ନୃଶଂସତାର ସୀମା ଟପିଲେ ପୁଅ ବୋହୂ,ଜନ୍ମକଲା ବାପାକୁ ବାନ୍ଧି ନିର୍ଧୁମ ପିଟିଲେ… ଦେଖନ୍ତୁ ଭିଡିଓ

ହଜିଗଲା କି ମାନବିକତା ? ମରିଗଲାକି ନିଜ ଭିତରେ ଥିବା ମଣିଷ ପଣିଆ। ଯେଉଁ ବାପା ଦିନେ ପୁଅକୁ ବଡ଼ କରିବା ପାଇଁ ଝାଳ ନାଳ ଏକ କରି କଠିନ ପରିଶ୍ରମ କରୁଥିଲେ, ଯେଉଁ ବାପା ଦିନେ ପୁଅ ମୁହଁରେ ହସ ଫୁଟାଇବାକୁ ଘୋଡା ସାଜି ତଳେ ଲଟି ପଡୁଥିଲା, ଯେଉଁ ବାପା ଦିନେ ପୁଅର ହାତ ଧରି ବାଟ ଚାଲିବା ଶିଖାଇ ଦେଉଥିଲେ ସେହି ପୁଅ ଆଜି ବଡ଼ ହୋଇ ବାପା କଷ୍ଟର ଏକ ସୁନ୍ଦର ଉପହାର ଦେଇଛି। ବୟସର ଅପରାହ୍ନରେ ପହଁଚିଥିବା ବୃଦ୍ଧା ବାପାକୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରୁଛି। ଦେଖି ହେବନି ସେ ହୃଦୟ ବିଦାରକ ଦୃଶ୍ୟ।

ଆଉ ଦୃଶ୍ୟ ଦେଖିଲେ ହୁଏତ କେହି କେବେ ନିଜ କୋହ ଆଉ ଲୁହକୁ ଅଟକାଇ ରଖି ପାରିବେ ନାହିଁ।
ଆଖିରୁ ବୋହି ଆସିବ ଧାରା ଶ୍ରାବଣର ଲୁହ।

ଏ ଘଟଣା ହେଉଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର।ଏହି ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ତାଙ୍କ ଜନ୍ମିତ ପୁଅ ବୋହୂ କାଠ ଫାଳିଆରେ ବାଡେଇ ବାଡେଇ ଜୀବନ ନେଇ ଯାଇଛନ୍ତି। ବୁଢା ବାପା ଚି-ତ୍କା-ର କରୁଥିଲା ମନେ ମନେ ପୁଅକୁ ପଚାରୁଥିଲା ବାପାରେ ଯେଉଁ ହାତ ଧରି ତତେ ବାଟ ଚଳାଇବା ଶିଖାଇଥିଲି ସେହି ହାତରେ ମତେ ଏମିତି ପଶୁ ଭଳି ପିଟିବାକୁ ତୋ ବିବେକ ତତେ ଟିକେ ବାଧା ଦେଲାନି ? ଆଉ ବାପା ମନେ ମନେ କହୁଥିଲେ ଜାଣିଛୁ ପୁଅ ତୁ ଯେତେବେଳେ ଜନ୍ମ ନେଲୁ ତୋ ମା ଆଉ ମୁଁ ତୋ ପାଇଁ ଅନେକ ମାନସିକ କରିଥିଲୁ ତୁ ଆମ କୋଳକୁ ଆସିବା ପରେ ତତେ ନେଇ ମୁଁ ଅନେକ ସ୍ୱପ୍ନ ଦେଖିଥିଲି।

ଭାବିଥିଲି ମୋ ପୁଅବି ଦିନେ ବଡ ହେବ ଭଲ ପାଠ ପଢିବ,ରୋଜଗାର କରିବ ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ସାଜିବ ମୋ ଆଶାର ବାଡ଼ି ଅନ୍ଧ ଦଉଡି।

ମୋ ଭାବନା ଠିକ ଥିଲା ତୁ ଆଜି ବଡ଼ ହେଇଛୁ,ତୋ ହାତକୁ ମୁଣ୍ଡ ପାଇଯାଇଛି ତୁ ସଂସାର କରିଛୁ ହେଲେ ତତେ ଦେଖି ଥିବା ସ୍ୱପ୍ନ କେବେ ଏମିତି ନଥିଲା କି ମୋ ବାର୍ଦ୍ଧକ୍ୟ ଅବସ୍ଥାରେ ତୁ ମୋର ଅନ୍ଧର ଦଉଡି ବଦଳରେ ମତେ ପଶୁ ଭଳି ପିଟି ପିଟି ମାରିଦେବୁ। କି ଭୁଲ କରିଥିଲି ମୁଁ ତତେ ଜନ୍ମ କରିବା,ପାଳି ପୋଷି ଏଡିକିଟେ ରୁ ଏଡ଼େ କରିବା ନା ତୋ ପାଇଁ ମାନସିକ କରିବା।

ମୁଁ ତ ଚାଲିଯିବି ଅଫେରା ରାଇଜକୁ ହେଲେ ତୋ ଭଳି ପୁଅ କିନ୍ତୁ କାହାକୁ ନମିଳୁ। ମୁଁ ମରିଯାଇନି ଯେ ତରିଯାଇଛି। ତୋ ନୃଶଂସ ମାଡରୁ ମୁଁ ତ୍ରାହି ପାଇଯାଇଛି। ତତେ ଜନ୍ମ କରିବା ମୋର ବିରାଟ ବଡ଼ ପାପ ଥିଲା ରେ।ରାସ୍ତା ଉପରେ ଲୋକଙ୍କ ଆଗରେ ମା-ଡ଼ ମା-ରୁଥିଲେ ପୁଅ ବୋହୂ। ଦେଖଣା ହାରି ଦେଖୁଥିଲେ ଆଉ କେହି କେହି ଭିଡିଓ କରୁଥିଲେ ହେଲେ କେହି ହେଲେ ପୁଅ ବୋହୂଙ୍କୁ ଅଟକାଇଲେ ନାହିଁ। ଗୋଟେ ହାତରେ ବୋହୁ ଧରିଥିଲା କାଠ ଖଣ୍ଡେ ଆଉ ଗୋଟେ ହାତେ ପୁଅ ଧରିଥିଲା କାଠ ଫାଳିଆ। ଗୋଟେ ପାହାର ବୋହୁ ପକାଉଥିଲା ତ ଆଉ ଗୋଟେ ପାହାର ପୁଅ ପକାଉଥିଲା।

ଶେଷରେ ସେହି ଇଲେକ୍ଟ୍ରି ଖୁଣ୍ଟରେ ବନ୍ଧା ହୋଇ ମାଡ଼ ଖାଉ ଖାଉ ଆଖି ବୁଝିଦେଇଥିଲେ ବୁଢା ବାପା।

Leave a Reply

Your email address will not be published. Required fields are marked *