ନନ୍ଦିନୀ ଦେଖେଇଲେ ନନ୍ଦିନୀ ଦେଖାଇଲେ ହ୍ଵାଟ୍ସଆପ ଚାର୍ଟ: ଆଇ ହେଟ୍ ମାଇଁ ଲାଇଫ, ମିସ୍ ୟୁ ଲୋ। ….. ଦେଖନ୍ତୁ ଭିଡ଼ିଓ

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ନଚେତ ନିର୍ଯ୍ୟାତନା ପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଫାଟ ଆସିଥାଏ।

ତେବେ ବର୍ତ୍ତମାନର ବହୁତ ଚର୍ଚ୍ଚିତ କେସ ନନ୍ଦିନୀ ଓ ବଳରାମ ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି। ଜଣେ କହୁଛି ସେ ମୋ ଜୀବନ ନଷ୍ଟ କରିଦେଲା ମୁଁ ତାକୁ ବିବାହ କରି ମୋର ଜୀବନ ବରବାଦ ହୋଇଗଲା ଆଉ ଜଣେ କହୁଛି ବିବାହର ଗୋଟେ ଦିନ ହୋଇନି ନିର୍ଯ୍ୟାତନା ଆରମ୍ଭ ହୋଇଗଲା। ତେବେ ଏହା ଥିଲା ନନ୍ଦିନୀ ଓ ବଳରାମଙ୍କ କେସ। ହାତରୁ ମେହେନ୍ଦି ଓ ପାଦ ରୁ ଅଳତା ଛାଡିନି ଝିଅ ଶାଶୁ ଘର ଛାଡ଼ି ଦେଇ ବାପ ଘର ଚାଲି ଯାଇଛି।

ତେବେ ସ୍ତ୍ରୀର ନ୍ୟୁ-ଡ଼ କଲ୍ ସାଜିଲା କାଳ। ବିବାହ କରି ଥିବା ସ୍ୱାମୀ ପାଖରେ ଶୋଇ ଥିବା ଅବସ୍ଥାରେ ଅନ୍ୟ ପୁରୁଷ ପାଖକୁ ଡ୍ରେସ ଖୋଲି କଲ୍ କରିଥିଲେ। ସ୍ତ୍ରୀର ଏପରି ସ୍ଵଭାବ ବୈବାହିକ ଜୀବନରେ ଆଣିଲା ଫାଟ। ଚଳିତ ମାସ ୧୨ ତାରିଖରେ ଦୁଇ ପରିବାର ଲୋକଙ୍କ ସହମତିରେ ନନ୍ଦିନୀଙ୍କୁ ବିବାହ କରିଥିଲେ ବଳରାମ। ବିବାହ କରିବା ପାଇଁ ଗୋଟିଏ ଟଙ୍କା ମଧ୍ୟ ଯୌତୁକ ଆଣି ନଥିଲେ। ଚଉଠି ରାତିରେ ସ୍ତ୍ରୀର କାରନାମ ଧରା ପଡିଗଲା।

ଗୋଟେ ପଟେ ବଳରାମ ସମସ୍ତ ଦୋଷ ସ୍ତ୍ରୀର ଦେଉଥିବା ବେଳେ ଅନ୍ୟପଟେ ନନ୍ଦିନୀ ନିଜ ସ୍ୱାମୀଙ୍କ ଦୋଷ ଦେଉଛନ୍ତି। ନନ୍ଦିନୀ ନିଜ ବୈବାହିକ ଜୀବନରେ ଖୁସି ନଥିବା କହିଛନ୍ତି। ନନ୍ଦିନୀଙ୍କ କହିବାନୁଯାୟୀ ତାଙ୍କ ଜଣେ ବିକୃତ ମସ୍ତିଷ୍କ ଲୋକ ଅଟନ୍ତି। ସେ ନିଜେ କୌଣସି କାମ କରନ୍ତି ନାହିଁ ସେ ତାଙ୍କ ବାପା ଓ ମାଆଙ୍କ ଉପରେ ନିର୍ଭରଶୀଳ ଅଟନ୍ତି ବୋଲି ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ ନନ୍ଦିନୀ ଘର ଛାଡିବା ଆଗରୁ ତାଙ୍କୁ କିପରି ନିର୍ଯ୍ୟାତନା ଦିଆଯାଉଥିଲା ତାହାର ପ୍ରମାଣ ମଧ୍ୟ ଦେଇଛନ୍ତି।

ନନ୍ଦିନୀ ମିଡ଼ିଆ ସାମ୍ନାକୁ ଆସି ନିଜ ହ୍ଵାଟ୍ସଆପ ଚର୍ଟିଂ ଦେଖାଇଛନ୍ତି। ଶାଶୁ ଘରେ ଥିବା ସମୟରେ ଯେଉଁ ନିର୍ଯ୍ୟାତନା ଦିଆଯାଉଥିଲା ତାହାର ପ୍ରମାଣ ସେ ନିଜ ସମ୍ପର୍କୀୟ ଲୋକଙ୍କ ପାଖକୁ ମଧ୍ୟ ପଠେଇଛନ୍ତି। ତେବେ ସେ ପଠେଇ ଥିବା ଚର୍ଟିଂ ରେ ଲେଖା ହେଇଛି ମୁଁ ମୋ ଜୀବନକୁ ଘୃଣା କରେ। ବିବାହ କରି ମୋ ଜୀବନ ନଷ୍ଟ ହୋଇଗଲା। ଏହାପରେ ସେ ଭାତ ଓ ଖଟା ଖାଉଥିବା ଫୋଟ ମଧ୍ୟ ପଠେଇ ଥିବା ଆପଣ ଦେଖିବାକୁ ପାଇବେ। କେବଳ ସେତିକି ନୁହେଁ ସେ କଲି ଠୁ ଖାଇ ନାହାଁନ୍ତି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ମୁଁ ଯଦି ଜାଣିଥାନ୍ତି ସେ ଏମିତି ବୋଲି ତାହାଲେ ମୁଁ ରାଜି ହୋଇ ନଥାନ୍ତି। ମୁଁ ତତେ ବହୁତ ମିସ୍ କରୁଛି ବୋଲି ସେ ମେସେଜ ନିଜ ଭଉଣୀ ପାଖକୁ ପଠେଇଛନ୍ତି। ତାହା ସହିତ ସେ ଲେଖିଛନ୍ତି କି ମୁଁ ମୋର ପାସ ୱାର୍ଡ ପରିବର୍ତ୍ତନ କରି ଦେଇଛି। ଅନ୍ୟ ପଟୁ ମେସେଜ ଆସିଛି ଯେ ତୁ ଏହି ସବୁ ମେସେଜ ଡିଲେଟ କରିଦେଏ। ତେବେ ଏହି ମେସେଜରେ କେତେ ସତ୍ୟତା ରହିଛି ସେ ବିଷୟରେ କୌଣସି ଖବର ନାହିଁ।

Leave a Reply

Your email address will not be published. Required fields are marked *