ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହୋଇଯିବାରୁ ଆତ୍ମ-ହତ୍ୟା କଲେ ଯୁବକ, ଛାଡି ଚାଲି ଗଲେ ସୁଇସାଇଡ଼ ନୋଟ…

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।ପ୍ରେମକୁ ସବୁବେଳେ ପବିତ୍ର ଓ ଶାଶ୍ଵତ ବୋଲି କୁହାଯାଏ। କିନ୍ତୁ ଏହା ସବୁବେଳେ ପବିତ୍ର ନୁହେଁ। ଏ ଭଳି କିଛି ସଂପର୍କ ପ୍ରେମ ସମ୍ପର୍କକୁ ଅପବିତ୍ର କରିଥାଏ।

ବର୍ତ୍ତମାନ ସମୟର ପ୍ରେମ ଅନେକଙ୍କ ଜୀବନ ନେଉଛି। ପ୍ରେମରେ ପଡି ଆଜିର ଯୁବଗୋଷ୍ଠୀ ନିଜ ଜୀବନ ହରେଇ ଦେଉଛନ୍ତି। ତେବେ ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳିଥାଏ। ହେଲେ ପ୍ରେମ ପାଇଁ ନିଜ ଜୀବନକୁ ଦେଇ ଦେବା ଏହା କେତେଦୂର ଯୁକ୍ତିଯୁକ୍ତ ସେ ବିଷୟରେ ମଧ୍ୟ ଅନେକ ଥର ଆଲୋଚନା ହୋଇଛି।

ବର୍ତ୍ତମାନ ସୌମ୍ୟଙ୍କ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଥମି ନାହିଁ ଆଉ ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଅନୁଗୁଳ ସହରରେ ଏଭଳି ଘଟଣା ଘଟିଛି। ତେବେ ଯୁବତୀଙ୍କ ପ୍ରେମରେ ପଡିବା ପରେ ବିବାହ କରିବା ପାଇଁ ମନସ୍ତ କରି ଦେଇଥିଲେ। କିନ୍ତୁ ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଯୁବକ ଜଣକ ବିରହ ସହି ପାରି ନଥିଲେ ଏବଂ ଶେଷରେ ଏକ ଭୁଲ ନିଷ୍ପତ୍ତି ନେଇଥିଲେ।

 

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଅନୁଗୁଳ ସହରର ଅଭିଜିତ ପଟ୍ଟନାୟକ ନାମକ ଏକ ଯୁବକ ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ। ତେବେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଦୁହିଁଙ୍କ ଭିତରେ ପ୍ରେମ ଅତି ନିବିଡ଼ ଥିଲା। କେବଳ ସେତିକି ନୁହେଁ ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି ଦୁହିଁଙ୍କ ଘର ଲୋକେ ରାଜି ହୋଇ ଯାଇଥିଲେ। ହେଲେ ଅଭିଜିତ ଙ୍କ ଘରେ କିଛି ପାରିବାରିକ ସମସ୍ୟା ଉପୁଜିବା ପରେ ଯୁବତୀ ଙ୍କ ଘର ଲୋକେ ଯୁବତୀଙ୍କ ନିର୍ବନ୍ଧ ଅନ୍ୟତ୍ର କରେଇ ଦେଇଥିଲେ।

ଯୁବକ ଜଣକ ପ୍ରେମରେ ବିଚ୍ଛିନ୍ନତା ସହ୍ୟ କରି ପାରି ନଥିଲେ। ଶେଷରେ ଏପରି ଏକ ବାଟ ଆପଣାଇ ଥିଲେ ଯେଉଁ ବାଟରେ ଥରେ ପାଦ ରଖିଲେ ଆଉ ଫେରି ପାରିବ ନାହିଁ। ତାହା ହେଉଛି ଆତ୍ମହତ୍ୟା। ବିରହ ସହି ନ ପାରି ଯୁବକ ଜଣକ ପ୍ରେମ ଦିବସ ଫେବୃଆରୀ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ସୁଇସାଇଡ଼ ନୋଟ ଲେଖି ଦେଇଥିଲେ।

ତେବେ ଅଭିଜିତ ଛାଡି ଯାଇଥିବା ସୁଇସାଇଡ଼ ନୋଟରେ ଲେଖା ହୋଇଛି ଯେ। ମମି ମୋତେ ମାଫ କରିଦେବୁ। ମୁଁ ସବୁଦିନ ପାଇଁ ଯାଉଛି। ମୁଁ ମୋ ବାପାଙ୍କ ପାଖକୁ ଚାଲି ଯାଉଛି। ମୁଁ ମୋ ଇଚ୍ଛା ରେ ଯାଉଛି। ମୋ ପାଇଁ କାହାକୁ ଦୋଷ ଦେବୁ ନାହିଁ। ଭାଇକୁ କହିବୁ ଭଲରେ ରହିବ। ଝିଅକୁ ମୁଁ ବହୁତ ଭଲ ପାଏ। ତୁ ଅଲଗା ହେବୁ ନାହିଁ। ମୁଁ ରହି ପାରୁନି ତା ବିନ। ଗୋଟେ କଥା ମମି ତାକୁ ସରି କହିଦେବ।

Leave a Reply

Your email address will not be published. Required fields are marked *