣୀ ପଣ୍ଡାଙ୍କର ପୋଡ଼ୁଛି।

ହେଲେ ରାଣୀ ପଣ୍ଡା କାହା କଥାରେ କାହା ସମାଲୋଚନାରେ ଭାଙ୍ଗି ପଡିବା ଝିଅ ନୁହେଁ। ଯିଏ ନିଜେ ସଂଘର୍ଷ କରିଛନ୍ତି। ସଂଘର୍ଷ କରି ଆଗକୁ ଆସିଚନ୍ତି ଜୀବନରେ ସଂଘର୍ଷକୁ ସାମ୍ନା କରିଥିବା ମଣିଷ କେବେ କାହା କଥାରେ କାହା ସମାଲୋଚନାରେ ଭାଙ୍ଗି ପଡିବେ ଏହା ସମସ୍ତଙ୍କର ଭୁଲ ଧାରଣା। ହଁ ରାଣୀ ପଣ୍ଡା କୁହନ୍ତି ତାଙ୍କ ଜୀବନରେ ସଂଘର୍ଷ ଥିଲା କଷ୍ଟ ଥିଲା ସମସ୍ତେ ତାଙ୍କୁ କଷ୍ଟ ଦେଇଛନ୍ତି ରାଣୀ ପଣ୍ଡା ସେଥିପାଇଁ କିଛି ସମୟ ଭାଙ୍ଗି ପଡିଛନ୍ତି ମନ ଦୁଖ ହୋଇଛି ମାତ୍ର ତାହା ମାନେ ନୁହେଁ ରାଣୀ ପଣ୍ଡା ସବୁଦିନ ପାଇଁ ଭାଙ୍ଗି ପଡିଛନ୍ତି। ପଡି ଉଠି ପୁଣି ଥରେ ଅଣ୍ଟା ସଲଖି ଛିଡା ହେବାକୁ ହିଁ ଜୀବନ କୁହାଯାଏ ଆଉ ଯାହାର ଉଦାହରଣ ହେଉଛନ୍ତି ରାଣୀ ପଣ୍ଡା।

ରାଣୀ ପଣ୍ଡା କାଲି ଗଣମାଧ୍ୟମରେ କହିଥିଲେ କି ସମସ୍ତେ ଯେତେବେଳେ ତାଙ୍କ ସହିତ ଛଳନା ପ୍ରତାରଣା କରିଥିଲେ। ଏ ଦୁନିଆ ତାଙ୍କୁ ଯେବେ ସମାଲୋଚନା କରିଥିଲା ସେତେବେଳେ ତାଙ୍କୁ ମଧ୍ୟ କଷ୍ଟ ହୋଇଥିଲା। ହେଲେ କିନ୍ତୁ ଯେତେବେଳେ ସେ ନିଜକୁ ଦୃଢ଼ କରି ଗଢି ତୋଳିଲେ। ନା ସେ ସମାଜକୁ,ଲଭରକୁ ନା ହିଁ କାହା କଥାକୁ ଖାତିର କଲେ। ଭଗବାନଙ୍କ ଉପରେ ଦୃଢ ବିଶ୍ବାସ ରଖି ଆଗେଇ ଚାଲିଲେ ରାଣୀ ପଣ୍ଡା।କଥାରେ ଜୀବନରେ କେବେ କେବେ ଉଥାନ ପତନ ଆସେ ହେଲେ ସେହି ସମୟରେ ନିଜକୁ ଦୃଢ କରି ରଖିବା ଆଉ ଦୁନିଆକୁ ସାମ୍ନା କରିବା ହେଉଛି ବଡ଼ କଥା।

ଆଉ ଯିଏ ସେହି ସମୟରେ ଭାଙ୍ଗିନୀ ସେ ଜୀବନରେ କେବେ ହେଲେ ମଧ୍ୟ କୌଣସି ପରିସ୍ଥିତିରେ ଭାଙ୍ଗିବ ନାହିଁ। ରାଣୀ ପଣ୍ଡାଙ୍କ ଜୀବନରେ ଅନେକ ଝଡ଼ ଆସିଛି ଯାହା ଆମେ ସମସ୍ତେ ଜାଣିଛନ୍ତି। ତାଙ୍କୁ ଖଣ୍ଡଗିରି ଯାତ୍ରା ପଡ଼ିଆକୁ ବାରଣ କରାଯାଇଥିଲା। ତାଙ୍କୁ ବିବାଦୀୟ କରାଯାଇଥିଲା। ଆଉ ଅନେକ ସାକ୍ଷାତକାର ରେ ଆପଣ ମାନେ ସମସ୍ତେ ଜାଣିଥିବେ ରାଣୀ ପଣ୍ଡା ନିଜକୁ ବିବାଦୀୟ ମଧ୍ୟ କୁହନ୍ତି।

ତେବେ ରାଣୀ ପଣ୍ଡା ଏତେ ସଂଘର୍ଷ କରିଥିଲେ ବି ସେ ଦୁନିଆକୁ ସବୁବେଳେ ଜଣାଇବାକୁ ଚେଷ୍ଟା କରନ୍ତି କି ସେ ବହୁତ ଖୁସିରେ ଅଛନ୍ତି। ତେବେ ତାଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଆପଣ ବୟଫ୍ରେଣ୍ଡ ଖୋଜୁଥିଲେ ପାଇଲେ କି ସେତେବେଳେ ରାଣୀ ପଣ୍ଡା କହିଥିଲେ ଆଉ ବୟସ ନାହିଁ ବୟଫ୍ରେଣ୍ଡ ଖୋଜିବାକୁ। ତାଙ୍କର ଏହିଭଳି ମଜାଳିଆ କଥା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କୁହାଯାଏ ରାଣୀ ପଣ୍ଡା ଅସହାୟଙ୍କ ବନ୍ଧୁ। ନିକଟରେ ମଧ୍ୟ ରାଣୀ ପଣ୍ଡା ଜଣେ କିଡନୀ ରୋଗରେ ଆକ୍ରାନ୍ତ ଯୁବକଙ୍କ ନିକଟରେ ରାତିରେ ପହଁଚି ତାଙ୍କୁ ବଢ଼ାଇ ଥିଲେ ସହଯୋଗର ହାତ। କେବଳ ଜଣଙ୍କୁ ନୁହେଁ କାହାକୁ ରୋଜଗାର କରିବାକୁ ଉତ୍ସସାହିତ କରନ୍ତି ତ ଆଉ କେତେବେଳେ କାହାକୁ ସାହାଯ୍ୟ କରି ତାଙ୍କର ଦୁଃଖ ଦୂର କରନ୍ତି।

ରାଣୀ ପଣ୍ଡାଙ୍କ ଜୀବନକୁ ନେଇ ବର୍ତ୍ତମାନ ଏକ ନାଟକ ମଞ୍ଚସ୍ତ ହେବ ଯାହା ହେଉଛି । ଶହେ ହାତୀକୁ ଶହେ ଘୋଡା ଏକା ଲଢ଼ିବ ରାଣୀ ପଣ୍ଡା। ତେବେ ଏହି ଯାତ୍ରାଟି ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ। କିପରି ନିଜ ଜୀବନରେ ସବୁ ପରିସ୍ଥିତିକୁ ରାଣୀ ପଣ୍ଡା ସାମ୍ନା କରିଛନ୍ତି ଓ ଦୁନିଆ ସହ କିପରି ତାଳ ଦେଇ ଚାଲିଛନ୍ତି। ଏହି କାହାଣୀ ଟି ଦେଖିଲା ପରେ ରାଣୀ ପଣ୍ଡାଙ୍କ ଜୀବନ ବିଷୟରେ ଜାଣି ପାରିବେ। ତେବେ ସବୁବେଳେ ନିଜକୁ ବିବାଦୀୟ ନିଜେ କହୁଥିବା ରାଣୀ ପଣ୍ଡା ପ୍ରାୟ ସମସ୍ତ ଓଡିଶା ବାସୀଙ୍କ ସେ ପ୍ରିୟ ହୋଇ ପାରିଛନ୍ତି। ତାଙ୍କୁ ଗରିବଙ୍କ ବନ୍ଧୁ ବିପଦ ବେଳର ସାଥି ମଧ୍ୟ କୁହାଯାଏ।

Leave a Reply

Your email address will not be published. Required fields are marked *