ନିବସ୍ତ୍ର ହୋଇ କରନ୍ତୁ ନାହିଁ ଏହି କାମ । ନଚେତ ମାଡିଆସିବ ଭୟଙ୍କର ଦୁର୍ଦଶା

ମନୁଷ୍ୟର ଜୀବନ ସହିତ ବାସ୍ତୁ ଶାସ୍ତ୍ର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ । ମନୁଷ୍ୟ ଯାହା ଖାଇଥାଏ ଏବଂ ଯାହା କାମ କରିଥାଏ ତାହାର ଶୁଭ କିମ୍ବା ଅଶୁଭ ପ୍ରଭାବ ସମଗ୍ର ଜୀବନ ଉପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ମହିଳା ମାନେ ସ୍ନାନ ସମୟରେ କିପରି ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ଏହାବ୍ୟତୀତ ସ୍ନାନ ପରେ ଏବଂ ପୂର୍ବରୁ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ ।

ମନୁଷ୍ୟର ଦୈନନ୍ଦିନ ଜୀବନରେ ସ୍ନାନ ଏକ ମହତ୍ୱପୂର୍ଣ୍ଣ କାମ ଅଟେ । ବିନା ସ୍ନାନରେ କୌଣସି କାମ କରିବା ଉଚିତ ହୋଇ ନଥାଏ । ଅନେକ ଲୋକ ସ୍ନାନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଯାହାଦ୍ୱାରା ଘରକୁ ସମସ୍ୟା ଆସିଥାଏ ଏବଂ ଭୟଙ୍କର ରୋଗର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ମହିଳା ମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି ରୋଷେଇ ଘରକୁ ଯିବା ଉଚିତ । କାରଣ ସକାଳ ମୁହୂର୍ତ୍ତ ଦେବଦେବୀଙ୍କ ଉପସ୍ଥିତିର ମୁହୂର୍ତ୍ତ ଅଟେ ।ଏହାବ୍ୟତୀତ ରୋଷେଇ ଘରକୁ ପବିତ୍ର ଏବଂ ଶୁଦ୍ଧ ହୋଇ ପ୍ରବେଶ କରିବା ଉଚିତ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଜଲଦି ସ୍ନାନ କଲେ ମନରେ ନକରାତ୍ମକ ବିଚାର ଆସେନାହିଁ ଏବଂ ଫୁର୍ତ୍ତି ବଜାୟ ରହିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ।

୨ . ସ୍ନାନ ପରେ ଭଗବାନଙ୍କ ପୂଜାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି । ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳେ । ଯେଉଁ ଘରର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ହେଉଛି ସେହି ଘରର ମହିଳା ମାନେ ସ୍ନାନ ପାଣିରେ ଲୁଣ ମିଶାଇ ସ୍ନାନ କଲେ କଳି ଝଗଡ଼ା ମତାନ୍ତରର ସମାଧାନ ହୋଇଯାଏ । ଏହା ନକରାତ୍ମକତା ଏବଂ ରାହୁ କେତୁ ଦୋଷରୁ ମଧ୍ୟ ମୁକ୍ତି ଦେଇଥାଏ ।

୩ . ଠିକ ଢ଼ଙ୍ଗରେ ସ୍ନାନ ନକଲେ ମଧ୍ୟ ଘରକୁ ଦାରିଦ୍ର୍ୟତା ଆସିଥାଏ । ସ୍ନାନ ସମୟରେ ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ । ଅତିକମରେ ଗୋଟିଏ ବସ୍ତ୍ର ନିଶ୍ଚିତ ଭାବରେ ରହିବା ଉଚିତ । ବିଶେଷ କରି ମହିଳା ମାନେ ଯଦି ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ସ୍ନାନ କରନ୍ତି ତେବେ ଘରକୁ ଦାରିଦ୍ର୍ୟତା ଏବଂ ରୋଗ ଆସିଥାଏ । ରାତିରେ ସ୍ନାନ ସମୟରେ ବିଶେଷ ଧ୍ୟାନ ଦେବା ଉଚିତ ନଚେତ ଦୋଷ ଲାଗିପାରେ ।

୪ . ପିତୃ ପକ୍ଷରେ ସ୍ନାନ କରିବା ସମୟରେ ଗୋଟିଏ ବସ୍ତ୍ର ଧାରଣ କରି ସ୍ନାନ କରିବା ଉଚିତ । ନିବସ୍ତ୍ର ହୋଇ ସ୍ନାନ କଲେ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ ।

Leave a Reply

Your email address will not be published. Required fields are marked *