ମୁଣ୍ଡ ଚିପିଦେବ କହି ଝିଅକୁ ଦୁ-ଷ୍କ-ର୍ମ କଲା ଧରମ ବାପ, ଏବେ କୋଳରେ ଧରମ ବାପର ଛୁଆ :- ଦେଖନ୍ତୁ ଭିଡିଓ

ଗୋଟିଏ ବାପ ଝିଅର ସମ୍ପର୍କ କିପରି ହୋଇଥାଏ ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ବାପ ହୋଇ ଝିଅକୁ ଦୁ-ଷ୍କ-ର୍ମ କରିବା ଘଟଣା ଘଟିପାରେ ବୋଲି କଣ ଆପଣ କେବେ ଭାବିଛନ୍ତି କି ? ମାତ୍ର ବର୍ତ୍ତମାନ ସମାଜରେ ଏପରି ଘଟଣା ବି ଘଟୁଛି । ଯେଉଁ ହାତରେ ଝିଅକୁ ସୁରକ୍ଷା ଦେବା କଥା ସେଇ ହାତରେ ଝିଅର ଜୀବନ ନଷ୍ଟ କରିବାକୁ ମଧ୍ୟ ପଛାଉନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଅନୁଯାୟୀ ଜଣେ ଧରମ ବାପ ନିଜ ଝିଅକୁ ଦୁ-ଷ୍କ-ର୍ମ କରିଛି । ଆଉ ତାପରେ ଯାହା ହୋଇଛି ତାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଜଗତସିଂହପୁର ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠି ନାବାଳିକା କୋଳରେ ଜନ୍ମ ନେଇଛି ଧରମ ବାପାର ଛୁଆ । ତେବେ ଘଟଣା ଅନୁଯାୟୀ ନିକିରାଇ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ସନ୍ତାନର ବାପା ହେଉଛି ଝିଅର ଧରମବାପା । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ନବାଲିକାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ନାବାଳିକାଙ୍କର ଘର ପାଖରେ ଜଣେ ଯୁବକ ନିଜର କେବଳ ଦୁଇ ପୁଅ ଥିବା କଥା କହି ନାବାଳିକାଙ୍କୁ ନିଜର ଝିଅ କରିଥିଲେ । କିନ୍ତୁ ଫାଇଦା ଉଠାଇ ଏହି ରାକ୍ଷସ ରୂପୀ ଧରମ ବାପ ଝିଅର ମୁଣ୍ଡ ଚିପିଦେବ କହି ଦୁ-ଷ୍କ-ର୍ମ କରିଥିଲା । ଯେତେବେଳେ ଘରେ କେହି ନଥିଲେ । ଆଉ ଝିଅକୁ କାହାକୁ ଏ ବିଷୟରେ ନକହିବାକୁ ଧମକ ମଧ୍ୟ ଦେଇଥିଲା । ତାପରେ ଝିଅକୁ ଚାକିରୀ କରାଇ ଦେବ କହି ତାକୁ କଟକ ମଧ୍ୟ ନେଇଥିଲା । କିନ୍ତୁ ସେଠାରେ ନାବାଳିକା ସହ ଯାହା କଲା କଲା ସେଥିରେ ପୁଣି ମନ ମାନିଲା ନାହିଁ ଯେ ଅନ୍ୟ ଏକ ରାକ୍ଷସକୁ ବିକ୍ରି କରିଦେଲା ।

ତେବେ ବାପ ନିର୍ଯାତନାରୁ ରକ୍ଷା ପାଇ ନାବାଳିକା ଆଉ ଏକ ରାକ୍ଷସ କବଳରେ ପଶି ଯାଇଥିଲା । ଯେଉଁଠି ତାକୁ ବାରମ୍ବାର ଦୁ-ଷ୍କ-ର୍ମ କରାଯାଉଥିଲା ଏବଂ ତାସହିତ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ ଏବଂ ବର୍ତ୍ତମାନ ହସ୍ପିଟାଲରେ ନାବାଳିକା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ପରିବାରର ଅଭିଯୋଗ ପରେ ପୋଲିସ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧରମ ବାପକୁ ଖୋଜୁଛି ।

Leave a Reply

Your email address will not be published. Required fields are marked *