ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା , ପ୍ରତିମାସ ମହିଳାଙ୍କୁ ମିଳିବ ୨୦୦୦ ଟଙ୍କା ସମେତ ବାର୍ଷିକ ୮ ଟି ସିଲିଣ୍ଡର :-

ବିଧାନସଭା ନିର୍ବାଚନ ପୂର୍ବରୁ ମାହୋଲ ପୁରା ଗରମ ରହିଛି । ସବୁ ରାଜନୈତିକ ଦଳର ରାଜନେତା ମାନେ ଲାଗି ପଡ଼ିଛନ୍ତି ଭୋଟର ଙ୍କୁ ହାତେଇବାକୁ । ଏମିତି ନିର୍ବାଚନ ପୂର୍ବରୁ ରାଜନେତା ମାନେ ଅନେକ ପ୍ରତିଶୃତି ଦେଇଥାନ୍ତି ମାତ୍ର ସେଥିମଧ୍ୟରୁ ମାତ୍ର କେତୋଟି ପ୍ରତିଶୃତି କୁ ହିଁ କାର୍ଯ୍ୟକାରୀ କରାଯାଇଥାଏ । ସାରା ବର୍ଷ ରାଜନେତା ମାନେ ଏତେ ଆକ୍ଟିଭ ରହନ୍ତି ନାହିଁ ଯେତିକି ଆକ୍ଟିଭ ସେମାନେ ନିର୍ବାଚନ ଆସିବା ପୂର୍ବରୁ ଥାଆନ୍ତି ।

ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସମେତ ଅନ୍ୟାନ୍ୟ ରାଜନେତା ମାନେ ମଧ୍ୟ ଅନେକ କୌଶଳ କରି ରାଜଗାଦି କୁ ହାତେଇବା ପାଇଁ ଜନସାଧାରଣଙ୍କୁ ପ୍ରଥମେ ହାତେଇବାକୁ ଚେଷ୍ଟା କରୁଛନ୍ତି । କାରଣ ଜନସାଧାରଣ ଙ୍କ ମତ ବିନା କୌଣସି ରାଜନେତା ଜିତି ପାରିବେ ନାହିଁ । ଏଥିମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପଞ୍ଜାବ ଜନତା ଙ୍କୁ ଅନେକ ପ୍ରତିଶୃତି ଦେଇଛନ୍ତି । ସେହି ଅନୁଯାୟୀ ସେ କହିଛନ୍ତି ଯେ ଯଦି ପୁଣିଥରେ ଆମ ଆଦମୀ ପାର୍ଟି କ୍ଷମତା କୁ ଆସେ ତେବେ ସେ ପ୍ରତ୍ୟେକ ମାସ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ଦେବେ ।

ତେବେ ଏସବୁ ପରେ ବର୍ତ୍ତମାନ ପଞ୍ଜାବ ର କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସନ୍ଧୁ ମଧ୍ୟ ଏକ ଘୋଷଣା କରିଛନ୍ତି ଯେ ଯଦି କଂଗ୍ରେସ କ୍ଷମତା କୁ ଆସେ ତେବେ ସେ ପ୍ରତି ମାସ ପ୍ରତ୍ୟେକ ମହିଳାଙ୍କୁ ୨ ହଜାର ଟଙ୍କା ସହିତ ବାର୍ଷିକ ୮ ଟି ସିଲିଣ୍ଡର ଦିଆଯିବ । ତେବେ କେଜରିୱାଲ ଙ୍କ ପ୍ରତିଶୃତି କୁ ଭିତ୍ତି କରି ପଞ୍ଜାବ ରେ କଂଗ୍ରେସ ମଧ୍ୟ ନୂତନ ପ୍ରତିଶୃତି ଦେଇଛି ମହିଳାଙ୍କୁ । ଏହା ସହିତ ନବଜୋତ ସନ୍ଧୁ ଅନ୍ୟାନ୍ୟ ଅନେକ ଘୋଷଣା ମଧ୍ୟ କରିଛନ୍ତି । ସେହି ଅନୁଯାୟୀ ପଞ୍ଚମ ପାସ ଶିଶୁ କନ୍ୟାଙ୍କୁ ପାଞ୍ଚ ହଜାର ଟଙ୍କା ଦିଆଯିବ ବୋଲି ସେ ଘୋଷଣା କହିଛନ୍ତି ।

ଅନ୍ୟାନ୍ୟ ଘୋଷଣା :-

ଦଶମ ପାସ ବାଳିକା ଙ୍କୁ ୧୫ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ସହିତ ଦ୍ୱାଦଶ ପାସ ବାଳିକା ଙ୍କୁ ୨୦ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି । ପୁଣି କଲେଜ ଆଡ଼ମିସନ ଫର୍ମ ଦେଖାଇଲେ ଯୁବତୀ ସ୍କୁଟି ପାଇବେ ବୋଲି ଘୋଷଣା କରିଛନ୍ତି । ବିଦେଶ ଯାଉଥିବା ବାଳିକାଙ୍କୁ ଟ୍ୟାବ ଏବଂ ଯୁବତୀ ଙ୍କ ନାମରେ ଜମି ମାଗଣାରେ ପଞ୍ଜିକରଣ ସହିତ ମହିଳାଙ୍କୁ ଘରୋଇ କାମ ପାଇଁ ବିନା ସୁଧରେ ୨ ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି ସନ୍ଧୁ ଘୋଷଣା କରିଛନ୍ତି । ତାଙ୍କ ଅନୁଯାୟୀ କଂଗ୍ରେସ ମହିଳାଙ୍କୁ ଉପହାର ସମେତ ୫ ଏକରରୁ କମ ଜମି ଥିବା ଚାଷୀ କିମ୍ବା ଶ୍ରମିକ ଙ୍କୁ ଦୈନିକ ୪୦୦ ଟଙ୍କା ଦେବାର ଘୋଷଣା କରିଛନ୍ତି ।

ପୁଣି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁଯାୟୀ ପ୍ରତ୍ୟେକ ଗାଁ ରେ ମହିଳାଙ୍କ କମାଣ୍ଡୋ ବାଟାଲୀୟନ ହେବ ଯେଉଁଥିରେ ପ୍ରତ୍ୟେକ ଗାଁ ର ଦୁଇ ମହିଳା ରହିବେ ବୋଲି ଘୋଷଣା ହୋଇଛି ।

Leave a Reply

Your email address will not be published. Required fields are marked *