ନବଜାତ ଶିଶୁର ଆକ୍ସନ “ଝୁକେଙ୍ଗା ନେହିଁ ଶାଲା” , ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡିଓ

ସାରା ଭାରତରେ ବହୁଳ ପରିମାଣରେ ଲୋକପ୍ରିୟତା ସାଉଁଟି ଥିବା ପୁଷ୍ପା ଚଳଚ୍ଚିତ୍ର ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ । ଗାଁ ଗହଳି ଠାରୁ ଆରମ୍ଭ କରି ସହର ଆଉ ପିଲାଛୁଆ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଚଳଚ୍ଚିତ୍ରଟି ଛୁଇଁ ଯାଇଛି । ବିଶେଷକରି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ପୁଷ୍ପା କହିବାର ଢଙ୍ଗକୁ ସମସ୍ତେ କପି କରିବାରେ ଲାଗିଛନ୍ତି । ଆଉ ଏହାବ୍ୟତୀତ ଏଥିରେ ରହିଥିବା ଗୀତ ଗୁଡିକ ସମସ୍ତଙ୍କୁ ଏପର୍ଯ୍ୟନ୍ତ ଝୁମେଇ ଚାଲିଛି । ଗୀତର ତାଳେ ତାଳେ ଆଜି ବି ଚାରିଆଡେ ଲୋକମାନଙ୍କୁ ନାଚୁ ଥିବାର ଦେଖାଯାଉଛି । ତେବେ ସହଜରେ ଏହି ଚଳଚ୍ଚିତ୍ରର କ୍ରେଜ କମୁନାହିଁ ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ପୁଷ୍ପାର କ୍ରେଜ କମିନଥିବାର ଏକ ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳିଅଛି । କାହିଁକି ନା ଟ୍ୱିଟରରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହୋଇଛି , ଯାହାକୁ ଦେଖି ସମସ୍ତଙ୍କର ପାଟି ଆପେ ଆପେ ଖୋଲିଯିବ । ଆପଣ ମାନେ ସମସ୍ତେ ଏହି ଭିଡ଼ିଟିକୁ ଦେଖି ସମ୍ପୂର୍ଣ୍ଣ ଭାବରେ  ଆଶ୍ଚର୍ଯ୍ୟ ହୋଇପଡିବେ । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଅଛି କି ନବଜାତ ଶିଶୁ ଜନ୍ମ ହେଉ ହେଉ ତାର ହାତରେ ପୁଷ୍ପା ଷ୍ଟାଇଲ କରୁଛି । ବାସ୍ତବରେ ଏହା ଅତ୍ୟନ୍ତ ମଜାଦାୟକ ଅଟେ । ତେବେ ଟ୍ୱିଟରରେ ଏହି ଭିଡିଓକୁ ଆଇଏଏସ ଅଫିସର ଅବନିଶ ଶରନ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି , ଇଏ ତ ବର୍ତ୍ତମାନ ଆଉ ଆଦୌ ଝୁକିବ ନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଆଉ ଅତ୍ୟନ୍ତ ମାତ୍ରାରେ ଭଲପାଇବା ମଧ୍ୟ ଦେଇ ସାରିଲେଣି ।

ଛୋଟ ଶିଶୁଟିର ଝୁକେଗା ନେଇଁ ଷ୍ଟାଇଲକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଆଉ ଭଲ ପାଉଛନ୍ତି । ଡିସେମ୍ବର ୨୦୨୧ରେ ରିଲିଜ ହୋଇଥିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ପୁଷ୍ପା । ତେବେ ରିଲିଜ ହେବା ପର ଠାରୁ ଏହା ଲୋକଙ୍କ ମଧ୍ୟରେ କ୍ରେଜ ବଢାଇ ଦେଇଥିଲା । ଲୋକେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ବହୁ ପରିମାଣରେ କପି କରିଥିଲେ । ଆଉ ଏହି ଚଳଚ୍ଚିତ୍ରରେ ରହିଥିବା ଗୀତ ଗୁଡିକୁ ଦର୍ଶକ ମାନଙ୍କର ମନ ଜିଣି ନେଇଥିଲା । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା ଏହି ଗୀତ ଗୁଡିକ । ଆଉ ଲୋକେ ଏହାର ଡାଇଲଗ ଗୁଡିକରେ ମଧ୍ୟ ବହୁ ମାତ୍ରାରେ ଇନଷ୍ଟାଗ୍ରାମ ଭିଡ଼ିଓ କରିବାରେ ଲାଗିଥିଲେ । ପ୍ରସିଦ୍ଧ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଖେଳାଳି ମାନେ ମଧ୍ୟ ଏହି ଷ୍ଟାଇଲକୁ କପି କରିଥିଲେ ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ଭାବରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଷ୍ଟାଇଲକୁ ନକଲ କରୁଥିବାର ଦେଖିବାକୁ ମିଳିଅଛି । ଆଉ ତାକୁ ଦେଖିଲେ ଲାଗିବ ସେ ଆଦୌ ଝୁକିବ ନାହିଁ । ପିଲାଟିକୁ ଦେଖି ବହୁତ ମଜା ମଧ୍ୟ ଲାଗୁଅଛି । ଲୋକେ ଏହି ଭିଡିଓରେ ଭଳି କି ଭଳି ମଜାଳିଆ କମେଣ୍ଟ ଦେବାରେ ଲାଗି ପଡିଛନ୍ତି । ଭିନ୍ନ ଭିନ୍ନ କମେଣ୍ଟକୁ ପଢି ଆପଣ ସମସ୍ତେ ହସି ହସି ଗଡିଯିବେ । କିଏ ଲେଖିଛନ୍ତି କଳିଯୁଗ ଶେଷ ହୋଇଗଲାଣି ତ ଆଉ କିଏ ଲେଖିଛନ୍ତି ପୁଷ୍ପା ଭାଇର ଛୋଟ ବେଳର ଫୋଟ ଅଟେ । ଆଉ ଜଣେ ଅତ୍ୟନ୍ତ ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ , ମୁଁ ଶୁଶୁ ନେହିଁ କରେଗା ଶାଲା ।

Leave a Reply

Your email address will not be published. Required fields are marked *