କିଛି ଲୋକେ ଯାଆନ୍ତି ରାଣୀ ପଣ୍ଡା ବ୍ଳାଉଜ ଖସେଇଲେ ଦେଖିବା ପାଇଁ।

ରାଣୀ ପଣ୍ଡାଙ୍କ ଚରିତ୍ରକୁ ନେଇ ଅନେକ ଲୋକେ ଅନେକ କଥା କୁହନ୍ତି। ରାଣୀ ପଣ୍ଡା ନିଜେ ଲାଇଭି ଆସି ସେହି ଲୋକଙ୍କୁ ଭାଷା ଅଭାଷାରେ ମାନେ ଅସଭ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳେ। ହେଲେ ତଥାପି ଲୋକେ କୁହନ୍ତି ରାଣୀ ପଣ୍ଡା ଭଲ। ସେ ନିଜ ପରିଶ୍ରମରେ ସଫଳତାର ସିଡ଼ି ଚଢ଼ିଛନ୍ତି। ସେ କେଉଁଠିକୁ ଅଭିନୟ କରିବାକୁ ଗଲେ। ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ମନରଞ୍ଜନ କଲେ ସେ ଟଙ୍କା ରୋଜଗାର କରନ୍ତି। ତେବେ ଜଣେ ବ୍ୟକ୍ତି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଛନ୍ତି କି।

ରାଣୀ ପଣ୍ଡା ଯଦି ଡ୍ରେସ ଓଲ୍ହାଇ କି କାନ କାମୁଡି ଟଙ୍କା ରୋଜଗାର କରୁଛନ୍ତି ବୋଲି ଭାବୁଛ ତାହାଲେ ତୁମେ ସେହି କାମ କର ଦେଖିବା ତୁମେ କେତେ ଟଙ୍କା ରୋଜଗାର କରୁଛ। ଲୋକେ ପାଗଳ ନୁହନ୍ତି କି ଲୋକେ ଏମିତିରେ ଟଙ୍କା ମଧ୍ୟ ରୋଜଗାର କରୁ ନାହାଁନ୍ତି। ଲୋକେ ଟଙ୍କା ରୋଜଗାର କରନ୍ତି ଝାଳ ବୁହା ପରିଶ୍ରମ କରି। ଆଉ ଲୋକେ ଚାହାନ୍ତି ସେହି ଚିନ୍ତା ବହୁଳ ଜୀବନରୁ ଟିକିଏ ମନୋରଞ୍ଜନ ପାଇଁ। ଆଉ ରାଣୀ ପଣ୍ଡାଙ୍କ ବ୍ୟକ୍ତିତ୍ୱ ଏତେ ପ୍ରେରଣା ଦାୟକ ଯେ ଲୋକେ ତାଙ୍କ ଅଭିନୟ ଦେଖିବାକୁ ଆସନ୍ତି।

ଆଉ ରାଣୀ ପଣ୍ଡା ରାତି ରାତି ଅନିଦ୍ରା ହୋଇ ମଞ୍ଚ ଉପରେ ଅଭିନୟ କରି ଟଙ୍କା ରୋଜଗାର କରନ୍ତି। ନା ନା ଲୋକେ ନା ନା କଥା କହିଛନ୍ତି। ଖଣ୍ଡଗିରି ଯାତ୍ରାକୁ ରାଣୀ ପଣ୍ଡାଙ୍କୁ ବାରଣ କରାଯାଇଛି। ତାଙ୍କୁ ବିବାଦୀୟ ଅଭିନେତ୍ରୀ ବୋଲି କୁହାଯାଇଛି। ହେଲେ ରାଣୀ ପଣ୍ଡା ସେତିକି ଦୃଢ ମନା ଝିଅ ବୋଲି ସେ ଭାଙ୍ଗି ଯାଇ ନାହାନ୍ତି କି ହାରି ମଧ୍ୟ ଯାଇ ନାହାଁନ୍ତି। ସେ ଲଢେଇ କରିଛନ୍ତି ଲଢେଇରେ ସଫଳ ମଧ୍ୟ ହୋଇଛନ୍ତି।

ଆଉ ସବୁଠୁ ବଡ଼ କଥା କହିଛନ୍ତି ସେହି ବ୍ୟକ୍ତି ଜଣଙ୍କ। ରାଣୀ ପଣ୍ଡା ଛୋଟ ଦିନୁ ଅନେକ ଦୁଃଖରେ ବଡ଼ ହୋଇଛନ୍ତି। ତାଙ୍କର ବି ଛୋଟ ଦିନୁ ଅନେକ ସ୍ୱପ୍ନ ଥିଲା ହେଲେ ସବୁବେଳେ ସେ ନିଜ ସ୍ୱପ୍ନକୁ ପୂରଣ କରି ନପାରି ଦୁଃଖରେ ଭାଙ୍ଗି ପଡୁଥିଲେ। ହେଲେ ଛୋଟ ଦିନୁ ରାଣୀ ପଣ୍ଡା ଏତେ ଦୁଃଖ ଦେଖି ବଡ ହୋଉଥିଲେ ଯେ ଯେତେବେଳେ ରାଣୀ ଙ୍କ କ୍ୟାରିଅର ରେ ଝଡ଼ ସୃଷ୍ଟି ହେଲା ତାହା ରାଣୀଙ୍କୁ ଭାଙ୍ଗି ପାରିଲା ନାହିଁ।

ତେବେ ସେହି ବ୍ୟକ୍ତିଙ୍କ କହିବା ଅନୁଯାୟୀ ଯିଏ କହୁଛନ୍ତି ରାଣୀ ପଣ୍ଡା ଅସିଲ ଡ୍ୟାନ୍ସ କରୁଛନ୍ତି। କାହା କାନ କାମୁଡି ଦେଉଛନ୍ତି ତେବେ ସେହିଭଳି ଲୋକେ କାହିଁକି ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଆସୁଛନ୍ତି।କାହିଁକି ରାଣୀ ପଣ୍ଡାଙ୍କ ଯାତ୍ରା ଦେଖିବାକୁ ଟିକେଟ କାଟୁଛନ୍ତି ଟଙ୍କା ଖର୍ଚ କରି।

ବାସ୍ତବରେ ଯିଏ ସଫଳତାର ସିଡ଼ି ଚଢ଼େ ତା ପଛରେ ଅନେକ ଲୋକେ ଅନେକ କଥା କହିବା ଆରମ୍ଭ କରନ୍ତି। ହେଲେ ଯିଏ ଯେତେ ଯାହା କହିଲେ ବି ରାଣୀ ସଜନା ଗଛ ନୁହଁନ୍ତି ରାଣୀ ବର ଗଛ ସେ ଏହି ସାମାନ୍ୟ ଲୋକଙ୍କ କଥାରେ ଆଦୌ ଭାଙ୍ଗି ପଡିବେ ନାହିଁ କି ତାଙ୍କ ଲକ୍ଷ ପଥରୁ ବିଚ୍ୟୁତ ହେବେ ନାହିଁ। ଜୀବନରେ ପ୍ରଥମ ଥର ରାଣୀ ଏପରି ଶୁଣୁ ନାହାଁନ୍ତି ଯେ ରାଣୀ ପଣ୍ଡା ଡରି ଯିବେ ଭାଙ୍ଗି ପଡିବେ।

ରାଣୀ ଯାତ୍ରା କରୁଛନ୍ତି, ରାଣୀ ଷ୍ଟେଜ ସୋ କରୁଛନ୍ତି,ରାଣୀ ଲୋକଙ୍କୁ ସେହି ଟଙ୍କାରେ ସାହାଯ୍ୟ ମଧ୍ୟ କରୁଛନ୍ତି। ଯଦି କେହି କହୁଛନ୍ତି ରାଣୀ ପଣ୍ଡା ଖରାପ ଝିଅ ସେ ରାଣୀ ପଣ୍ଡା କରୁଥିବା କାମ କରି ଦେଖାନ୍ତୁ ବୋଲି କହିଛନ୍ତି ସେହି ବ୍ୟକ୍ତି ଜଣଙ୍କ। ଏବଂ ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ରାଣୀ ପଣ୍ଡାଙ୍କୁ ଯେଉଁ ମାନେ ଅଧିକ ଖରାପ କୁହନ୍ତି ବାସ୍ତବରେ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ସେହି ମାନେ ହିଁ ଆଗ ଟିକେଟ କରିଥାନ୍ତି।

ଆଗ ସିଟରେ ବସି ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଚାହିଁ ଥାନ୍ତି। ପ୍ରକୃତ ସତ କଥା ହେଉଛି କିଛି ଲୋକେ ଅନ୍ୟର ଉନ୍ନତି ଦେଖିଲେ ଇର୍ଷାରେ ଜଳି ଯାଆନ୍ତି ତେଣୁ ସେମାନେ କଣ କରିବେ ବୁଝି ପାରନ୍ତି ନାହିଁ ଯାହା ଫଳରେ ସେ ସଫଳ ବ୍ୟକ୍ତିର ବିରୋଧରେ ଅନେକ ପ୍ରକାର କଥା କହିଥାନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ବ୍ୟକ୍ତି ଜଣଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *