ନିଜକୁ କେବେ ଭିନ୍ନକ୍ଷମ ଭାବି ନାହିଁ , ସବୁବେଳେ ଆଗକୁ ବଢି ଚାଲିଛି – ହରିହର ଦେଓ

ପିଲାଟି ଜନ୍ମ ହେଲା ପରେ ତାର ବାପା ମାଆଙ୍କ ଆଖିରେ ଅନେକ ସ୍ବପ୍ନ ରହିଥାଏ କି ତାଙ୍କ ପୁଅ କିମ୍ବା ଝିଅ ବହୁତ ଆଗକୁ ଯିବ ଆଉ ସେମାନଙ୍କର ନାମ ରଖିବ । ଏମିତି ଦିନ ଆସିବ , ସେମାନଙ୍କ ଛାତିକୁ କୁଣ୍ଢେ ମୋଟ କରିଦେବ ଆଉ ସମାଜରେ ତାଙ୍କୁ ମୁଣ୍ଡ ଟେକି ଚାଲିବାର ପ୍ରେରଣା ଯୋଗାଇବ । ତେବେ ଅନେକ ଆଶା ଆଉ ସ୍ବପ୍ନ ନେଇ ଚାଲିଥିବା ବାପା ମାଆଙ୍କ ଛାତିରେ ସେତେବେଳେ କଷ୍ଟ ପଶିଥାଏ , ଯେତେବେଳେ ପିଲାଟି ଭିନ୍ନକ୍ଷମ ହୋଇ ଜନ୍ମ ହୋଇଯାଏ । ବାପା ମାଆଙ୍କୁ ସେତେବେଳେ ବହୁତ କଷ୍ଟ ଆଉ ପାଗଳ ଭଳି ଲାଗିଥାଏ ।

ତେବେ ବର୍ତ୍ତମାନର ଦୁନିଆଁରେ କିଛି ବି ଅସମ୍ଭବ ନୁହେଁ । ଜଣେ ଭିନ୍ନକ୍ଷମ ମଧ୍ୟ ଜଣେ ସାଧାରଣ ମଣିଷ ଭଳି ସବୁକିଛି କରିପାରିବ ଆଉ ଆଗକୁ ବଢ଼ି ପାରିବ । ନିଜ ଜୀବନର ସବୁ ଆଶା ସେ ପୁରା କରିପାରିବ ଆଉ ବାପା ମାଆଙ୍କୁ ମଧ୍ୟ ଖୁସି ଯୋଗାଇବ । ତେବେ ଆଜି ଆମେ ଏପରି ଜଣେ ଭିନ୍ନକ୍ଷମ ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ଆଜି ଘରେ ଘରେ ଜାଣିଛନ୍ତି । ନୃତ୍ୟକୁ ନିଶାରେ ପରିଣତ କରି ଆଜି କେବଳ ରାଜ୍ୟ ନୁହେଁ , ରାଜ୍ୟ ବାହାରେ ମଧ୍ୟ ସାଉଁଟିଛନ୍ତି ଅନେକ ଭଲ ପାଇବା ଆଉ ଅନେକ ଆୱାର୍ଡ଼ । ତେବେ ସେ ହେଉଛନ୍ତି ହରିହର ଦେଓ ।

ପିଲାଟି ବେଳରୁ ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥିଲେ । ସାତ ଭଉଣୀରେ ସେ ଜଣେ ଭାଇ । ସ୍କୁଲରେ ସାଙ୍ଗସାଥୀ ମାନଙ୍କ ଅନେକ କଟୁ କଥା ତାଙ୍କୁ ସହିବାକୁ ପଡିଛି । ସମସ୍ତେ ତାଙ୍କୁ ଅନେକ ପରିହାସ ମଧ୍ୟ କରିଛନ୍ତି । ସମସ୍ତଙ୍କ କଥାକୁ ଶୁଣି କଷ୍ଟ ସହିବା ପରେ ସେ ଆସି ଘରେ କାନ୍ଦି କାନ୍ଦି ସବୁ କଥା କହିଥାନ୍ତି କିନ୍ତୁ ତାଙ୍କ ମାଆ ବାପା ଆଉ ତାଙ୍କ ଭଉଣୀ ମାନେ ପ୍ରେରଣା ଯୋଗାଇବା କାରଣରୁ ଆଜି ସେ ଏତେ ଦୂର ଯାଇ ପାରିଛନ୍ତି ବୋଲି ହରିହର କହିଛନ୍ତି । ଜୀବନରେ ସେ ନିଜର ସବୁକଥା ନିଜ ମାଆ ଆଉ ଭଉଣୀ ମାନଙ୍କୁ ସେୟାର କରନ୍ତି ବୋଲି କହିଛନ୍ତି ।

ଆଉ ଏହି ନୃତ୍ୟ କ୍ଷେତ୍ରରେ ତାଙ୍କୁ ଆଗକୁ ବଢିବାର ପ୍ରେରଣା ନିଜ ମାଆଙ୍କ ଠାରୁ ମିଳିଛି ବୋଲି ସେ କହିଛନ୍ତି । କାରଣ ତାଙ୍କ ମାଆ ଜଣେ ଓଲିଉଡ ଜଗତର ହିରୋଇନ୍ ଏବଂ ଓଡ଼ିଶୀ ନୃତ୍ୟଗୁରୁ । ତେଣୁ ସେ ତାଙ୍କ ଠାରୁ ନୃତ୍ୟ ଶିଖିଛନ୍ତି । ଆଉ ଆଜିକାର ସମୟରେ ସେ ଅନେକ ଭିନ୍ନକ୍ଷମ ପିଲା ମାନଙ୍କୁ ମଧ୍ୟ ନୃତ୍ୟ ଶିକ୍ଷା ଦେଉଥିବା କଥା କହିଛନ୍ତି । ଆଜିର ସମୟରେ ତାଙ୍କର ଅନେକ ଶିଷ୍ୟ ଅଛନ୍ତି ଆଉ ସେମାନେ ତାଙ୍କ ଠାରୁ ନାଚ ଶିଖୁଛନ୍ତି । ଏହା ବ୍ୟତୀତ ହରିହର କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଅନେକ ଭଲ ପାଇବା ସାଉଁଟି ଚାଲିଛନ୍ତି ବୋଲି କହିଛନ୍ତି ।

ତେବେ ନିଜ ଜୀବନର ସବୁଠାରୁ ଦୁଃଖ କଥା କହି ହରିହର କହିଛନ୍ତି କି , ଏକଦା ନିଜ ମାଆଙ୍କ ସହିତ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ । ସେଠାରେ କଣ୍ଠଶିଳ୍ପୀ ନରେନ୍ଦ୍ର ଗୀତ ଗାଉଥିଲେ । ତେବେ ତାଙ୍କୁ ଦେଖି ହରିହର ନାଚିବାକୁ ଇଛା କରିଥିଲେ । କିନ୍ତୁ ଦୁଃଖର ବିଷୟ କି ସେ ଭିନ୍ନକ୍ଷମ ଥିଲେ । ତେଣୁ ଜଗନ୍ନାଥଙ୍କ ଆଗରେ ନିଜ କୋହ ପ୍ରକାଶ କରି ସେ କହିଥିଲେ କି , କାହିଁକି ସେ ଏମିତି ହେଲେ । ତେବେ ହଠାତ୍ ଜଣେ ବ୍ୟକ୍ତି ଆସି ପଚାରିଥିଲେ କି ତୁମେ ନାଚିବାକୁ ଚାହୁଁଛ କି ଆଉ ସେ ହଁ ମାରିଥିଲେ । ଆଉ ତାପରେ ସେଠାରେ ସେ ନାଚିଥିଲେ ଆଉ ଆଖି ପିଛୁଲାକେ ସବୁ ବଦଳି ଯିବା ଭଳି ଲାଗିଥିଲା ।

Leave a Reply

Your email address will not be published. Required fields are marked *