ଓକିଲାତି ପରୀକ୍ଷା ଦେବେ ଲେଡୀ ବ୍ଲା-କମେଲର ଅର୍ଚ୍ଚନା ନାଗ , ଜେ-ଲ ନିୟମ ଅନୁସାରେ ହେବ ଜେ-ଲରେ ପରୀକ୍ଷା

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରି ଦେଇଥିବା ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କିଏ ବା ଜାଣି ନାହାଁନ୍ତି । କିଛି ମାସ ଆଗରୁ ତାଙ୍କ ପାଇଁ ଚାରିଆଡ଼େ ଚହଳ ସୃଷ୍ଟି ହୋଇଥିଲା। ସମସ୍ତେ ତାଙ୍କ ବିଷୟରେ ଅନେକ ଚର୍ଚ୍ଚା କରୁଥିଲେ । ବଡ ବଡ ଲୋକଙ୍କୁ ଫସାଇ , ସେମାନଙ୍କ ଠାରୁ ଟଙ୍କା ନେବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।

କେବଳ ତାଙ୍କୁ ନୁହେଁ , ତାଙ୍କ ସହଯୋଗୀ ଏବଂ ତାଙ୍କ ସ୍ଵାମୀ ମଧ୍ୟ ବର୍ତ୍ତମାନ ସମୟର ଜେଲ ମଧ୍ୟରେ ଦିନ କାଟୁଛନ୍ତି । ଯେତେ ଚେଷ୍ଟା କରିବା ପରେ ମଧ୍ୟ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳି ପାରି ନଥିଲା । କୋର୍ଟ ସଦା ସର୍ବଦା ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ତେଣୁ ବର୍ତ୍ତମାନ ସେହି ଜେଲ ହିଁ ତାଙ୍କର ଘର ପାଲଟି ଯାଇଛି ।

ଆଉ ସେଠାରେ ନିଜର ଦିନରାତି କାଟୁଛନ୍ତି ଅର୍ଚ୍ଚନା । ତେବେ ଏହା ମଧ୍ୟରେ ଏକ ବଡ କଥା ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପରେ ଆପଣ ଆଶର୍ଯ୍ୟ ହୋଇ ଯିବେ । ତେବେ ଆଗରୁ ଗୋଟିଏ କଥା ଶୁଣିବାକୁ ମିଳିଥିଲା କି , ଅର୍ଚ୍ଚନା ନାଗ ଓକିଲ ହେବେ । ଆଉ ଜେଲ ମଧ୍ୟରେ ରହି ସେ ଓକିଲାତି ପରୀକ୍ଷା ଦେବେ । ତେବେ ବର୍ତ୍ତମାନ ସେହି ସମୟ ଆସି ପହଞ୍ଚି ଯାଇଛି ।

ସୂଚନା ଅନୁଯାୟୀ , କ୍ୟାପିଟାଲ ଲୋ କଲେଜର ପଞ୍ଚମ ବର୍ଷର ଛାତ୍ରୀ ଅଟନ୍ତି ଅର୍ଚ୍ଚନା ନାଗ । ଆଗରୁ ପାଠ ପଢା ବଜାୟ ରଖିଥିଲେ ଅର୍ଚ୍ଚନା । ଆଉ ବର୍ତ୍ତମାନ ପରୀକ୍ଷା ଦେବେ ବୋଲି ଫର୍ମ ମଧ୍ୟ ପୂରଣ କରିଛନ୍ତି । ତେବେ କୋର୍ଟ ଆଗରେ ଅର୍ଚ୍ଚନାଙ୍କ ପରୀକ୍ଷା ଦେବା କଥା ବିଷୟରେ ଆଲୋଚନା ହୋଇଥିଲା। ଆଉ କୋର୍ଟ ମଧ୍ୟ ଅର୍ଚ୍ଚନା ନାଗଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଏ ବାବଦରେ ମୁଁହ ଖୋଲି କହିଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ ଦେବାଶିଷ ମହାପାତ୍ର । ତାଙ୍କ କହିବା ଅନୁଯାୟୀ , କୋର୍ଟର ଅନୁମତି ପରେ ଆଜି ଅର୍ଚ୍ଚନା ନିଜର ସେମିଷ୍ଟର ପରୀକ୍ଷା ଦେବେ। କୋର୍ଟ ପାଖରେ ନିଜର ପରୀକ୍ଷା ଦେବା କଥା କହି ଆବେଦନ କରିଥିଲେ ଅର୍ଚ୍ଚନା ଆଉ ତାଙ୍କୁ ସେଥିରେ ମଞ୍ଜୁରୀ ମିଳିଥିଲା ।

ତେବେ କୋର୍ଟର କଡାକଡି ନିୟମ ସହିତ ଜେଲ ମଧ୍ୟରେ ରହିଥିବା ସମସ୍ତ ନିୟମ ଅନୁଯାୟୀ ଅର୍ଚ୍ଚନା ନାଗ ଆଜି ପରୀକ୍ଷା ଦେବେ । ତାଙ୍କ ପାଇଁ ସ୍ଵତନ୍ତ୍ର ପରୀକ୍ଷା ପତ୍ର ଆସି ପହଞ୍ଚିବ । ଆଉ ଜେଲ ମଧ୍ୟରେ ବସି ଅର୍ଚ୍ଚନା ପରୀକ୍ଷା ଦେବେ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ସ୍ଵତନ୍ତ୍ର ଟିମ୍ ମଧ୍ୟ ଅର୍ଚ୍ଚନାଙ୍କୁ ଦେଖିବା ପାଇଁ ଆସିପାରେ ବୋଲି ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି।

ସମସ୍ତ ନୀତି ନିୟମ ପାଳନ କରି ଅର୍ଚ୍ଚନା ନାଗ ଆଜି ନିଜ ପରୀକ୍ଷା ଦେବେ । ଆଗରୁ ପାଠ ପଢୁଥିବା ଅର୍ଚ୍ଚନା ଆଉ କେଇଟା ପରୀକ୍ଷା ଦେବା ପରେ ଜଣେ ଓକିଲ ହୋଇ ବାହାରିବେ । ତେବେ ଦେଖାଯାଉ ଆଗକୁ କଣ ହେଉଛି । ତେବେ ବଡ ବଡିଆଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ଅର୍ଚ୍ଚନା ନାଗ ଆଉ ସେ ଖୁସି ପାଉ ନାହାଁନ୍ତି ।

ବର୍ତ୍ତମାନ ଜେଲ ମଧ୍ୟରେ ନିଜର ଦିନ କାଟିବା ସହିତ କେବେ ସେ ଜେଲ ମଧ୍ୟରୁ ବାହାରିବେ ସେ କଥା ମଧ୍ୟ ଜଣା ନାହିଁ । ତେବେ ଏତିକିରେ ଭାଙ୍ଗି ପଡ଼ି ନାହାନ୍ତି ଅର୍ଚ୍ଚନା । ଆଗରୁ ଆହୁରି ଲଢ଼ିବାର ଅଛି ଆଉ ପଢ଼ିବାର ଅଛି ବୋଲି ଅର୍ଚ୍ଚନା କହିଛନ୍ତି । ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରି ଦେଖାଇବେ ବୋଲି ଅର୍ଚ୍ଚନା ଗଣମାଧ୍ୟମ ଆଗରେ କହିଛନ୍ତି ।

Leave a Reply

Your email address will not be published. Required fields are marked *