ରାଜସ୍ଥାନ ଝିଅ ସହ ପ୍ରେମ କରି ଶାରିରୀକ ସମ୍ପର୍କ ରଖିଲା , ଗର୍ଭବତୀ ପରେ ଛାଡ଼ିଦେଲା କେନ୍ଦ୍ରାପଡା ପୁଅ :-

ବର୍ତ୍ତମାନ ସମୟରେ ନିଜର ଯୌନ ଲାଳସାକୁ ମେଣ୍ଟାଇବା ପାଇଁ ଲୋକେ କିଛିବି କରୁଛନ୍ତି । ଏଠାରେ ବିବାହ କଥା ପ୍ରଶ୍ନ ହିଁ ଉଠୁନାହିଁ । ଅର୍ଥାତ ଲୋକେ ନିଜ ଯୌନ ଲାଳସାକୁ ମେଣ୍ଟାଇବା ପାଇଁ ଶାରୀରିକ ସମ୍ପର୍କ ରଖିବେ କିନ୍ତୁ ଗର୍ଭବତୀ ପରେ ଆଉ ଧରାଛୁଆଁ ଦେବେନି । ଏମିତି ସେକ୍ସ ଆଉ ଧୋକା ସମ୍ବନ୍ଧୀୟ ଅନେକ ଘଟଣା ବର୍ତ୍ତମାନ ସମୟରେ ସାଧାରଣ ହୋଇ ଗଲାଣି । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖି ଗର୍ଭାବତୀ କରିବା ପରେ ଯୁବତୀଙ୍କୁ ଛାଡ଼ି ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡ଼ା ପଞ୍ଚାୟତର ଜାମୁକୁଣ୍ଡା ଗାଁର ଅଟେ । ତେବେ ସେହି ଗାଁର ମାଗୁଣି ସ୍ୱାଇଁଙ୍କ ସାନ ପୁଅ ସରୋଜ ସ୍ୱାଇଁ , ଯିଏକି ରାଜସ୍ଥାନର ଜଣେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ତେବେ ସରୋଜ ରାଜସ୍ଥାନରେ ରହିବା ସମୟରେ ଯୁବତୀଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ଏମିତିକି ସରୋଜ ତାଙ୍କୁ ବିବାହ କରିବେ ଏବଂ ତାଙ୍କ ବିନା ବଞ୍ଚି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । ମାତ୍ର ବର୍ତ୍ତମାନ ଯେତେବେଳେ ଯୁବତୀ ଛଅ ମାସର ଗର୍ଭବତୀ ଅଛନ୍ତି ସେତେବେଳେ ସେ ତାଙ୍କ ଗ୍ରହଣ କରିବାକୁ ମନା କରୁଛନ୍ତି ।

ପ୍ରେମଲତାଙ୍କ କହିବା କଥା ଯେ ଉଭୟ ଶାରୀରିକ ସମ୍ପର୍କରେ ଅନେକ ଦିନ ହେବ ରହି ଆସୁଥିଲେ । ଏମିତିକି ସରୋଜ ତାଙ୍କୁ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । କେତେବେଳେ ସରୋଜ ରାଜସ୍ଥାନ ଯାଉଥିଲେ ତ କେତେବେଳେ ପ୍ରେମଲତା ଓଡ଼ିଶା ଆସୁଥିଲେ ତାଙ୍କୁ ଦେଖା କରିବାକୁ । ପୁରୀ ବେଳଭୂଇଁରେ ଉଭୟଙ୍କ ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବାକୁ ମିଳିଛି ଯେ ଉଭୟେ କେତେ ନିକଟତର ଥିଲେ । ମାତ୍ର ବର୍ତ୍ତମାନ ଯେତେବେଳେ ଯୁବତୀ ଛଅ ମାସର ଗର୍ଭବତୀ ସେତେବେଳେ ସରୋଜ ତାଙ୍କୁ ଛାଡ଼ି ଦେଇଛନ୍ତି ଏବଂ ତାଙ୍କୁ ଗ୍ରହଣ କରିବାକୁ ମନା କରିଛନ୍ତି ।

ପ୍ରେମାଲତା ଅଭିଯୋଗ କରିଛନ୍ତି ଯେ ସରୋଜ ଦୁଇ ଦୁଇଥର ତାଙ୍କର ଗର୍ଭପାତ କରିଛନ୍ତି । ଆଉ ଏବେ ଯେତେବେଳେ ସେ ଛଅ ମାସର ଗର୍ଭବତୀ ତେଣୁ ସେ ସରୋଜଙ୍କ ଘର ଆଗରେ ନ୍ୟାୟ ପାଇଁ ବସିଛନ୍ତି । ମାତ୍ର ସରୋଜ ଆଉ ଧରା ଛୁଆଁ ଦେଉନାହାଁନ୍ତି । ତୃତୀୟ ଥର ଯେତେବେଳେ ସରୋଜ ଜାଣିଥିଲା ମହିଳା ଗର୍ଭବତୀ ହେବା କଥା ସେତେବେଳେ ମଧ୍ୟ ପିଲା ନଷ୍ଟ କରାଇବାକୁ ବାଧ୍ୟ କରିଥିଲା । ମାତ୍ର ପ୍ରେମଲତା ସେପରି କରି ନଥିଲେ । ତେଣୁ ବର୍ତ୍ତମାନ ପ୍ରେମଲତା ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *