ନିଜ ଆଗରେ ରାଗ ଜରଜର ଚମ୍ପା ନାଗକୁ ଦେଖି କଣ କଲେ ମହିଳା , ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ସମସ୍ତଙ୍କ ନିକଟରେ ଖବର ପହଞ୍ଚିବାର ସବୁଠାରୁ ସରଳ ମାଧ୍ୟମ ହେଉଛି ସୋସିଆଲ ମିଡିଆ , ଯାହା ମାଧ୍ୟମରେ ଆମେ ଯେଉଁଠି ବି ରହିଲେ , ଅନେକ ଜିନିଷ ବିଷୟରେ ଜାଣି ପାରୁଛେ । ପ୍ରତିଦିନ ନୂଆ ନୂଆ ଖବର ବିଷୟରେ ଆମକୁ ଜାଣିବାକୁ ମିଳୁଅଛି । କାହିଁକି ନା ଦୁନିଆଁ ଯାକର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଉ ସେଗୁଡ଼ିକ ମଧ୍ୟରୁ କେଉଁଟା ଭାଇରାଲ ହୋଇଯାଉଛି । ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଆସିଅଛି , ଯେଉଁଥିରେ ଆପଣ ଦେଖିପାରିବେ କି ଗୋଟିଏ ନାଗ ସାପ କିପରି ରାଗରେ ଗର୍ଜନ କରୁଛି ।

ତେବେ ଆପଣ ମାନେ ଜାଣିଥିବେ କି , ଦୁନିଆଁରେ ଭିନ୍ନ ଭିନ୍ନ ପ୍ରକାରର ସାପ ରହିଛନ୍ତି । ଏବଂ ସେମାନଙ୍କର ପ୍ରଜାତି ମଧ୍ୟ ଅଲଗା ଅଟେ । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଦେଖିବାକୁ ଅଟନ୍ତି । ତେବେ କିଛି ସାପ ରହିଥାନ୍ତି , ଯେଉଁମାନେ ବିଷଧର ହୋଇଥାନ୍ତି ଆଉ କିଛି ଥାଆନ୍ତି , ଯେଉଁମାନେ ବିଷଧର ହୋଇନଥାନ୍ତି । ତେବେ ବିଷଧର ସାପ ମାନେ ମଣିଷକୁ କାମୁଡ଼ିଲେ ମଣିଷର ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ । ଆଉ ସେମାନଙ୍କ ଶ୍ରେଣୀରେ ନାଗ ସାପ ଅନ୍ତର୍ଭୁକ୍ତ ଅଟେ । ଅନ୍ୟପକ୍ଷରେ କହିବାକୁ ଗଲେ , ଆମ ଭାରତ ଅନ୍ଧବିଶ୍ୱାସରେ ପରିପୂର୍ଣ୍ଣ ଅଟେ । ଏଠାରେ କାହାକୁ ବି ସାପ କାମୁଡ଼ିଲେ ଲୋକେ ଡାକ୍ତରଖାନାକୁ ନ ଯାଇ ଗୁଣୀ ଗାରେଡି କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏଭଳି ଏକ ଜିଲ୍ଲା ଭଦ୍ରକ ଜିଲ୍ଲାର ଖବର ବିଷୟରେ କହିବାକୁ ଯାଉଛୁ । ଏହି ଜିଲ୍ଲା ଅତ୍ୟନ୍ତ ପାହାଡିଆ ଶ୍ରେଣୀର ଅଟେ , ସେଥିପାଇଁ ଏଠାରେ ଅନେକ ପ୍ରଜାତିର ନାଗ ସାପ ଦେଖା ଯାଇଥାନ୍ତି । ତେବେ ଏମାନେ ଅତ୍ୟନ୍ତ ବିଷଧର ହୋଇଥାନ୍ତି । ତେବେ ନିକଟରେ ଭଦ୍ରକ ଜିଲ୍ଲାର ଏକ ଘରେ ସାପ ପଶି ଯାଇଥିଲା , ଆଉ ସେଠାରେ କଣ ହେଲା ଦେଖନ୍ତୁ । ତେବେ ଆପଣଙ୍କୁ କହିରଖୁଛୁ ଯେ , କେବେ ବି ସାପ ଦେଖିଲେ ତାକୁ ମାରନ୍ତୁ ନାହିଁ କି ତାକୁ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ ବରଂ ସାପ ଧରିବା ପାଇଁ ଏକ ହେଲ୍ପଲାଇନ ନମ୍ବର ରହିଛି , ସେଠାକୁ ଫୋନ କରନ୍ତୁ ଆଉ ସେମାନଙ୍କୁ ଡାକନ୍ତୁ । ସେମାନଙ୍କୁ ଆସି ସାପ ଧରାଳି ମାନେ ଧରି ନେଇଯିବେ ।

https://youtu.be/uIKGNIHi7WM

ସୂଚନା ମୁତାବିକ , ସେହି ଲୋକଙ୍କ ଘରେ ସାପ ରାତି ସମୟରେ ପଶି ଯାଇଥିଲା ଆଉ ସେହି ସମୟରେ ଘରର ଲୋକମାନେ ଖାଇବା ପାଇଁ ଯାଉଥିଲେ । କିନ୍ତୁ ସେହି ଘରେ ରହୁଥିବା ଜଣେ ଝିଅ ସାପଟିକୁ ଦେଖି ପାଟି କରିଥିଲା ଆଉ ପଡୋଶୀ ମାନଙ୍କୁ ଡାକିଥିଲା । ତେବେ ରାତି ହୋଇଥିବାରୁ ସେମାନେ ସାପ ଧରାଳିଙ୍କୁ ଡାକି ପାରିନଥିଲେ । ଆଉ ରାତି ସାରା ମଧ୍ୟ ଶୋଇ ପାରିନଥିଲେ । ତେବେ ଲୋକେ ସକାଳ ହେଉ ହେଉ ସାପ ଧରାଳିଙ୍କୁ ଡାକିଥିଲେ ଆଉ ସାପ ଧରାଳି ଆସି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ ଆଉ ନିଜେ ମଧ୍ୟ ସତର୍କତାର ସହ ସାପଟିକୁ ଧରିଥିଲେ ।

ସାପ ଧରାଳି ନିଜ ବାଡି ସାହାଯ୍ୟରେ ସାପକୁ ବାହାରକୁ ଆଣିଥିଲେ । ଆଉ ବାହାରକୁ ଆଣିବା ପରେ ସେ ଦେଖିଥିଲେ ଯେ , ତାହା ଏକ ଚମ୍ପାନାଗ ଅଟେ । ଯାହା ଅତ୍ୟନ୍ତ ବିଷଧର ଅଟେ । ସାପଟିକୁ ଧରିବା ପରେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲା । ତଥାପି ସାପ ଧରାଳି ତାକୁ ଭୟ ନ କରି କୌଶଳର ସହ ଧରି ବ୍ୟାଗ ଭିତରେ ଭର୍ତ୍ତି କରି ଦେଇଥିଲେ । ତେବେ ସାପ ଧରାଳିଙ୍କର କହିବା ଅନୁଯାୟୀ , ସାପ କାମୁଡିବା ମାତ୍ରେ ଗୁଣୀ ଗାରେଡି ପ୍ରଥା ନ ଆପେଣେଇ ତୁରନ୍ତ ଡାକ୍ତରଖାନାକୁ ଯାଆନ୍ତୁ । ତେବେ ସାପଟିକୁ ଦେଖିବା ପାଇଁ ଶହ ଶହ ଲୋକ ସେଠାରେ ଜମା ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *