ନାଗ ହ-ତ୍ୟାର ପ୍ରତିଶୋଧ ନେଲା ନାଗୁଣୀ, ଗୋଡେଇ ଗୋଡେଇ ସାତ ଥର କାମୁଡ଼ିଲା ଏହି ବ୍ୟକ୍ତିଙ୍କୁ :- ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ନାଗ ନାଗୁଣୀର କାହାଣୀ ଶୁଣି ଥିବେ। ନାଗର ଯଦି କେହି କ୍ଷତି କଲେ ନାଗୁଣୀ ପ୍ରତିଶୋଧ ନେଇଥାଏ ଏବଂ ସେହିଭଳି ନାଗୁଣୀର କେହି କ୍ଷତି କଲେ ନାଗ ତାହାର ପ୍ରତିଶୋଧ ନେଇଥାଏ। ତେବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣାଟି ଉତ୍ତରପ୍ରଦେଶର ରାମପୁର ଗ୍ରାମରେ ଏପରି କିଛି ଘଟଣା ଘଟିଥିଲା। ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଏହାକୁ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବେ କଣ ଘଟିଥିଲା।

ତେବେ ଆପଣ ଅନେକ ଫିଲ୍ମ ଏବଂ କାହାଣୀରେ ନାଗୁଣୀ ନାଗ ହତ୍ୟାର ପ୍ରତିଶୋଧ ନେଉଥିବାର ଦେଖିଥିବେ ଅବା ଶୁଣିଥିବେ। କିନ୍ତୁ ବାସ୍ତବରେ ଏହା କେତେ ଭୟଙ୍କର ହୋଇଥାଏ ତାହା ଆପଣ କଳ୍ପନା କରି ପାରିବେ ନାହିଁ। ତେବେ ରାମପୁର ଜିଲ୍ଲାର ମିର୍ଜାପୁର ଗ୍ରାମରେ ରହୁଥିବା ବବୁଲ୍ ନାମକ ଏକ ବ୍ୟକ୍ତି ଜଣକ ଏକ ମିଲ୍ ରେ କାମ କରୁଥିଲେ। ତେବେ କାମ କରୁଥିବା ସମୟରେ ସେ ନାଗ ଓ ନଗୁଣୀଙ୍କୁ ସାମ୍ନା କରିଥିଲେ।

ବବୁଲ ନିଜ ଜୀବନ ବଞ୍ଚେଇବାକୁ ଯାଇ ଦୁଇ ସାପକୁ ମାରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନାଗୁଣୀ ଏଥିରୁ ବଞ୍ଚି ଯାଇଥିଲା। ନାଗୁଣୀ ଆଖି ଆଗରେ ନାଗସାପ କୁ ପିଟିପିଟି ହତ୍ୟା କରି ଦେଇଥିଲେ। ଏହା ଦେଖି ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ନାଗୁଣୀ। ନାଗୁଣୀ ପ୍ରତ୍ୟେକ ମୁହୂର୍ତ୍ତରେ ବ୍ୟକ୍ତିକୁ ମାରିବା ପାଇଁ ସୁଯୋଗ ଖୋଜୁଥିଲା। ନାଗୁଣୀ ଥରେ କିମ୍ବା ଦୁଇ ଥର ନୁହେଁ ବରଂ ସାତ ସାତ ଥର ବ୍ୟକ୍ତିଙ୍କୁ କାମୁଡି ଥିବା ଜଣା ପଡ଼ିଛି।

ଗତ ସାତ ମାସ ତଳେ ନାଗୁଣୀ ଆଖି ଆଗରେ ନାଗକୁ ହତ୍ୟା କରିଥିବା ବ୍ୟକ୍ତିକୁ ଜୀବନରୁ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମେ ନାଗୁଣୀ ଯେତେବେଳେ କାମୁଡି ଥିଲା ବ୍ୟକ୍ତିଙ୍କ ସୌଭାଗ୍ୟବସତ ବଞ୍ଚି ଯାଇଥିଲା। ପୁଣି ଆଉ ଥରେ ମଧ୍ୟ ନାଗୁଣୀ କାମୁଡି ଥିଲା। ଏହିଭଳି ଭାବରେ ନାଗୁଣୀ ସାତ ଥର ବ୍ୟକ୍ତିଙ୍କୁ କାମୁଡି ଥିଲା। କିନ୍ତୁ ପ୍ରତ୍ୟେକ ଥର ବ୍ୟକ୍ତି ଜଣକ ସଠିକ ଚିକିତ୍ସା ପାଇ ବଞ୍ଚି ଯାଇଥିଲେ। ତେବେ ନାଗୁଣୀର ଏପରି ରୂପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

Leave a Reply

Your email address will not be published. Required fields are marked *