” ଓଡ଼ିଶାର ନୂଆ ସ୍ୱର ” ଷ୍ଟୁଡିଓ ରାଉଣ୍ଡ ରେ ଶାନ୍ତନୁ ଏବଂ କମେଡି କିଙ୍ଗ ପପୁଙ୍କ ଜବରଦସ୍ତ ଭିଡ଼ିଓ ହେଲା ଭାଇରଲ :-

ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି ।

ତେବେ ଏହା ଓଡ଼ିଶାର ନୂଆ ସ୍ୱର ରିୟାଲିଟି ଶୋ ର ଏକ ଏପିସୋଡ଼ ଅଟେ ଯେଉଁ ଏପିସୋଡ଼ କୁ ଓଲିଉଡ କମେଡି କିଙ୍ଗ ପପୁ ପମପମ ମଧ୍ୟ ଆସିଛନ୍ତି । ତେବେ ସେହି ଶୋ ରେ ପ୍ରତିଯୋଗୀ ଙ୍କୁ କମେଡ଼ି ଭିତ୍ତିକ ଗୀତ ପରିବେଷଣ କରିବାର ଥିଲା ଯେହେତୁ ସେହି ଏପିସୋଡ଼ ରେ ସ୍ୱତନ୍ତ୍ର ଅତିଥି ଭାବରେ ପପୁ ଆସିଥିଲେ । ତେବେ ସମସ୍ତେ ହିଁ ସୁନ୍ଦର ଗୀତ ଗାଉଥିବାର ଦେଖାଯାଇଛି । ଏଥିମଧ୍ୟରୁ ଜଣେ କୁନି ପିଲାର ଗୀତ ସମସ୍ତଙ୍କ ମନକୁ ଅଧିକ ଛୁଇଁ ଯାଇଛି । ଯାହାଙ୍କ ନାମ ହେଉଛି ଶାନ୍ତନୁ ।

ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଛି । ଗୀତଟି ହେଉଛି ” ଯେଉଁ ଝିଅର ମୋବାଇଲ ରେ ନେଟ , ଜାଣିବ ଯେ କାହା ସାଙ୍ଗରେ ସେଟ ।” ଯେଉଁ ଭଳି ଗୀତ ସେହିଭଳି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ଏବଂ ସେହିଭଳି ପ୍ରତିକ୍ରିୟା ଦେଇ ସେ ଗୀତକୁ ଗାଇଛନ୍ତି । ଯାହାଦ୍ୱାରା ସେଠାରେ ଉପସ୍ଥିତ ଥିବା ଜଜ୍ ଏବଂ ପପୁ ମଧ୍ୟ ଝୁମି ଉଠିଛନ୍ତି । ସମସ୍ତେ ଶାନ୍ତନୁ ଙ୍କ ପରିବେଷଣ ଏପରି କୌତୁହଳ ପୂର୍ଣ୍ଣ ଥିଲା ଯେ ଦେଖଣାହାରି ମଧ୍ୟ ନାଚି ଉଠିଛନ୍ତି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।

ଏ ତ ଗଲା ଶାନ୍ତନୁ ଙ୍କ ଭିଡ଼ିଓ କିନ୍ତୁ ବାସ୍ତବରେ ହିଁ କୁନି କୁନି ପିଲାଙ୍କ ଭିଡ଼ିଓ କୁ ଲୋକେ ଖୁବ ଅଧିକ ପସନ୍ଦ କରିଥାନ୍ତି । ଛୋଟ ପିଲାଟିଏ ଯେପରି ନାଚ କି ଗୀତ ପରିବେଷଣ କରୁ ନା କାହିଁକି ତାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଥାଏ । କାରଣ ଜଣେ ବଡ ଲୋକ ଯାହା କରି ପାରି ନଥାଏ ଛୋଟ ପିଲା ତାହା କରି ଦେଖାଇ ଥାଏ ।

Leave a Reply

Your email address will not be published. Required fields are marked *