5T ସଚିବଙ୍କୁ ଅଣ୍ଡା ମାଡ ପରେ ବଜାରରେ ମିଳୁନି ଅଣ୍ଡା, ଲୋକ ଅଣ୍ଡା ଖାଇବାକୁ ଏ ଦୋକାନରୁ ସେ ଦୋକାନ ବୁଲୁଛନ୍ତି….

ଆପଣ ମାନେ ସମସ୍ତେ ଜାଣିଥିବେ କି , କିଛି ଦିନ ଧରି 5T ସଚିବ ଭିକେ ପାଣ୍ଡିଆନ ପ୍ରାୟତଃ ସବୁ ଜିଲ୍ଲା ବୁଲାବୁଲି କରୁଛନ୍ତି । ଜିଲ୍ଲାରୁ ଜିଲ୍ଲା ବୁଲି ସେ ଲୋକ ମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ଆଉ ଲୋକ ମାନଙ୍କ ସୁବିଧା ଆଉ ଅସୁବିଧା ବିଷୟରେ ପଚାରି ବୁଝୁଛନ୍ତି । କଣ ସମସ୍ୟା ରହିଛି , ସେଗୁଡିକ ବିଷୟରେ ଭଲ ଭାବରେ ବୁଝାବୁଝି କରୁଛନ୍ତି ଆଉ ତାକୁ କିପରି ଭାବରେ ସମାଧାନ କରାଯାଇପାରିବ , ସେ ବିଷୟରେ ପଦକ୍ଷେପ ଗ୍ରହଣ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ତେବେ ଏହାରି ମଧ୍ୟରେ ଆପଣଙ୍କ କାନରେ ଗୋଟିଏ କଥା ନିଶ୍ଚିତ ଭାବରେ ବାଜି ସାରିଥିବ । ଗତକାଲି ସୋନପୁର ଗସ୍ତରେ ଯାଇଥିବା ବେଳେ 5T ସଚିବ ଭିକେ ପାଣ୍ଡିଆନଙ୍କ କାର ଉପରେ ଅଣ୍ଡା ମାଡ଼ ହୋଇଥିଲା । ଆଉ ସେଠାରେ ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ ଆଜି 5T ସଚିବ ଭିକେ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ କରିବାର ଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପୋଲିସ ଦ୍ବାରା ଏକ ଅଭିନବ ପ୍ରୟାସ ଆରମ୍ଭ କରା ଯାଇଥିଲା । ଯାହା ବିଷୟରେ ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ।

ଆଉ ସେହି ପ୍ରୟାସ ହେଉଛି , ପୋଲିସ ଅଧିକାରୀ ମାନେ ବୁଲି ବୁଲି ସମସ୍ତ ଦୋକାନ ବଜାରରେ ବିକ୍ରି ହେଉଥିବା ଅଣ୍ଡା ଉପରେ କଟକଣା ଲଗାଇ ଦେଇଥିଲେ । ଆଉ ଜଣାଇ ଦେଇଥିଲେ କି , ମଙ୍ଗଳବାର ସନ୍ଧ୍ୟା ଠାରୁ ଆରମ୍ଭ କରି ବୁଧବାର ରାତି ଯାଏଁ ଦୋକାନରେ ଅଣ୍ଡା ବିକ୍ରି ହୋଇପାରିବ ନାହିଁ । ଆଉ ଯଦି ନିୟମ ଉଲ୍ଲଙ୍ଘନ କରି କେହି ଏପରି କାମ କରନ୍ତି , ତେବେ ତାଙ୍କ ଦୋକାନ କୁ ସିଲ କରି ଦିଆଯିବ । କେବଳ ଏତିକି ନୁହେଁ , ଦୋକାନରେ କେତୋଟି ଅଣ୍ଡା ଅଛି , ତାକୁ ଗଣତି କରା ଯାଇଥିଲା ।

ତେବେ ଏହାପରେ ଅଣ୍ଡା କିଣିବାକୁ ଲୋକ ମାନେ ପୁରା ସହର ସାରା ଘୁରି ବୁଲିଥିଲେ । କାହିଁକି ନା ବୁଧବାର ଆମିଷ ବାର ଆଉ ଏହି ଆମିଷ ବାରରେ ସମସ୍ତଙ୍କ ଘରେ କିଛି ନା କିଛି ଆମିଷ ହେଉଥିବ । ତେଣୁ ଲୋକ ମାନେ ପୁରା ବଜାର ବୁଲି ବୁଲି ହତାଶ ହୋଇ ଘରକୁ ଫେରି ଯାଇଥିଲେ । ଆଉ ଗୋଟିଏ କଥା କହିଥିଲେ କି , ଏମିତି ଦିନ ଆସିବ ବୋଲି କେବେ ସ୍ବପ୍ନରେ ଭାବି ନଥିଲୁ । ଭଗବାନଙ୍କ ପାଇଁ ଆମିଷ ଛାଡ଼ିବା କଥା ଜାଣିଥିଲୁ କିନ୍ତୁ ସଚିବଙ୍କ ପାଇଁ ଶେଷରେ ଆମିଷ ଛାଡ଼ିବାକୁ ପଡ଼ିଲା ।

Leave a Reply

Your email address will not be published. Required fields are marked *