ପୁଅର ବାହାଘରରେ ଚାଲିଗଲା ବାପାର ଜୀବନ, ଡିଜେ ସାଉଣ୍ଡ ଉଜାଡି ଦେଲା ସଂସାର…

କୁହାଯାଏ ଜୀବନ ପାଣି ଫୋଟକା ସହ ସମାନ । କେତେବେଳେ ଏହା ଚାଲିଯିବ, ସେ କଥା କହି ହେବନାହିଁ । ତେଣୁ ସବୁବେଳେ ଖୁସିରେ ରୁହନ୍ତୁ ଏବଂ ଆଜି ପାଇଁ ହିଁ ବଞ୍ଚନ୍ତୁ । ଆଜି ଯିଏ ବଞ୍ଚିଛି କାଲି ସେ ଥିବ ନା ନାଇଁ ସେ କଥା କହି ହେବ ନାହିଁ । ତେବେ ପ୍ରତିଦିନ ଏ ଦୁନିଆଁରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । କିଏ କେମିତି ମରୁଛନ୍ତି, ଅର୍ଥାତ କାହାର ଅଧିକ ବୟସ ହୋଇଯିବା ଯୋଗୁଁ ମୃତ୍ୟୁ ହେଉଛି ତ ଆଉ କାହାର ରୋଗ ଯୋଗୁଁ ପୁଣି ଆଉ କାହାର ଦୁର୍ଘ-ଟଣା ତ ଆଉ କାହାର ହ-ତ୍ୟା ଏବଂ ଆତ୍ମ-ହତ୍ୟା । ତେବେ କାହାକୁ କେତେବେଳେ ଯମ ନେଇଯିବ , ସେ କଥା କିଏ ବା ଜାଣିଛି ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଅଛି । ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ । ଘଟଣାଟି ଶୁଣିବା ପରେ ଆପଣ ଟିକିଏ ଚମକି ପଡିବେ ସତ କିନ୍ତୁ ସେ ତଥାପି ବାସ୍ତବରେ ଏହା ସତ । ଏଭଳି ଘଟଣା ସମସ୍ତଙ୍କର ଛାତି ଥରାଇ ଦେଇଛି । କୋହରେ ସମସ୍ତେ ଭାଙ୍ଗି ପଡିଛନ୍ତି । ଖୁସିର ମୁହୂର୍ତ୍ତରେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଗଲା ଏହି ଘଟଣା । ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମାଲକାନଗିରିରୁ ସାମ୍ନାକୁ ଆସିଅଛି । ସୂଚନା ଅନୁଯାୟୀ, ବାହାଘର ଦିନ ଡିଜେ ବାଜିବାରୁ, ଡିଜେ ଶବ୍ଦରେ ବରର ବାପା ପ୍ରାଣ ହରାଇଛନ୍ତି ।

ବାହାଘର ଦିନ ଖୁସିର ମାହୋଲ ରହିଥିଲା ଆଉ ଖୁସିରେ ସମସ୍ତେ ମାତି ଯାଇଥିଲେ । ତେବେ ବର୍ତ୍ତମାନର ସମୟରେ ଡିଜେ ନ ହେଲେ ବାହାଘର, ବାହାଘର ଭଳି ଲାଗିନଥାଏ ଏହି କଥା ଆପଣ ସମସ୍ତେ ଜାଣିଥିବେ । ଡିଜେର ତାଳେ ତାଳେ ସମସ୍ତେ ନାଚି ଉଠୁଥିଲେ । ତେବେ ହଠାତ ଡିଜେର ଉଚ୍ଚ ଶବ୍ଦ ଯୋଗୁଁ ବରର ପିତାଙ୍କର ଦେହାନ୍ତ ହୋଇ ଯାଇଥିଲା ଆଉ ଏହି ଘଟଣା ସେଠାରେ ହଇଚଇ ସୃଷ୍ଟି କରି ଦେଇଥିଲା । ପିତାଙ୍କ ଦେହାନ୍ତ ଯୋଗୁଁ ବର ସେହି ସ୍ଥାନରେ ଶବକୁ ଧରି ଧାରଣାରେ ବସିଥିଲେ । ଅନ୍ୟପକ୍ଷରେ କନ୍ୟାକୁ ଫେରାଇ ନେଇ ଯିବାପାଇଁ ବର କହିଥିଲେ ଏବଂ କନ୍ୟାର ମାଆଙ୍କ ସହ ମାରପିଟ କରିଥିବା କଥା ସାମ୍ନାକୁ ଆସିଅଛି ।

ସୂଚନା ଅନୁଯାୟୀ, ଘଟଣାଟି ମାଲକାନଗିରିରେ ଘଟିଛି । ଦିଲ୍ଲୀର ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ଏବଂ ମାଲକାନଗିରି ଲାଠିଆଗୁଡାର ଜଣେ ଯୁବତୀ ସୋସିଆଲ ମିଡିଆରେ ପ୍ରେମ କରିଥିଲେ ଏବଂ ଦୁହେଁ ବିବାହ କରିବାପାଇଁ ଘର ଲୋକଙ୍କୁ ରାଜି କରାଇଥିଲେ । ବୁଧବାର ଦିନ ରାତିରେ ଧୁମଧାମରେ ମାଲକାନଗିରିରୁ ଲାଠିଆଗୁଡା ଅଭିମୁଖେ ପ୍ରସେସନ ବାହାରିଥିଲା । ପ୍ରସେସନ ଚାଲିଥିବା ବେଳେ ଡିଜେ ର ଉଚ୍ଚ ଶବ୍ଦ ଯୋଗୁଁ ବରର ବାପାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *