ଆରପାରିରେ ଲୋକପ୍ରିୟ ଗାୟକ କେକେ (କ୍ରିଷ୍ଣାକୁମାର) , ସାରା ଭାରତରେ ଶୋକର ଛାୟା… ଷ୍ଟେଜ ଶୋ କରୁ କରୁ ଚାଳିଗଲା ଜୀବନ….

ମୃତ୍ୟୁ କେତେବେଳେ ଆସିବ , ସେ କଥା କେହି ଜାଣି ନଥାନ୍ତି । ଆମେ ଆଜି ଅଛୁ କାଲି ଏ ଦୁନିଆଁରେ ଥିବା କି ନାହିଁ ସେ କଥା କିଏ ବା ଜାଣେ । ତେଣୁ କୁହାଯାଏ ପ୍ରତି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ ଆଉ ଖୁସିରେ ଜୀବନ ଅତିବାହିତ କରନ୍ତୁ। ଜୀବନର କଥା କହି ହେବ ନାହିଁ , ସେ ଆଜି ଅଛି କାଲି ନଥିବ। ତେବେ କେତେବେଳେ ଆମେ ଯମଙ୍କର ଅତି ପ୍ରିୟ ହୋଇଯିବା ସେ କଥା ଆମ ଭିତରୁ କେହି ବି ଜାଣି ନାହାଁନ୍ତି ।

ତେବେ ଏହାରି ମଧ୍ୟରେ ଏକ ଦୁଃଖ ଦାୟକ ଖବର ଆସି ପହଞ୍ଚି ଯାଇଛି । ଆଉ ଏହି ଖବର ଶୁଣିବା ପରେ ସାରା ଭାରତ ସ୍ତବ୍ଧ ହୋଇଯାଇଛି । ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଉ କାହା ପାଟିରେ କିଛି କହିବାକୁ ଭାଷା ନାହିଁ। କାହିଁକି ନା ଆଉ ନାହାଁନ୍ତି ଆପଣ ସମସ୍ତଙ୍କର ପ୍ରିୟ ଗାୟକ କେକେ ଅର୍ଥାତ କ୍ରିଷ୍ଣାକୁମାର । ସମସ୍ତଙ୍କ ଆଖିରେ ଲୁହର ଧାର ଦେଖିବାକୁ ମିଳିଛି । କାହିଁକି ନା ଆମ ସମସ୍ତଙ୍କୁ ପର କରି ଦେଇଛନ୍ତି କ୍ରିଷ୍ଣାକୁମାର ଆଉ ଚିରଦିନ ପାଇଁ ଛାଡି ଚାଲି ଯାଇଛନ୍ତି ।

ତେବେ ଏହି କଥା କେହି ସ୍ୱପ୍ନରେ ଭାବି ନଥିବେ କି ହଠାତ ଏଭଳି ଘଟିଯିବ ଆଉ କ୍ରିଷ୍ଣାକୁମାରଙ୍କର ହଠାତ ଦେହାନ୍ତ ହୋଇଯିବ । ଆଉ ଶୁଣିବାକୁ ମିଳିବ ନାହିଁ ତାଙ୍କ କଣ୍ଠରୁ ବାହାରୁଥିବା ମଧୁର ଗୀତ । ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କୁ ଅନେକ ଷ୍ଟେଜ ଶୋରେ । ଆଉ ପାଖରେ ନଥିବେ ଆମ ପ୍ରିୟ କ୍ରିଷ୍ଣାକୁମାର । ଏଭଳି ଦୁଃଖ ଚିରଦିନ ପାଇଁ ଆମ ଛାତି ଭିତରେ ରହିଯିବ । ତେବେ ହଠାତ ଏଭଳି ଖବର ଶୁଣିବାକୁ ମିଳିଥିଲା , ଯେତେବେଳେ କ୍ରିଷ୍ଣାକୁମାର କୋଲକାତାରେ ଏକ ଷ୍ଟେଜ ପ୍ରୋଗ୍ରାମ କରୁଥିଲେ ।

ଅନ୍ୟପକ୍ଷରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ଆଉ ଏତେ କମ୍ ବୟସରୁ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଦେଇଛି । ତେବେ ଆଜି
କୋଲକାତାରେ ଏକ ଷ୍ଟେଜ ଶୋ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲା । ତେବେ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ଅସଲ କାରଣ ଜଣାପଡିବ । ସେ ବଲିଉଡକୁ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇଛନ୍ତି , ସେଗୁଡିକ ମଧ୍ୟରୁ ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି , ଜରା ସି ଦିଲ ମେ ଆଦି ଅନ୍ୟତମ ଅଟେ।

Leave a Reply

Your email address will not be published. Required fields are marked *