ମୋ କାହାଣୀ: ମୁଁ ମୋ ପତ୍ନୀଙ୍କୁ ତାଙ୍କ ବସ୍ ସହିତ ରାତି ଅଧରେ କଥା ହେବାର ଦେଖିଲି, କିନ୍ତୁ ବସ୍ ଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି ସେ ମନା କରିଦେଲେ।

ମୁଁ ଜଣେ ବିବାହିତ ପୁରୁଷ। ମୋ ବାହାଘରକୁ ବହୁ ବର୍ଷ ବିତିଗଲାଣି। ମୁଁ ଏବଂ ମୋ ସ୍ତ୍ରୀ ଉଭୟ ବାହାରେ କାମ କରୁ। ଆମ ମଧ୍ୟରେ କୌଣସି ଅସୁବିଧା ନାହିଁ। କିନ୍ତୁ ମୋର ସମସ୍ୟା ଏତିକି ଯେ ମୋ ପତ୍ନୀ ନିଜ ଅଫିସ୍ ରେ ବହୁତ ସମୟ କାମ କରନ୍ତି। ସେ ଘରକୁ ଫେରିବା ବେଳକୁ ପୁରା ଥକି ଯାଇଥାନ୍ତି। ସେ ଅଫିସ୍ ରୁ ଫେରି ଖାଦ୍ୟ ଖାଇ ସାରି ସିଧା ଶୋଇବାକୁ ପଳାନ୍ତି,ଏହି କାରଣରୁ ଆମେ ଦୁହେଁ ପରସ୍ପର ସହ ଅଧିକ ସମୟ ବିତେଇ ପାରୁନୁ।

ଯେତେବେଳେ ବି ମୁଁ ତାଙ୍କୁ ଏ ବିଷୟରେ କିଛି ପଚାରେ ସେ ଅତ୍ୟଧିକ କାମ ଚାପ ବୋଲି କହି ସେଠାରୁ ପଳାନ୍ତି। ତାପରେ ମଧ୍ୟ ମୁଁ କେବେ ତାଙ୍କ କ୍ୟାରିୟର ମଝିରେ ଆସିନି ମୁଁ ସବୁବେଳେ ଚାହେଁ ସେ କେମିତି ଆଗକୁ ବଢନ୍ତୁ। କିନ୍ତୁ କିଛି ଦିନ ତଳେ ମୁଁ ତାଙ୍କୁ ରାତି ଅଧରେ ମୋ ବସ୍ ସହିତ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ଧରିଲି। ସେ ଗୋଟେଥର କି ଦୁଇ ଥର ନୁହଁ ସେ ପ୍ରତିଦିନ କିଛି ଗୋଟେ ବିଷୟକୁ ନେଇ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହୁଅନ୍ତି।

ସେ ଫୋନ୍ ରେ କଥା ହେଲାବେଳେ ବହୁତ ଜୋରେ ହସି ହସି କଥା ହୁଅନ୍ତି।ମତେ ଲାଗୁଛି ଯେ ସେ ମତେ ଧୋକା ଦେଇଛନ୍ତି। କେବଳ ଏତିକି ନୁହେଁ, ବର୍ତ୍ତମାନ ମୁଁ ସନ୍ଦେହ କରିବା ଆରମ୍ଭ କରିଛି ଯେ ଅଫିସରେ ଦୀର୍ଘ କାର୍ଯ୍ୟ ସମୟ ଏବଂ ବିଳମ୍ବିତ ରାତିରେ ଫୋନ୍ କଲ କେବଳ ଏକ ବାହାନା। ଦୁହେଁ ପରସ୍ପର ସହିତ ସଂପର୍କ ରଖିଛନ୍ତି। ମୁଁ ମୋ ପତ୍ନୀଙ୍କୁ ମଧ୍ୟ ଏ ବିଷୟରେ କହିଛି, କିନ୍ତୁ ତାଙ୍କ ମାଲିକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଲେ।

ଲଭ୍ କୋଚ୍ ଜିଗିଆସା ୟୁନିୟାଲ୍ କହିଛନ୍ତି ମୁଁ ତୁମର ସମସ୍ୟାକୁ ଭଲ ଭାବରେ ବୁଝିପାରିଲି। କିନ୍ତୁ ଏହା ପରେ ମଧ୍ୟ, ମୁଁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେବି। ଏହାର କାରଣ ଆପଣ କେବଳ ଆପଣଙ୍କ ପତ୍ନୀ ଫୋନରେ କଥାବାର୍ତ୍ତା ଶୁଣିଥିବେ

ବୋଧହୁଏ ଏହା ପ୍ରକୃତରେ କିଛି କାମ ପାଇଁ ସେ ଦୁଇଜଣ କଥା ହେଉଥିବେ। ଏହା ମଧ୍ୟ ହୋଇପାରେ ଯେ ଦୁହେଁ ଗୋଟେ ପ୍ରୋଜେକ୍ଟରେ ଏକାଠି କାମ କରୁଥିବେ ଯେଉଁଥିପାଇଁ ସେମାନଙ୍କୁ ପରସ୍ପର ସହିତ ଛୋଟ ଛୋଟ କଥା ମଧ୍ୟ ଆଲୋଚନା କରିବାକୁ ପଡ଼ୁଥିବ।

ଯେହେତୁ ଆପଣ କହିଛନ୍ତି ଯେ ଆପଣଙ୍କ ପତ୍ନୀ ପ୍ରାୟତଃ ବିଳମ୍ବରେ ଘରକୁ ଆସନ୍ତି। ଏପରି ପରିସ୍ଥିତିରେ, ମୁଁ ଆପଣଙ୍କୁ କହିବି ଯେ ପ୍ରଥମେ, ଏହି ପ୍ରସଙ୍ଗରେ ଆପଣ ନିଜ ପତ୍ନୀ ସହିତ କଥା ହୁଅନ୍ତୁ। ଆଜିକାଲି ଆପଣଙ୍କ ମନରେ କ’ଣ ଚାଲିଛି ସେ ବିଷୟରେ ଆପଣଙ୍କ ପତ୍ନୀଙ୍କୁ ସବୁ କଥା କୁହନ୍ତୁ।

ଯଦି ତୁମେ ଭାବୁଛ ଯେ ତୁମର ପତ୍ନୀ ତୁମ ମାଲିକଙ୍କ ସହ ମିଶି ତମକୁ ଧୋକା ଦେଉଛି, ତୁମର ସନ୍ଦେହକୁ ବିଶ୍ୱାସରେ ପରିଣତ କରିବା ପାଇଁ ପ୍ରଥମେ ପ୍ରମାଣ ଖୋଜ। ପତ୍ନୀ ଘରୁ ବାହାରି ଯିବାପରେ ବାଟରେ କ’ଣ କରେ କାହାସହ କଥା ହୁଏ ଏ ସବୁ ବିଷୟରେ ନଜର ରଖ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ କଥା ସେମାନଙ୍କ କଥା ଶୁଣିବା ଆବଶ୍ୟକ।

ତୁମର ସମସ୍ତ ପଏଣ୍ଟକୁ ଧ୍ୟାନରେ ରଖି ମୁଁ କେବଳ ଆପଣଙ୍କୁ କହିବାକୁ ଚାହେଁ ଯେ ହସିବା ଏବଂ କଥାବାର୍ତ୍ତା ହେବା ହଉଛି ଅଫିସ କାମରେ ଗୋଟେ ଅଂଶ। ତମେ ତମ ପତ୍ନୀଙ୍କୁ ବିଶ୍ବାସ କରିବା ଦରକାର। କିନ୍ତୁ ସତର୍କ ରହିବା ମଧ୍ୟ ଭୁଲ ନୁହେଁ। ଏମିତି କଲେ ପ୍ରତ୍ୟେକ ସମ୍ପର୍କର ସମ୍ମାନ ରହିବ।

ଏହା କଣ? ଯେଉଁଥିପାଇଁ ତୁମେ ତୁମ ପତ୍ନୀଙ୍କୁ ସନ୍ଦେହ କରିବାକୁ ବାଧ୍ୟ ହୋଇଥିଲ। ତଥାପି, ତୁମ ପତ୍ନୀଙ୍କ ସହ କଥାବାର୍ତ୍ତା କରିବା ସମୟରେ, ବିଳମ୍ବିତ ରାତିର ବାର୍ତ୍ତାଳାପ ଏବଂ ପ୍ରତିଦିନ ବିଳମ୍ବରେ କାମ କରିବାର ଅଭ୍ୟାସ ବିଷୟରେ ତାଙ୍କୁ କହିବା ଜରୁରୀ କାରଣ ଭବିଷ୍ୟତରେ ସେ ତାଙ୍କର ଏ ଅଭ୍ୟାସ କୁ ସୁଧାରିବା ଦରକାର।

Leave a Reply

Your email address will not be published. Required fields are marked *